ପ୍ରଣବଙ୍କ ଜିତିବାର ରହସ୍ୟ କଣ ପଢନ୍ତୁ……

- Advertisement -

ଯାଜପୁର : ଭୋଟ ବେଳେ ପାଗଳଙ୍କ ପରି ପ୍ରଚାର କରନ୍ତିନି ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ନା ପ୍ରଚାରବେଳେ ଆଣନ୍ତି ଫିଲ୍ମଷ୍ଟାର ନା ଭୋଜିଭାତରେ ମସଗୁଲ କରନ୍ତି ମାହୋଲ । କିନ୍ତୁ ବିପକ୍ଷନେତାଙ୍କୁ ସହଜରେ ଚିତପଟାଙ୍ଗ କରି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜୟ ଲାଭ କରିନ୍ତି । ଏମିତିକି ରାଜ୍ୟର ଭାର ତାଙ୍କ ମୁଣ୍ଡରେ ଥିବାରୁ ସେ ନିର୍ବାଚନ ସମୟରେ ନିଜ ନିର୍ବାଚନୀ ମଣ୍ଡଳୀରେ ପ୍ରଚାରର ସମୟ ଦିଅନ୍ତିନି କି ବ୍ୟୟ ବହୁଳ ପ୍ରଚାରକୁ ବିଶ୍ୱାସ କରନ୍ତିନି । କିନ୍ତୁ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ହାଟ୍ରିକ ବିଜୟ ଟିପା ପିନ୍ଧି ଯାଜପୁରବାସୀଙ୍କର ଅତି ପ୍ରିୟନେତା ହୋଇଛନ୍ତି । କି ମ୍ୟାଜିକ କରନ୍ତି ପ୍ରଣବ । ତାଙ୍କ ଜିତର ଅସଲ ରହସ୍ୟ ଥିଲା କେଉଁଠି । ତାଙ୍କ ବିଜୟର ଅସଲ ରହସ୍ୟ ଯେଉଁଠି ଥାଏ ତାହା ଦେଖାଇଛନ୍ତି ନିଜ ନିର୍ବାଚନୀ ମଣ୍ଡଳୀରେ ପ୍ରଣବ । ତାଙ୍କ ବିଜୟର ଅସଲ ରହସ୍ୟ ହେଉଛି “ସେ ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା”’। ଓଡ଼ିଶାରେ ଏବେ ନିର୍ବାଚନ ରାଜନୀତିରେ ଯୁବ ଚାଣକ୍ୟ ସାଜିଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ସବୁବେଳେ ନବୀନଙ୍କ ସରଳଜୀବନ ଯାପନ ଶୈଳୀକୁ ନିଜ ଜୀବନରେ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି । ନିଜ ନିର୍ବାଚନୀ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତି କିପରି ସୁଖରେ ରହିବେ , ସମସ୍ୟା କିପରି ସେମାନଙ୍କର ଦୂର ହେବ ସେଥିଲାଗି ପ୍ରଣବ ସବୁବେଳେ ପ୍ରୟାସ କରିଛନ୍ତି । ଦଳର ସାଧାରଣ ସମ୍ପାଦକ (ସଂଗଠନ) ଓ ନବୀନଙ୍କ ନିର୍ଦ୍ଦେଶରେ ସବୁବେଳେ ଓଡ଼ିଶାର ଭଲମନ୍ଦ ବୁଝୁଥିବା ପ୍ରଣବ ନିଜ ନିର୍ବାଚନୀ ମଣ୍ଡଳର ଲୋକ ଯେମିତି ତାଙ୍କ ଅଭାବ ଅନୁଭବ ନକରିବେ ସେଥିପାଇଁ ଟିକେ ସମୟ ପାଇଲେ ସେ ନିର୍ବାଚନୀ ମଣ୍ଡଳୀର ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଯାଆନ୍ତି । ରାଜଧାନୀ ଓ ଯାଜପୁର ଟାଉନ ଘର ନୁହେଁ, ଯବେ ଯାଜପୁର ଯାଆନ୍ତି ପ୍ରଣବ ତାଙ୍କର ସମୟ କଟେ ଗାଁରେ । ନିଜ ନିର୍ବାଚନୀ ମଣ୍ଡଳୀର କେଉଁ ପଂଚାୟତର କେଉଁ ଗୋଟେ ସ୍କୁଲ ଘରେ ରାତ୍ରୀଯାପନ କରନ୍ତି । ଏହି ରାତ୍ରୀଯାପନ କରିବାର ମୂଳଲକ୍ଷ କେବଳ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟାରେ ଜଡ଼ିତ ହୋଇ ଏହାର ସମାଧାନ କରିବା ପାଇଁ । ତାଙ୍କ ପାଖରେ ଦଳୀୟ ବିଚାର ବି ନାହିଁ । ଯିଏ ଯେଉଁ ଦଳରେ ଥାଉନା କାହିକିଁ ଯଦି ସମସ୍ୟାରେ ଅଛି ତୁରନ୍ତୁ ତାହାର ସମସ୍ୟା କିପରି ଦୂରହେବ ସେକଥା କର୍ମୀଙ୍କୁ ଦାୟିତ୍ୱ ଦେଇ ନିଜେ ସେ କାର୍ଯ୍ୟ କେତେବାଟ ଗଲା ସମୀକ୍ଷା କରି ସମାଧାନ କରନ୍ତି । ସବୁବେଳେ ସେ ତାଙ୍କ କର୍ମୀଙ୍କ କୁହନ୍ତି ଗରିବ କି ଦଳ । ତାଙ୍କ ପାଇଁ ତ ଆମେ ଅଛୁ । ପ୍ରତ୍ୟେକ ଓଡ଼ିଶାବାସୀ ନବୀନଙ୍କ ପରିବାର । ଏହି ମର୍ମରେ ପ୍ରଣବ ପ୍ରକାଶ ଦାସ( ବବି) ନିଜ ନିର୍ବାଚନୀ ମଣ୍ଡଳୀର ଦଶରଥପୁର ବ୍ଲକ ଶୁଶୁଆ ପଂଚାୟତ , ଗରଡ଼ିହ ଗାଁରେ ରାତ୍ରୀଯାପନ କରିଥିଲେ । ରାତିରେ ପଂଚାୟତର ସମସ୍ୟା ବୁଝିବା ସହ କିପରି ଏହାର ସମାଧାନ ହେବ ସେନେଇ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକୁ ନୁହେଁ, ଗାଁର ବହୁ ଲୋକ ଏକାଠି ହୋଇ ସେମାନଙ୍କ ସମସ୍ୟା କଥା ବିଧାୟକଙ୍କୁ ଅବଗତ କରିଥିଲେ । ବିଧାୟକ ବି ସମସ୍ତଙ୍କ କଥା ଗୋଟି ଗୋଟି କରି ଶୁଣିଥିଲେ । ଶେଷରେ ବିଧାୟକ ପ୍ରତିଶ୍ରୃତି ଦେଇଥିଲେ ଯେ ଯାହା ସମସ୍ୟା ଅଛି ଆମେମାନେ ମିଳିଶିଶି ଏହାର ସମାଧାନ କରିବା । ଶେଷରେ ଗାଁ ମୁରବୀଙ୍କ ସହ ରାତ୍ରୀରେ ସନ୍ତୁଳା ରୁଟି, ଭଜା, ଚଟଣୀ ଆଦି ଖାଦ୍ୟ ଖାଇ ସ୍କୁଲଘରେ ରାତ୍ରୀଯାଜପନ କରିଥିଲେ ବିଧାୟକ । ଅଏସ ଆରମ ଛାଡ଼ି ବିଧାୟକ ସ୍କୁଲଘରେ ରାତିରେ ରହି ଲୋକଙ୍କ ସମସ୍ୟା ବୁଝିବାକୁ ଗାଁ ଲୋକେ ବେଶ ପ୍ରଶଂସା କରିଥିଲେ । ବବିଙ୍କ ପରି ବିଧାୟକ ପାଇଁ ସେମାନେ ବେଶ ଖୁସି ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ଯାଜପୁର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଧାୟକଙ୍କ ଅବଦାନ କଣ ତାହା ଯିଏ ଯାଜପୁର ଆସୁଛି ସେ ଜାଣିପାରିବ ବୋଲି ଏହି ଅବସରରେ ଗାଁରେ ଏକ ବୈଠକରେ ସାଧାରଣ ଭୋଟର ଟିଏ ଛିଡ଼ା ହୋଇ କହିଥିଲା । କଠିନ ପରିଶ୍ରମ ଓ ସାଂଗଠନିକ ଦାୟିତ୍ୱ ଓ ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପ୍ରଣବ ତୁଲାଉଥିବାରୁ କେବଳ ଯାଜପୁର ନୂୁହେଁ, ପୁରା ଓଡ଼ିଶାରେ ଏବେ ସେ ଚର୍ଚ୍ଚିତ ଯୁବନେତା ସାଜିଛନ୍ତି । ଯାହାକି ତାଙ୍କ ବିଜୟର ବଡ଼ ରହସ୍ୟ । ସେଥିପାଇଁ ତ ଆବଶ୍ୟକ ଯେଉଁଠି ହୁଏ , ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ସେଇଠିକି ପଠାନ୍ତି । ସେ ସାଂଗଠନିକ କାର୍ଯ୍ୟ ହେଉ କି ସରକାରଙ୍କ ବିକାଶମୂଳକ କାମ । ସେ ପୁରୀର ସୌନ୍ଦର୍ଯ୍ୟକରଣ କି କୋରାପୁଟ , ମୟୁରଭଞ୍ଜର ସଂଗଠନ ଦାୟିତ୍ୱ ସବୁଥିରେ ବବି ତାଙ୍କର ମ୍ୟାଜିକ ଦେଖାନ୍ତି । ଖାସ ସେଥିପାଇଁ ସେ ନବୀନଙ୍କ ପ୍ରିୟପାତ୍ର ସାଜିଛନ୍ତି । ପ୍ରଣବଙ୍କ ଏପରି କର୍ମ ପାଇଁ ଏବେ ଲୋକେ କହୁଛନ୍ତି ନେତା ହେବ ତ ଏମିତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles