ଆକୃଷ୍ଟ କଲାଣି ପ୍ରଣବଙ୍କ ଛାପ..

- Advertisement -

ଯାଜପୁର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ବିଧାୟକ । ରାଜନୈତିକ କାର୍ଯ୍ୟଧାରା ପାଇଁ ବବି ଯେତିକି ଚର୍ଚ୍ଚିତ ନୁହନ୍ତି ତାଠାରୁ ଅଧିକ ଚର୍ଚ୍ଚିତ ହୁଅନ୍ତି ତାଙ୍କର ସରଳ ଜୀବନଯାପନ ପାଇଁ । ଲୋକାଭିମୁଖୀ କାମ ପାଇଁ କୋରାପୁଟରୁ ମୟୁରଭଞ୍ଜ , ଭୁବନେଶ୍ୱରୁ ଯାଜପୁର । ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜନ୍ତି ସେ । ବିଜେଡ଼ି ସୁପ୍ରିମୋ ତଥା ନବୀନଙ୍କ ନୀତିଆଦର୍ଶକୁ ଜୀବନର ମୂଳମନ୍ତ୍ର କରି ପ୍ରଣବ ସବୁବେଳେ ଲୋକଙ୍କ ସେବା କରିବାକୁ ଆଗ୍ରହ ରଖନ୍ତି । ସବୁବେଳେ ଲୋକଙ୍କ ସହ ରହିବାକୁ ପସନ୍ଦ କରନ୍ତି ପ୍ରଣବ । କେତେବେଳେ କେଉଁ ଗରିବ କୁଢିଆରେ ଖାଆନ୍ତି ତ କେତେବେଳେ ପଂଚାୟତ ସ୍କୁଲରେ ରାତ୍ରୀଯାପନ କରନ୍ତି । ଅଧିକାଂଶ ସମୟ ସକାଳୁ ଝାଡ଼ୁ ଧରି ଗାଁ ସଫେଇ କରନ୍ତି ତ କେତେବେଳେ ସବୁଜିମା ପାଇଁ ଗଛ ଲଗାନ୍ତି । ବହୁ ସମୟରେ ରକ୍ତଦାନ ପାଇଁ ଲୋକଙ୍କୁ ି ଉତ୍ସାହିତ କରନ୍ତି ବିଭିନ୍ନ ଶିବିରରେ । ଆଉ କେତେବେଳେ ଥାଲେସେମିଆ ରୋଗୀଙ୍କୁ ନିଜେ ରକ୍ତଦେଇ ନୂଆ ଜୀବନ ଦିଅନ୍ତି । ଏହାସହ ଯୁବଗୋଷ୍ଠୀ ସହ କିକ୍ରେଟ ଖେଳନ୍ତି ତ ଆଉ କେତେବେଳେ ବିଭିନ୍ନ ସଭାସମିତିରେ ଯୋଗଦେଇ ଜନସେବା କରିବା ପାଇଁ ଆହ୍ୱାନ ଦିଅନ୍ତି । ଏସବୁ ଭିତରେ ସେ ଲୋକଙ୍କ ସମସ୍ୟା ବି ବୁଝି ସମାଧାନ କରନ୍ତି । ବିଜେଡ଼ିର ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ସହ ପାୱାର କରିଡ଼ର ଏହି ଯୁବ ବିଧାୟକ କିପରି ଏସବୁ କାମକୁ ସହଜରେ କରିପାରନ୍ତି ତାହା ଏବେ ଅନ୍ୟ ବିଧାୟକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରଣବଙ୍କ ଧାରାକୁ ଅନୁକରଣ କରିବା ପାଇଁ ଧର୍ମଶାଳାର ଯୁବ ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରଣବଙ୍କ ସହ ଗୋଟାଏ ଦିନ କଟାଇଛନ୍ତି ସବୁକାମ ଛାଡ଼ି । ଯାଜପୁର ନିର୍ବାଚନୀ ମଣ୍ଡଳୀର ଶ୍ୟାମଦାସପୁର ପଂଚାୟତ ବଡ଼କୁଝାଲା ଗାଁରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ବିଧାୟକ ପ୍ରଣବ ବଳବନ୍ତରାୟ ରାତ୍ରୀଯାପନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଯାଜପୁର ବାଳାଶ୍ରମ ପଡ଼ିଆରେ ଜିଲ୍ଳା ମହୋତ୍ସବ ଯାଯାତି ଚାଲିଛି ଏବଂ ବଲିଉଡ଼ ଓ ଓଲିଉଡ଼ର କଣ୍ଠଶିଳ୍ପୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ଠିକ ସେହି ସମୟରେ ମହୋତ୍ସବର ସୂତ୍ରଧର ପ୍ରଣବ ଗାଁରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଯାଜପୁରବାସୀଙ୍କ ସେ କେତେ ଭଲ ପାଆନ୍ତି ତାହା ଏଥିରୁ ସଂଙ୍କେତ ଦେଇଛି । ଶ୍ୟାମଦାସପୁରୀ ପଂଚାୟତରେ ରାତିରେ ରହି ପ୍ରଣବ ଲୋକଙ୍କ ସମସ୍ୟା ବୁଝିବା ସହ କିପରି ଏହାର ସମାଧାନ ହେବ ସେନେଇ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକୁ ନୁହେଁ, ଗାଁର ବହୁ ଲୋକ ଏକାଠି ହୋଇ ସେମାନଙ୍କ ସମସ୍ୟା କଥା ବିଧାୟକଙ୍କୁ ଅବଗତ କରିଥିଲେ । ବିଧାୟକ ବି ସମସ୍ତଙ୍କ କଥା ଗୋଟି ଗୋଟି କରି ଶୁଣିଥିଲେ । ଶେଷରେ ବିଧାୟକ ପ୍ରତିଶ୍ରୃତି ଦେଇଥିଲେ ଯେ ଯାହା ସମସ୍ୟା ଅଛି ଆମେମାନେ ମିଳିଶିଶି ଏହାର ସମାଧାନ କରିବା । ଶେଷରେ ଗାଁ ମୁରବୀଙ୍କ ସହ ରାତ୍ରୀରେ ସନ୍ତୁଳା ରୁଟି, ଭଜା, ଡ଼ାଲମା, ଝଟଣୀ ସାଥି ବିଧାୟକ ପ୍ରବଣ ବଳବନ୍ତରାୟ ରାୟଙ୍କ, ପୂର୍ବତନ ଯାଜପୁର ପୌରାଧକ୍ଷ ଭବ ପ୍ରସାଦ ଦାସ ଓ ଗାଁର କିଛି ମୁରବୀଙ୍କ ସହ ମିଶି ଖାଦ୍ୟ ଖାଇ ସ୍କୁଲଘରେ ରାତ୍ରୀଯାଜପନ କରିଥିଲେ ବବି । ସକାଳୁ ଗାଁର ସଫେଇ ଅଭିଯାନରେ ବି ସାମିଲ ହୋଇଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯାଜପୁର ବିଧାୟକ ଏପରି ନିଆର ବ୍ୟକ୍ତିତ୍ୱ ଦେଖି ବେଶ ଅନୁପ୍ରାଣିତ ହୋଇଥିଲେ । ବବିଙ୍କ ସହ ମିଶି ଲୋକଙ୍କ ସହ ସାମିଲ ହୋଇ ସେ ବେଶ ଖୁସି ଅନୁଭବ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋ ପରିବାର ଓ ସେମାନଙ୍କ ସେବା କରିବା ନେଇ ଯେଉଁ ନୀତିବାଣୀ ବିଧାୟକ,ସାଂସଦ ମନ୍ତ୍ରୀ, ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଉଛନ୍ତି ତାହାକୁ କିପରି ତାଙ୍କର ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ ପାଳନ କରୁଛନ୍ତି ତାହା ଦେଖିଥିଲେ ବିଧାୟକ ପ୍ରଣବ ବଳବନ୍ତରାୟ । ସବୁବେଳେ ଲୋଙ୍କ ସହ ରହି ସେମାନଙ୍କ ସମସ୍ୟା ବୁଝୁଥିବା ପ୍ରଣବଙ୍କ ମନରେ ସେବା କରିବାର ଆଗ୍ରହକୁ ଅତି ନିକଟରୁ ଦେଖିଥିଲେ ସାଥି ପ୍ରଣବ । ଯାହାକ ତାଙ୍କୁ କାମ କରିବା ପାଇଁ ଅଧିକ ଉତ୍ସାହିତ କରିଛି । ଅଏସ ଆରମ ଛାଡ଼ି ବିଧାୟକ ସ୍କୁଲଘରେ ରାତିରେ ରହି ଲୋକଙ୍କ ସମସ୍ୟା ବୁଝିବାକୁ ଶୈଳୀଙ୍କୁ ପ୍ରଶଂସା କରିଛନ୍ତି ଗାଁ ଲୋକମାନେ ।
କେବଳ ଏତିକି ନୁହେଁ, ଯାଜପୁର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଧାୟକଙ୍କ ଅବଦାନ କଣ ତାହା ଯିଏ ଏବେ ଯାଜପୁର ଆସୁଛି ସେ ଜାଣିିପାରିବ ବୋଲି ଯାଜପୁରବାସୀ କହିଛନ୍ତି । ଯାଜପୁରରେ ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ଯେପରି ପ୍ରଣବ ୧୫ ବର୍ଷରେ କରିଛନ୍ତି ତାହା ଏବେ ସାରା ରାଜ୍ୟପାଇଁ ରୋଲ ମଡ଼େଲ ସାଜିବ ବୋଲି ବହୁ ଶାସକ ଓ ବିରୋଧୀ ନେତା ଯାଜପୁର ଆସିବା ପରେ ଗଣମାଧ୍ୟମ ଆଗରେ ବିକାଶର ଚିତ୍ର ବଖାଣୁଛନ୍ତି । କଠିନ ପରିଶ୍ରମ ଓ ସାଂଗଠନିକ ଦାୟିତ୍ୱ ଓ ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପ୍ରଣବ ତୁଲାଉଥିବାରୁ କେବଳ ଯାଜପୁର ନୂୁହେଁ, ପୁରା ଓଡ଼ିଶାରେ ଏବେ ସେ ଚର୍ଚ୍ଚିତ ଯୁବନେତା ସାଜିଛନ୍ତି । ସେ ତାଙ୍କ ଜୀବନର ମୂଳମନ୍ତ୍ର କରିଛନ୍ତି ଲୋକସେବା କରିବା ପାଇଁ । ନିକଟରେ ଯାଜପୁର ଜିଲ୍ଳା ମହୋତ୍ସବର ଉଦଘାଟନ ସଭାରେ ଜିଲ୍ଳାର ସମସ୍ତ ବିଧାୟକ ଉପସ୍ଥିତ ଥିବା ବେଳେ ନିଜର କର୍ତ୍ତବ୍ୟ ପାଇଁ ପ୍ରଣବ ଏହି ଉଦଘାଟନ ଉତ୍ସବରେ ଯୋଗଦେଇନଥିଲେ । କେବଳ ଏହି ଗୋଟିଏ ଉଦାହହଣ ନୁହେଁ, ଯାଜପୁରବାସୀ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଅନ୍ତି ତାହାକୁ ସେ ସଠିକ ଭାବେ ଓ ଠିକ ସମୟରେ ସାରିବାକୁ ଚାହାନ୍ତି । ବିଧାୟଙ୍କ ଏପରି ଲୋକଭିମୁଖି କାମ ଆଜି ତାଙ୍କୁ ଜଣେ ଲୋକପ୍ରିୟନେତାର ପରିଚୟ ଦେଇଛି ସାରା ଓଡ଼ିଶାରେ । ଯେଉଁଥି ପାଇଁ ୨୦୦୯ରୁ ଲଗାଥର ତୃତୀୟ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles