ଏସସିବି ହେବ ବିଶ୍ୱସ୍ତରୀୟ ହସ୍ପିଟାଲ : ପାହାନ୍ତିଆରେ ପ୍ଲାନ କଲେ ପାଣ୍ଡିଆନ

- Advertisement -

କଟକ : କଟକ ବଡ଼ ମେଡ଼ିକାଲ(ଏସସିବି) । ଓଡ଼ିଶାର ହାର୍ଟ । କେବଳ ଓଡ଼ିଶା ନୁହେଁ, ଦେଶର ଯେଉଁ କେତୋଟି ପ୍ରସିଦ୍ଧ ହସ୍ପିଟାଲ ଅଛି ତା ମଧ୍ୟରୁ ଅନ୍ୟତମ । ଏସସିବିର ହେବ ନବକଳେବଳ । ଏହାକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖଛନ୍ତି ତାହାକୁ ବାସ୍ତବ ରୂପଦେବା ପାଇଁ ୫ଟି ସଚିବ ଭି.କେ. ପାଣ୍ଡିଅାନ ଅଣ୍ଟା ଭିଡ଼ିଛନ୍ତିି । ଏସିବିରେ ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ ରୂପରେଖ କଣ ହେବ ସେନେଇ ପାହାନ୍ତିଅାରୁ ପ୍ଲାନ କରିଛନ୍ତି ୫ଟି ସଚିବ । ତାଙ୍କ ସାଙ୍ଗରେ ପୂର୍ତ୍ତ ସଚିବ କ୍ରିଷନ କୁମାର,ଅାରଡ଼ିସି,ଜିଲ୍ଲାପାଳ, ଜଳ ସମ୍ପଦ ସଚିବ, ଓ ପୂର୍ତ୍ତ  ବିଭାଗର ବରିଷ୍ଠ ଅଧିକାରୀମାନେ । ଦ୍ୱିତୀୟ କ୍ୟାମ୍ପସକୁ ୫ଟି ସଚିବ ବୁଲିବା ସହ ଅକାରୀଙ୍କ ସହ ମିଶି ରୋଡ଼ମ୍ୟାଫ ପ୍ରସ୍ତୁତ  କରିଛନ୍ତି ।

କେବଳ ସେତିକି ନୁହେଁ, ଏସସିବିକୁ ପରିଦର୍ଶନ କରି ରୋଗୀ ସେମାଙ୍କ ସମ୍ପକୀୟଙ୍କ ସହ ମଧ୍ୟ ଅାଲୋଚନା କରିଛନ୍ତି ୫ଟି ସଚିବ । ଗତ ନଭେମ୍ବର ୬ ତାରିଖରେ ମଧ୍ୟ ୫ଟି ସଚିବ ଏସସିବି ପରିଦର୍ଶନ କରି ଓ୍ୱାର୍ଡ଼ ବୁଲିବା ସହ ରୋଗୀସେବା ବ୍ୟବସ୍ଥାର ତଦାରଖ କରିଥିଲେ । ମେଡ଼ିକାଲ ଗୃହ ଓ ଖେଳ ପଡ଼ିଅାର ଭିତ୍ତିଭୂମି ବୁଲି ଏହାର ଅନୁଧ୍ୟାନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏସସିବି ପାଇଁ ୧କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।ଏସସିବି ଦ୍ୱିତୀୟ କ୍ୟାମ୍ପସ ପାଇଁ ୨୫ ଏକର ଜମି ଅଧଗ୍ରହଣ କରାଯିବ । ମାର୍ଚ୍ଚ ମାସରେ କାମ ଅାରମ୍ଭ କରାଯିବାର ଲକ୍ଷ ରଖାଯାଇଛି ।

ଶେଷରେ ମହାନଦୀ ପଠାର ପର୍ଯ୍ୟଟନ ବିକାଶ ପାଇଁ କଣ କରାଯାି ପାରିବ ତାହାର ମଧ୍ୟ ତଦାରଖ କରିଥଲେ ୫ଟି ସଚିବ । ଖୁବଶୀଘ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଅଧକ ଅାଲୋଚନା କରାଯାଇ କାମ ଅାରମ୍ଭ କରାଯିବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles