ଅନ୍ଧବିଶ୍ୱାସରେ ଜାଲରେ ବିଜେଡି ବିଧାୟକ…

- Advertisement -

ଆଠମଲ୍ଲିକ :କାଳିସୀ ଲାଗିଛି ବିଧାୟକଙ୍କୁ l ଚର୍ଚ୍ଚାରେ ଏବେ ଆଠମଲ୍ଲିକ ବିଧାୟକ ରାମେଶ ସାଏ। ଏହା ରାଜନୈତିକ ମାଇଲେଜ ପାଇଁ ନା ସତରେ ଠାକୁର ଆସିଥିଲେ। ଯଦି ଠାକୁରାଣୀ ଆସିଥିଲେ ,ଅନ୍ୟ ଲୋକଙ୍କ ପାଖକୁ କେମିତି ଆସିଲେନି। ଏହାକୁ ନେଇ ସବୁଠି ଏବେ ଆଲୋଚନା । ତାଙ୍କ ଗାଁ ଆମ୍ବସରମୁଣ୍ଡା ଠାରେ ଗଣ୍ଡ ସମ୍ପ୍ରଦାୟର ଶାମ୍ବ ଦଶମୀ ପର୍ବ ପାଳନ ହେଉଥିଲା। ସେଠାରେ ସେ ରାସ୍ତା ମଝିରେ ହାତରେ ଖଣ୍ଡା ଧରି ହଠାତ ନାଚି ଉଠିଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା।
ଜଣେ ପୂର୍ବତନ ପ୍ରଶାସକ ଏବଂ ବର୍ତ୍ତମାନର ଜନ ପ୍ରତିନିଧିଙ୍କ ଏତା ଦୃଶ୍ୟକୁ ସାଧାରଣ ଲୋକ ଏବଂ ବୁଦ୍ଧିଜୀବିମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କ କହିବା ଅନୁସାରେ ବିଧାୟକ ନିଜର ବଡିମା ଦେଖାଇବା ପାଇଁ ଏପରି କରିଛନ୍ତି। କାରଣ ତାଙ୍କୁ ଆଗରୁ ଏପରି କେବେ ଦେଖିବାକୁ ମିଳୁନଥିଲା। ଯିଏ କି ନିର୍ବାଚନ ପୂର୍ବରୁ ଗାଁକୁ ଆସୁନଥିଲେ । ଆଜି ତାଙ୍କ ପାଖକୁ ଠାକୁରାଣୀ ଆସୁଛନ୍ତି।
ଗାଁରେ ଶିମ୍ବଦଶମୀ ପାଳନ ଉପଲକ୍ଷେ ଗାଁରେ ପହଞ୍ଚିଥିଲେ ବିଧାୟକ ରମେଶ ସାଏ। ପାରମ୍ପରିକ ବାଦ୍ୟ,ମନ୍ତ୍ର ପାଠରେ ଚାଲିଥିଲା ପୂଜାର୍ଚ୍ଚନା । କଳସୀ ଯାତ୍ରା ସରିବା କ୍ଷଣି ହାତରେ ଖଣ୍ଡା ଧରି ରାସ୍ତା ମଝିରେ କାଳିସି ଲାଗିଥିଲା ବିଧାୟକଙ୍କ ଦେହରେ । ଏହା ପରେ ଗାଁର ମହିଳାମାନେ ତାଙ୍କ ଗୋଡ଼ ଧୋଇ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles