ଜାଡରେ ଥରୁଥିଲେ, କମ୍ବଳ ଦେଇ ହସ ଫୁଟାଇଲେ

- Advertisement -

ଯାଜପୁର :ସେବା ହିଁ ମାନବିକତା । ଏହି କଥାକୁ ମୂଳମନ୍ତ୍ର କରିଛନ୍ତି ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟମାନେ । ଯେତେବେଳେ ଜାଡ଼ରେ ସହରବାସୀଙ୍କ ଥରୁଥିଲେ , ଠିକ ସେହି ସମୟରେ କମ୍ବଳ ଦେଇ ଗରିବ ଓ ଅସାହୟଙ୍କ ମୁହଁରେ ହସ ଫୁଟାଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଅନୁଷ୍ଠାନ ପକ୍ଷରୁ କମ୍ବର ଦିଅାଯାଇଛି । ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଅଶୋକ ଦାସ ଫାଉଣେ୍ଡସନର ଯୁବକମାନେ ୧୮ଟି ଓ୍ୱାର୍ଡ଼ର ଗରିବଲୋକଙ୍କୁ କମ୍ବଳ ବାଣ୍ଟିଛନ୍ତି । ଏହି ଅଭିଯାନରେ ବରିଷ୍ଠ କାଉସିଲର ସନ୍ତୋଷ ମଲ୍ଲିକ , ଯୁବନେତା ମନୋଜ ସାହୁ, ଦିଲ୍ଲୀପ ମହାପାତ୍ର, ଦୀପକ ଦାସ, ରଣଜିତ ସାହୁ , ସ୍ୱଦେଶ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସ୍ଥାନରେ କମ୍ବଳ ବଣ୍ଟନ କରିଥଲେ । ଶୀତରେ କମ୍ବଳ ପାଇଁ ସହରର ଅସାହୟମାନେ ବେଶ ଅାନନ୍ଦିତ ହୋଇଛନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ନୀତି ଅାଦର୍ଶକୁ ପାଥେୟ କରି ଜିଲ୍ଲାର ଯୁବଗୋଷ୍ଠୀମାନେ ଗରିବ ଲୋକଙ୍କ ସହାୟତା ଦେବା ପାଇଁ ଏପରି ପ୍ରୟାସ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles