ରାଜନୀତି ନୁହେଁ, ସମାଜ ସେବାକୁ ଗୁରୁତ୍ୱ ଦିଅ : ନବୀନ

- Advertisement -

ଭୁବନେଶ୍ୱର : ରାଜନୀତି ନୁହେଁ, ସମାଜସେବାକୁ ଗୁରୁତ୍ୱ ଦିଅ । ରାଜ୍ୟବାସୀଙ୍କୁ ନିଜର ପରିବାର ଭାବେ ବିଚାର କର । ରାଜନୀତି ଠାରୁ ଉର୍ଦ୍ଧରେ ରହିଛି ଗରିବ ଲୋକଙ୍କୁ ସହାୟକ ହୁଏ । ଏପରି ନୀତିବାଣୀ ବିଜେଡ ନେତାଙ୍କୁ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମୋ ପରିବାର ଅଭିଯାନର ଶୁଭାରମ୍ଭ କରି ନବୀନ ଏହା କହିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ମୋ ପରିବାରର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି। ଏହାର ଆବାହକ ଅରୁପ ପଟ୍ଟନାୟକ କହିଲେ ଯେ ତିନୋଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ ହେଲା। ପରିବେଶ ସୁରକ୍ଷା ପାଇଁ ସାଂସଦ ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାମ ହେବ। ଦେଶରେ ମହାରାଷ୍ଟ୍ର ଓ ଓଡ଼ିଶା ହି ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି। ଏଥିରେ ଓଡ଼ିଶା ପ୍ରଥମ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ସହ ମିଶି ରକ୍ତଦାନ ଉପରେ କାମ କରାଯିବ। ତୃତୀୟରେ ପ୍ରବାସି ଓଡ଼ିଆଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧୀନରେ କାମ ହେବ। ପ୍ରବାସି ଓଡ଼ିଆଙ୍କ ଡାଟାବେଶ ଅଣାଯାଇଛି। ସେମାନଙ୍କ ପାଖକୁ ଯିବ କମିଟି ଓ ସେମାନଙ୍କ ବିକାଶ ଦିଗରେ କାମ ହେବ। ଓଡ଼ିଶା ମୋ ପରିବାରରେ ଏକ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles