ଯାଜପୁରରେ ହୃଦୟ ଜିତିଲେ ମୟୁରଭଞ୍ଜ ଝିଅ..

- Advertisement -

ଯାଜପୁର : ଯାଜପୁର ମାଳ ଆନନ୍ଦପୁର ସ୍କୁଲ ପଡିଆରୁ ବାଳାଶ୍ରମ ପଡିଆ l 11କିଲୋମିଟର l 5ଯାହାରରୁ ଅଧିକ ପ୍ରତିଯୋଗୀ l ଓଡିଶାର କୋଣ ଅନୁକୌଣରୁ ଆସିଥିବା ପ୍ରତିଯୋଗୀ ମଧ୍ୟରୁ ବାରୀ ହୋଇପଡୁଥିଲେ 2ଜଣ ଝିଅ l ଦୌଡିବାରେ ମନରେ ପ୍ରବଳ ଆଗ୍ରହ ଓ ଉତ୍ସାହ l ଯାଜପୁରରେ ଅନୁଷ୍ଠିତ ଅଶୋକ ଦାସ ମିନି ମାରାଥନରେ ପ୍ରଥମ ହେବା ଓ ନିଜ ଜିଲ୍ଲାର ନାଁ ରହିବା l ଦେହରେ ସାଲିସ ବିହୀନ ନେତା ଅଶୋକ ଦାସଙ୍କ ଫଟୋ ଥିଲା ମାରାଥନ ପୋଷାକ. ଶୀତକୁ ନଡରି ମନରେ ଆଗ୍ରହ ସହ ଦୌଡିବାରେ ଲାଗିଲେ l ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଳଶ୍ରମ ପଡିଆରେ ପହଁଚିଗଲେ l ଜଣେ ଦ୍ବିତୀୟ ଓ ଜଣେ ତୃତୀୟ ବିଜେତା ହେଲେ l ଯେତେବେଳେ ମୟୁରଭଞ୍ଜର ଏହି ଦୁଇ ଝିଅନାଁ ଘୋଷଣା କରାଗଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଳିମାଳି ଉତ୍ସାହିତ କରିଥିଲେ l ଲାଗୁଥିଲା ଯେମିତି  ଅଶୋକ ଦାସ ଫାଉଣ୍ଡେସନର  ମିନି ମାରାଥନ ଏପରି ପ୍ରତିଭା ଖୋଜୁଥିଲା l ଯାହା ବିଧାୟକ ଉତ୍ସାହରୁ ଜଣା ପଡୁଥିଲା l ଶେଷରେ ବିଧାୟକ ଏହି ଦୁଇ ପ୍ରତିଯୋଗୀଙ୍କ ବିଷୟରେ ପଚାରି ବୁଝିଥିଲେ l

ଆଉ ଏହି ଦୁଇ ଝିଅ ହେଉଛନ୍ତି ଇତିଶ୍ରୀ ମହାନ୍ତ ଓ ସଂଧ୍ୟା ମୁର୍ମୁ l ଆଦିବାସୀ ଅଧିଷ୍ଠିତ ମୟୁରଭଞ୍ଜ ଜିଲ୍ଲାରୁ ଆସି ଯେମିତି ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଦୁଇ ଝିଅ ବିଜୟୀ ହେଲେ ସେଥିପାଇଁ ଯାଜପୁର ବିଧାୟକ ତାଙ୍କ ନାଁ ଘୋଷଣା ହେବା କ୍ଷଣି ନିଜ ଆସନରୁ ଉଠି ସେମାନଙ୍କୁ ଉତ୍ସାହିତ କରିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles