ଅଶୋକଙ୍କ ପାଇଁ ଦୌଉଡିଲା ଯାଜପୁର….. ଧନ୍ୟବାଦ ଦେଲେ ବବି

- Advertisement -

ଯାଜପୁର :ଜନ ନାୟକଙ୍କୁ ଝୁରୁଥିଲା ଯାଜପୁର। ନାଥିଲା ପ୍ରାର୍ଥୀଙ୍କ ପୁରସ୍କାର ଲୋଭ., ନଥିଲା ସହଯୋଗର କଥା। ଶୀତ କାକରକୁ ଖାତିର ନକରି କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ପର୍ଯ୍ୟନ୍ତ ମାରାଥନ ଦୌଡରେ ଭାଗ ନେଇ ମୁକୁଟ ବିହୀନ ସମ୍ରାଟ ପ୍ରତି କେତେ ଯେ ଭଲ ପାଇବା ଅଛି ତାହା ଦେଖାଇଥିଲେ। ଏଥିଲା ଯାଜପୁର ମାଟିରେ ଅଶୋକ ଦାସଙ୍କୁ ସ୍ମୃତି ଭରା ଶ୍ରଦ୍ଧାଂଜଳି
ଭୋର ୫ ଟା। ଭାଇ ଚାରା ସହର ଯାଜପୁର ମାଳ ଆନନ୍ଦପୁର ସ୍କୁଲ ପଡିଆରେ ଏକାଠି ହେଲେ ଓଡିଶାର କୋଣ ଅନୁକୌଣରୁ ଆସିଥିବା ପ୍ରତିଯୋଗୀ ମାନେ। ଦେହରେ ସାଲିସ ବିହୀନ ନେତା ଅଶୋକ ଦାସଙ୍କ ଫଟୋ ଥିଲା ମାରାଥନ ପୋଷାକ. ଶୀତକୁ ନଡରି ମନରେ ଆଗ୍ରହ ନିଜ ନେତାଙ୍କୁ ମନେ ପକାଇ ଦୌଡିବା. ସମୟ ଠିକ ୮.୧୦ ରେ ସ୍ବାମୀ ଦେବ ଦଶାନନ୍ଦ ମହାରାଜ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଏସପି ଚରଣ ସିଂ ମୀନା, କର୍ଣ୍ଣାଟକେଶରୀ ଦାସ ସବୁଜ ପତାକା ଦେଖାଇ ଅଶୋକ ଦାସ ମିନି ମାରାଥନକୁ ଶୁଭାରମ୍ଭ କଲେ। ନେତାଙ୍କୁ ମନେ ପକାଇ ପୁରା ଓଡିଶା ୧୧ କିମି ଦୌଡିଲା। ଜାତୀୟ ଯୁବ ଦିବସରେ ସ୍ବାମୀ ବିବେକାନନ୍ଦଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲା ହଜାର ହଜାର ଯୁବପୀଢି ଆଜିର ମାରାଥନରେ ସାମିଲ ହୋଇଥିଲେ। ହାର ଜିତକୁ ଗୁରୁତ୍ବ ନ ଦେଇ ରନ ଫର ଯାଜପୁର ରେ ନିଜ ନାମ ଉଲ୍ଲେଖ କରିଥିଲେ। ଶେଷରେ ସମସ୍ତେ ବାଳାଶ୍ରମ ପଡିଆରେ ଦୌଡିକି ପହଂଚି ଥିଲେ। ଜାତୀୟ ଯୁବ ଦିବସ ଅବସର ରେ ରାଜ୍ୟ ସ୍ତରୀୟ ମିନି ମାରାଥନରେ ୫ ହଜାରରୁ ଅଧିକ ପ୍ରତିନିଧି ସାମିଲ ହୋଇଥିଲେ। ଶେଷରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମହିଳା ଓ ପୁରୁଷ ବିଭାଗରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ, ସାନ୍ତନା ମୂଳକ ଭାବେ ୭ ଜଣଙ୍କୁ , ଯାଜପୁର ରୋଡର ଚମ୍ପିୟନସ୍ କ୍ଲବକୁ ୫୦ ହଜାର ଟଙ୍କା, କୁନି ପ୍ରତିଭା ବୁଦ୍ଧିଆ ସ୍ବାଇଁଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଅଶୋକ ଦାସ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ସବ୍ୟସାଚୀ ମହାପାତ୍ର, ବଟକୃଷ୍ଣ ମହାପାତ୍ର, ଭବ ପ୍ରସାଦ ଦାସ, ସୂର୍ଯ୍ଯ ପ୍ରକାଶ ଦାସ, ସନ୍ତୋଷ ମଲିକ ପ୍ରମୁଖ ମିନି ମାରାଥନକୁ ସଫଳ କରିବାରେ ମଙ୍ଗ ଧରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles