- ବ୍ୟାସନଗର : ଗରିବ ତଥା ନିରାଶ୍ରୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାନ କରୁଛନ୍ତି । କେତେବେଳେ ଛତା ତ ପୁଣି କେତେବେଳେ କମ୍ବଳ । ଟ୍ବିନ୍ ସିଟି ତଥା ରାଜ୍ୟର ବିଭିନ୍ନ ସହରରେ ନିରାଶ୍ରୟ ଲୋକଙ୍କ ପାଇଁ ରାତ୍ରି ଯାପନ ନିମନ୍ତେ ରାତ୍ରି ଆଶ୍ରୟ ସ୍ଥଳି ମଧ୍ୟ ନିର୍ମାଣ ହୋଇଛି । କିନ୍ତୁ ବିଡମ୍ବନା ର ବିଷୟ ଇସ୍ପାତ ରାଜଧାନୀର ମୂଖଶାଳା ବୋଲାଉଥିବା ବ୍ୟାସନଗରରେ ରାତ୍ରି ଆଶ୍ରୟ ସ୍ଥଳି ନଥିବାରୁ ନିରାଶ୍ରୟ ଗରିବମାନେ ଖୋଲା ଆକାଶ ତଳେ ରାତି କାଟୁଥିବା ପ୍ରତିଦିନ ନଜରକୁ ଆସୁଛି । ଦିନ ତମାମ ଚାରିଆଡେ ବୁଲି ବୁଲି ମାଗିଯାଚି ରାତିହେଲେ ଚାଲିଆସନ୍ତି ବିଶ୍ରାମ ନେବା ପାଇଁ ସ୍ଥାନୀୟ ରେଳଷ୍ଟେସନ ନିକଟକୁ । ଖରା,ବର୍ଷା, ଶୀତ, କାକରରେ କେବେ ପ୍ଲାଟଫର୍ମରେ ତ କେତେବେଳେ ଖୋଲା ଆକାଶ ତଳେ ବିଛଣା ପାରିଥାନ୍ତି । ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କେତେବେଳେ କମ୍ବଳ କେତେବେଳେ ଖାଦ୍ୟ ତ ପୁଣି କେତେବେଳେ କୌଣସି ନିରାଶ୍ରୟକୁ ଡାକ୍ତରଖାନା ନେବା ସହ ଅନ୍ତ୍ୟେଷ୍ଟି କ୍ରିୟା କରୁଥିବା ବେଳେ ଏ ଦିଗ ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ । ଏହି ନିରାଶ୍ରୟ ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ରାତ୍ରି ଆଶ୍ରୟ ସ୍ଥଳି ନିର୍ମାଣ କରାଗଲେ ସେମାନେ ଉପକୃତ ହୁଅନ୍ତେ ।
ଖୋଲା ଆକାଶ ତଳେ ବିତୁଛି କାକର ରାତି ।
ବଢିବ ବିଦ୍ୟୁତ ଦର :କାଲିଠୁ ଶୁଣାଣୀ..
- ଭୁବନେଶ୍ୱର : ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବିଦ୍ୟୁତ ଉତ୍ପାଦାନକାରୀଙ୍କ ଠାରୁ ୟୁନିଟ ପିଛା କେତେ ଟଙ୍କାରେ ବିଦ୍ୟୁତ କିଣି ୟୁନିଟ ପିଛା କେତେ ଟଙ୍କାରେ ବିଦ୍ୟୁତ ବିତରଣ କମ୍ପାନୀମାନେ ଯୋଗାଇବେ ସେ ସଂକ୍ରାନ୍ତରେ ଆସନ୍ତା ୩/୨/୨୦୨୦ ରିଖରୁ ଜନଶୁଣାଣୀ ଆରମ୍ଭ ହୋଇ ୧୪/୨/୨୦୨୦ରେ ସରିବବୋଲି OERC ତରଫରୁ ବିଜ୍ଞପ୍ତି ପ୍ରକାଶ କରିଛି ।
୩/୨/୨୦୨୦ ରିଖ ଦିନ ଜଳ ବିଦ୍ୟୁତ ନିଗମର ବିଦ୍ୟୁତ ୟୁନିଟ ପିଛା କେତେ ବୃଦ୍ଧି କରାଯିବ ତାଉପରେ OHPC ର ଦାବି ଉପରେ ଆଲୋଚନ ହେବ । ସେହିପରି OPGC ର ୪/୨/୨୦୨୦ , GRIDCO ର ୫/୨/୨୦୨୦ , OPTCL ଓ SLDCର ୬/୨/୨୦୨୦ , NESCO ର ୭/୨/୨୦୨୦ ଓ CESU ର ୧୦/୨/୨୦୨୦ରେ ହେବା ବିଷୟ ବିଜ୍ଞପ୍ତିରୁ ଜଣାପଡିଛି ।
ଟୋଲ ଗେଟ ଏକପାଖିଆ ନିୟମ : ଲୋକେ ଅସନ୍ତୋଷ
ଭୁବନେଶ୍ୱର : ବହୁ ସମୟରେ ସାଧାରଣଲୋକଙ୍କୁ ଲୁଟିବା ପାଇଁ ସରକାର ଏପରି ବ୍ୟବସ୍ଥା ଆଣନ୍ତି ଯେଉଁଥି ପାଇଁ ସାଧାରଣ ଲୋକଟିଏ ସବୁ ଜାଣି ମଧ୍ୟ ନିରୁପାୟ ହୋଇପଡେ । ଯେତେ ଯାହା କଲେ ମଧ୍ୟ ଲୋକଙ୍କର ଏହି ସମସ୍ୟା ଦୂର ହୁଏ ନାହିଁ । ଏହି ତିନି ସପ୍ତାହ ହେବ ରାଜ୍ୟରେ ଥିବା ଟୋଲ ଗୁଡିକ ଅଦିନିଆ ନିୟମ କରି ସାଧାରଣ ଲୋକଙ୍କ ଠାରୁ ଲୁଟିବା ଆରମ୍ଭ କରିଛନ୍ତି । କେନ୍ଦ୍ରସାରକରଙ୍କ ଅଧୀନରେ ଥିବା ଏହି ଟୋଲ ଗେଟ ଗୁଡିକର ନୂଆ ନିୟମକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ତେବେ ଏହି ଜନଅସନ୍ତୋଷ କାହିଁକି ଟିକେ ନଜର ପକାନ୍ତୁ ଏହି ପୁରା ଘଟଣା ଉପରେ ।
ଯଦି ଜଣେ ଲୋକ କଟକରୁ ବାହାରି ଯାଜପୁର ଯାଏ ତେବେ ତାକୁ ମଙ୍ଗୁଳି ଗେଟ ପାଖରେ ଟୋଲ ଫୀ ଦେବାକୁ ପଡେ । ଟୋଲ ଗେଟର ନିୟମ ହେଉଛି ୨୪ ଘଣ୍ଟା ଭିତରେ ଉକ୍ତ ଗାଡିଟି ସେହି ବାଟରେ ଗଲେ ତାକୁ ଯିବାଆସିବା ପାଇଁ ଟୋଲ ଫିସ କାଟିବାକୁ ପଡେ ଚାରିଚକିଆ ଯାନକୁ । ହେଲେ ଏବେ ମଙ୍ଗୁଳି ଟୋଲ ଗେଟ ଯିବା ଆସିବା ନକାଟି ଖାଲି ଯିବା ପାଇଁ ୧୧୫ ଟଙ୍କା ନେଉଛି । ଅର୍ଥାତ ପୂର୍ବରୁ ଯଦି ଜଣେ ଲୋକ କଟକରୁ ଯାଜପୁର ଯାଇ ଫେରୁଥିଲା ୨୪ ଘଣ୍ଟା ଭିତରେ ତାଙ୍କୁ ୧୭୫ ଟଙ୍କା ଦେବାକୁ ପଡୁଥିଲା । ହେଲେ ଏବେ ୨୩୦ ଟଙ୍କା ଦେବାକୁପଡୁଛି । ଟୋଲ ଗେଟର ଏ କି ଅଜବ ଟୋଲ ଫି ନୀତି । ଯେହେତୁ ୫୫ ଟଙ୍କା ଅଧିକ ନେଉଛନ୍ତି ସେଥିପାଇଁ ପ୍ରତେକ ଦିନ ଜନଅସନ୍ତୋଷ ଦେଖା ଯାଉଛି । କଣ ପାଇଁ ଟୋଲ ଗେଟରେ ଏହି ଏପରି ଅଧିକ ପଇସା ନିଆଯାଉଛି ତାର ଉତ୍ତର ଟୋଲ ଗେଟ କର୍ମଚାରୀଙ୍କ ପାଖରେ ନାହିଁ । ପଚାରିଲେ କେବଳ ଗୋଟିଏ ଉତ୍ତର ମିଳୁଛି ଆଜ୍ଞା ନିୟମ ବଦଳି ଯାଇଛି । ତେଣୁ ପ୍ରତେକ ଦିନ ଟୋଲ ଗେଟରେ ଅସୁବିଧା ଭୋଗୁଥିବା ସାଧାରଣ ଲୋକଙ୍କ ପ୍ରତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଦୃଷ୍ଟି ଦେବାକୁ ଦାବି ହେଉଛି
ଫେରିଛି ପୁରୁଣା ପ୍ରେମ : ଏକାଠି ଜୟଦେବ -ନିରଞ୍ଜନ
ଭୁବନେଶ୍ୱର : କଂଗ୍ରେସ ରାଜନୀତିରେ ନୂଆଯୁବ ଆରମ୍ଭ ହୋଇଛି । ଏକାଠି ହୋଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ପିସିସି ସଭାପତି ନିରଂଜନ ପଟ୍ଟନାୟକଭ୍କୁ ଅଧିକାଶ ନେତା ବିରୋଧ କରୁଥିବା ବେଳେ ଠିକ ଏହି ସମୟରେ ନିରଂଜନଙ୍କ ନିକଟତର ହୋଇଚନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସରେ ଏବେ ନିରଜଂନ ଓ ଜୟଦେବ ଯୋଡ଼ି ଜମୁଛି । ଦଳର ଯେ କୌଣସି କାର୍ଯ୍ୟକ୍ରମ ହେଉଛି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଖୋଜୁଛନ୍ତି । ଜୟଦେବ ବି ନିଂରଜନଙ୍କୁ ସାଥ ଦେଉଛନ୍ତି । ସେ କେନ୍ଦ୍ର ସରକାରଙ୍କ ବିରୋଧରେ ଏନଆରସି, ଏନପିଆର,ସିଏଏ ବିକ୍ଷୋଭ ହେଉ ଅବା ଦୁର୍ବଳ ଆର୍ଥିକ ମାନ୍ଧବସ୍ତା ହେଉ ସବୁଥିରେ କଂଗ୍ରେସ ଯେଉଁ ରାଜନୈତିକ କାର୍ଯ୍ୟକଳାପ ହାତକୁ ନେଉଛି ସେଥିର ନିରଂଜନଙ୍କ ମନବଳକୁ ଶକ୍ତିଶାଳୀ କରୁଛନ୍ତି ଜୟଦେବ ।
ଦିନଥିଲା ଯେତେବେଳେ ଜୟଦେବ ଜେନା ପିସିସି ସଭାପତି ଥିଲେ ସେତେବେଳେ ତାଙ୍କ ନେତୃତ୍ୱରେ ବର୍ତ୍ତମାନର ପିସିସି ସଭାପତି ନିରଂଜନ ପଟ୍ଟନାୟକ ନିର୍ବାଚନ ଲଢିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ । ଯାହା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ଥିଲା । ଏହାସହ ସେହି ସମୟରେ ଜୟଦେବ ଜେନା ଶଅୀକାନ୍ତ ଜେନାଙ୍କ ଯୋଡ଼ି ଜମୁଥିଲ । ନିରଂଜନ ଗୋଷ୍ଠୀଙ୍କୁ ଜୟଦେବ ଗୋଷ୍ଠୀ ବେଶ ହଇରାଣ କରୁଥିଲେ । ବହୁ ସମୟରେ ପଟ୍ଟନାୟକ ଓ ଜେନା ଗୋଷ୍ଠୀ ଗଣମାଧ୍ୟମରେ ମୁହାମୁହିଁ ହେଉଥିଲେ । ହେଲେ ଏବେ ସମୟ ବଦିଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସର ବହୁ ନେତା ନିଜର ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଜୟଦେବ ଜେନା ପଦଟିଏ ବି ନିରଂଜନଙ୍କ ବିରୋଧରେ କକହୁନାହାନ୍ତି । ଏପରିକି କଂଗ୍ରେସରେ ଯେପରି ଗୋଟେଗୋଷ୍ଠୀ ପିସିସି ସଭାପତି ହଟାଇବା ପାଇଁ ଅଭିଯାନ ଚଳାଇଛନ୍ତି ଯେ ଗୋଷ୍ଠୀକୁ ବି ଜୟଦେବ ସମର୍ଥନ କରିନାହାନ୍ତି । ଯାହାର ଫଳ ସ୍ୱରୂପ ନିରଜଂନ ଏବେ କଂଗ୍ରେସର ସବୁ କାମରେ ଦଳର ବରିଷ୍ଠ ନେତା ଜୟଦେବ ଜେନା ଓ ପୁଅ ଯୁବତୋ ସଂଗ୍ରାମ ଜେନାଙ୍କୁ ଗୁରୁତ୍ୱ ଦେଉଛନ୍ତି ।
କିଏ ହେବ ଛାମୁଆ ସଭାପତି !
ଭୁବନେଶ୍ୱର : ବିଜେଡ଼ିର ୩ ଛାମୁଆ ସଂଗଠନର ନେତା କିଏ ହେବ । ତାହାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ଲବି । ଏହି ୩ ଛମୁଆ ସଂଗଠନର ଦାୟିତକବ ନିର୍ବାଚିତ ଜନ ପ୍ରତିନିଧିଙ୍କ ହାତରେ ନ୍ୟସ୍ତ କରିବାକୁ ଦଳ ନିଷ୍ପତି ନେଇଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ବିଜେଡ଼ି ଯୁବ,ମହିଳା.ଛାତ୍ର ସଂଗଠନ ବିଧାୟକଙ୍କ ଦେବାକୁ ଦଳ ନିଷ୍ପତି ନେଇଛି । ଯୁବ ସଭାପତି ହେବ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ମିହିଳା ସଭାନେତ୍ରୀ ଲତିକା ପ୍ରଧାନ କି ସେହ୍ନାଙ୍ଗୀନି ଛୁରିଆ ଓ ଛାତ୍ର ସଭାପତି ହେବେ ଦେବୀ ପ୍ରସହ୍ନ ତ୍ରୀପାଠୀ । ବର୍ତ୍ତମାନ ସୁଦ୍ଧା ଏହି ନାଁ ଫାଇନାଲ ହୋଇଥିବା ବିଜେଡ଼ି ଅନ୍ଦର ମହଲରୁ ଖବର ମିଳିଛି ।
ମହିଳା ସଶକ୍ତିକରଣ ପାଇଁ ନିଆରା ପ୍ରୟାସ ।
ବ୍ୟାସନଗର : ସରକାର ମହିଳା ମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି । ମହିଳା ମାନଙ୍କୁ ସ୍ବାବଲମ୍ବି କରିବା ପାଇଁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ସହରାଞ୍ଚଳର ମହିଳାଙ୍କ ଦ୍ବାରା ଆରମ୍ଭ ହୋଇଛି ସ୍ବୟଂ ସହାୟକ ଗୋଷ୍ଠୀ । ସେହିପରି ଏକ ଗୋଷ୍ଠୀ ହେଉଛି ନିଳାଦ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ସ୍ଥାନୀୟ ଉମାପଦାଠାରେ ଆୟୋଜନ କରାଯାଇଥିଲା ଏକ ମିନି ମାର୍କେଟ । ଯେଉଁଥାରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ସହ ଶାଢୀ, ଡ୍ରେସ୍, ତଥା ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଇଥିଲା । ବ୍ୟାସନଗର ଅଞ୍ଚଳରେ ବହୁ ସ୍ବୟଂ ସହାୟକ ଗୋଷ୍ଠୀ ଥିଲେ ମଧ୍ୟ, ନିଳାଦ୍ରୀ ସ୍ବୟଂ ସହାୟକ ଗୋଷ୍ଠୀର ଏପରି ଏକ ପ୍ରୟାସ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ପ୍ରୟାସ ବିଷୟରେ ଗୋଷ୍ଠୀର ସଭାପତି ଶ୍ରୀମତୀ ନିଳିମା ସାହୁଙ୍କ ମତ ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥ ଅସ୍ବାସ୍ଥ୍ୟକର ପରିବେଶ , ହାନିକାରକ ତେଲ ଓ ଅତ୍ଯାଧିକ ମୂଲ୍ୟ ହେତୁ ବହୁ ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଜନସାଧାରଣଙ୍କୁ ସ୍ବଳ୍ପ ମୂଲ୍ୟରେ ଘରୋଇ ଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରୟାସ । ଏହି ଅବସରରେ ଗୋଷ୍ଠୀର ସମ୍ପାଦିକା ମମତା ଥାଟୋଇଙ୍କ ସମେତ ବନସ୍ମିତା ସାମଲ,ରତ୍ନପ୍ରଭା ଓଝା, ଚମ୍ପା ଚୌହାନ୍, ଅଳକା ଚୌହାନ୍, ମନୋରମା ବେହୁରା, ମନୋରମା ମିଶ୍ର, ଦୀପ୍ତିରେଖା ଦାଶ ଓ ମମତା ସାହୁ ନିଜ ନିଜର ସାମଗ୍ରୀ ବିକ୍ରି କରିଥିଲେ । ଏହି ମିନି ମାର୍କେଟ ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସଂପୃକ୍ତ ସମ୍ପାଦିକା କହିଛନ୍ତି ।
ବିଜେଡ଼ର ଛାମୁଆ ସଂଗଠନରେ ନିଯୁକ୍ତ ହେବେ ମୁଖପାତ୍ର
ଭୁବନେଶ୍ୱର : ଚାଲିଛି ବିଜେଡିର ସଂଗଠନିକ ନିର୍ବାଚନ ପ୍ରକ୍ରିୟା l ଫେବୃଆରୀ 15 ସୁଦ୍ଧା ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ l ଏହା ପରେ ରାଜ୍ୟ ଓ ଶେଷରେ ସପ୍ତମ ଥର ପାଇଁ ବିଜେଡି ସୁପ୍ରିମୋ ଭାବେ ନିର୍ବାଚିତ ହେବେ ନବୀନ ପଟ୍ଟନାୟକ l ପ୍ରଥମ ଥର ପାଇଁ ବିଜେଡି ରେ ଦୁଇଟି ନୂତନ ପଦବୀ ସୃଷ୍ଟି କରିଛି l ଦଳର ସଂଗଠନ ସାଧାରଣ ସମ୍ପାଦକ ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଗୁରୁ ଦାୟିତ୍ୱ ଦେଇଥିବା ବେଳେ ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କୁ ସମ୍ପାଦକ ରାଜ୍ୟ କାର୍ଯ୍ୟାଳୟର ଦାୟିତ୍ୱ ନ୍ୟସ୍ତ କରାଯାଇଛି l ଦଳର ସଂଗଠନ କୁ ମଜବୁତ କରିବାପାଇଁ ଉଭୟ ଲାଗିଛନ୍ତି l ଏବେ ଦଳର ଛାମୁଆ ସଂଗଠନ କୁ କିପରି ଅଧିକ ମଜବୁତ କରାଯିବ, ସେ ନେଇ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି l ବିଜେଡି ର ମହିଳା, ଯୁବ ଓ ଛାତ୍ର ସଂଗଠନ କୁ ଅଧିକ ମଜବୁତ କରିବା ପାଇଁ ଦଳ ନୂଆ ଫର୍ମୁଲାକୁ ଆପଣେଇବାକୁ ଯାଉଛି l 3 ଛାମୁଆ ସଂଗଠନ ର ମଙ୍ଗୁଆଳ ବିଧାୟକଙ୍କ ଉପରେ ନ୍ୟସ୍ତ କରାଯିବ l ପ୍ରଥମଥର ପାଇଁ ଏଇ 3 ଛାମୁଆ ସଂଗଠନ ରେ ମୁଖପାତ୍ର ନିଯୁକ୍ତି କରାଯିବ l ଯେଉଁମାନେ କି ଗଣମାଧ୍ୟମ ରେ ଦଳର ମତ ରଖିବେ l ଏ ନେଇ ଖଣ୍ଡଗିରି ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇସାରିଛି l ବୈଠକ ରେ ଦଳର ସଂଗଠନ ସମ୍ପାଦକ, ଜଣେ ସାଂସଦ ଓ କିଛି ନେତା ବସି ଏପରି ନିଷ୍ପତି ନେଇ ସୁପ୍ରିମ କୁ ଜଣେଇଥିବାର ଜଣାପଡିଛି l
ନିଷ୍ପତି ଅନୁସାରେ 3 ଛାମୁଆ ସଂଗଠନର ସଭାପତି ବିଧାୟକ ରହିବେ l ନିର୍ବାଚନର ଆଉ ଦୁଇ ବର୍ଷ ଅନ୍ୟ ମାନଙ୍କୁ ସୁଯୋଗ ଦିଆଯିବ l ଯେମିତି ଯୁବ ସଭାପତି ରହିଥିଲେ ସଞ୍ଜୟ ଦାସ ବର୍ମା ତାପରେ ଅମ୍ରିତ ପତି କୁ ଦାୟିତ୍ୱ ଦିଆଯାଇଥିଲା, ସେଇପରି ମହିଳା ସଭାନେତ୍ରୀ ଭାବେ ପ୍ରମିଳା ମଲ୍ଲିକ କୁ ଦିଆଯାଇଥିଲା l ଏହା ପରେ ମିନତୀ ବେହେରା ଙ୍କୁ ସଭାନେତ୍ରୀ କରାଯାଇଥିଲା l ସେହିଭଳି ଛାତ୍ର ସଂଗଠନରେ ବ୍ୟାମକେଶ ରାୟ ଙ୍କ ପରେ ରାଣାପ୍ରତାପ ପାତ୍ର କରାଯାଇଥିଲା l ଏବେ ସେଇ ନୀତିକୁ ପୁଣିଥରେ ବିଜେଡି ଆପଣେଇବାକୁ ଯାଉଛି l
ବିଜୁ ପରେ ଜ୍ୟୋତି : ଲୋକସେବା ଭବନକୁ ଆସିଲେ ସାଇକେଲରେ
ଭୁବନେଶ୍ୱର : ସାଇକେଲ ରେ ଲୋକସେବା ଭବନ ଆସିଲେ ମନ୍ତ୍ରୀ ଜୈତି ପାଣିଗ୍ରାହୀ।ଏନେଇ ପ୍ରତିକ୍ରିୟା ରେ ସଂସ୍କୃତି ମନ୍ତ୍ରୀକହିଛନ୍ତି ଯେ,ସ୍ଵାସ୍ଥ୍ୟ ଓ ପରିବେଶ ପାଇଁ ଭଲ ହେବ ତେଣୁ ମୁଁ ସାଇକେଲ ରେ ଆସିଲି ।ଆଗାମୀ ବଜେଟ ଅଧିବେଶନ ରେ ବି ସମସ୍ତ ଦିନ ବିଧାନସଭା ସାଇକେଲ ରେ ଆସିବେ ବୋଲି କହିଛନ୍ତି ।ଏହା ସହ ଭୁବନେଶ୍ୱର ରେ ଥିବା ସମୟରେ ଗାଡିର କମ୍ ବ୍ୟବହାର କରିବେ ବୋଲି ସେ କହିଛନ୍ତି ।
ନବୀନଙ୍କ ପାଳରୁ ବାଇଗଣ, କୋବି କିଣିଲେ ଅରୁଣ…
ଭୁବନେଶ୍ୱର :ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ସବୁବେଳେ ନିଜର ନିଆରା ବ୍ୟକ୍ତିତ୍ୱ ପାଇଁ ଚର୍ଚ୍ଚାରେ ରହନ୍ତି l ସାଧାରଣତନ୍ତ୍ର ଦିବସ ଅବସରରେ ନିଜର ସରକାରୀ କାମ ସାରି ପୁଣି ଜଣେ ସାଧାରଣ ବ୍ୟକ୍ତି ହୋଇ ଅରୁଣ ପାଳରୁ ପରିବା କିଣି ଘରକୁ ଆଣିଛନ୍ତି l ଯେପରି ଜଣେ ସାଧାରଣ ଲୋକ ଯଦି କୁଆଡେ ଯାଏ ସେ ଘରକୁ ଆସିଲା ବେଳେ କିଛି କିଣିକି ଘରକୁ ଆଣେ l ଠିକ ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କ ଅଭ୍ୟାସ l କାରଣ ସେ କେବେ ଭବନ୍ତିନି ନିଜକୁ ମନ୍ତ୍ରୀ ବୋଲି l ସେ ବିଧାନସଭା ପରିସରରେ ମେଡ଼ିଆ ଗାଡି ଚାଳକ ସହ ବସି ଗପସପ ହେଉ ଅବା ବସଷ୍ଟାଣ୍ଡରେ ବସି ଖଟି କରିବା ଓ ସେଠାରେ ଜନଶୁଣାଣୀ କରି ସମସ୍ୟା ଦୂରକରନ୍ତି l 
ସାଧାରଣତନ୍ତ୍ର ଦିବସରେ କାର୍ଯ୍ୟକ୍ରମ ସାରି ଛତ୍ରପୁରରୁ ଫେରିବା ବାଟରେ ରମ୍ଭା ନିକଟରେ ସବୁଜିମା ଭରା ଫସଲ କିଆରିକୁ ଦେଖି ମନ୍ତ୍ରୀ ତାଙ୍କ ଗାଡ଼ି ଅଟକାଇବା ସହ ସିଧା ଯାଇ ଜମିରେ ପଂହଚିଥିଲେ l ସେଠାରେ ଚାଷୀ ଓ ଶ୍ରମିକଙ୍କ ସହ ସେ ବିଭିନ୍ନ ବିଷୟରେ ଆଲୋଚନା କରି କୋବି, ବାଇଗଣ ପରିବା କିଣି ଘରକୁ ଆଣିଥିଲେ l ଯାହା ଚାଷୀଙ୍କୁ ବେଶ ଆନନ୍ଦ ଦେଇଥିଲା l ଏହା ସହ ଚାଷୀଙ୍କ କିପରି ଅଧିକ ସହଯୋଗ କରିହେବ ତାହା ଉପରେ ଆଲୋଚନା କରିଥିଲେ l ମନ୍ତ୍ରୀ ଅରୁଣ ସାହୁଙ୍କ ଏପରି ସାଧାରଣ ପଣ ଏବେ ଗଞ୍ଜାମ ରୁ ରାଜଧାନୀ ଯାଏ ଚର୍ଚ୍ଚା l
ଦନ୍ତା ନେଲା ପୁଣି ଏକ ଜୀବନ, ଆତଙ୍କିତ ସ୍ଥାନୀୟ ଅଞ୍ଚଳ ବାସୀ ।
ବ୍ୟାସନଗର : ଦୁଇ ଦିନ ତଳେ ଶଂଖଚିଲା ଠାରେ ବଣୁଆ ଦନ୍ତା ହାତୀ ଦୁଇଟି ଜୀବନ ନେବା ପରେ , ଆଜି ପୁଣି ନେଇଛି ଆଉ ଏକ ଜୀବନ । ମିଳିଥିବା ସୂଚନା ଅନୁଯାୟୀ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଶଂଖଚିଲା ବାସୀଙ୍କ ଆପ୍ରାଣ ଉଦ୍ଯମ ଚେଷ୍ଟା ଫଳରେ ଦନ୍ତା ହାତୀଟି ଭଟିଆ ଦେଇ ଧୁଳିଗଡ ଜଙ୍ଗଲକୁ ଚାଲିଯାଇଥିଲା । କିନ୍ତୁ ପୁଣି ଆଜି ଧୁଳିଗଡ ଜଙ୍ଗଲରୁ ଆସି ଦାନଗଦି ବ୍ଲକ୍ ଅଧିନସ୍ଥ ଧପଙ୍କି ଗ୍ରାମର ଟୁନା ଜେନାଙ୍କ ୧୫ ବର୍ଷର ପୁଅ ସଞ୍ଜୟ ଯେନାଙ୍କୁ ଆକ୍ରମଣ କରିଥିଲା । ଫଳରେ ନାବାଳକଟିର ମୃତ୍ୟୁ ହୋଇଛି । ତାହା ସହ ମାନଗୋବିନ୍ଦପୁର୍ ମଟର ସାହିର ଜଣେ ବୃଦ୍ଧ ଓ ଜଣେ ବୃଦ୍ଧା ଆହତ ହୋଇ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଦନ୍ତା ଆକ୍ରମଣରେ ମୃତ୍ୟୁ ଓ ଆହାର ବ୍ଯକ୍ତିଙ୍କୁ କ୍ଷତିପୂରଣ ଦାବି ଓ ଯଥାଶୀଘ୍ର ବନବିଭାଗ ଦନ୍ତା ହାତୀକୁ ଘଉଡାଇବାକୁ ଦାବି କରି ଡୁବୁରୀ – ବ୍ୟାସନଗର ରାସ୍ତାକୁ ଗ୍ରାମବାସୀ ଅବରୋଧ କରିବା ସହ ଧାରଣା ଦେଇଛନ୍ତି । ବନବିଭାଗ ପକ୍ଷରୁ ହାତୀଟିକୁ ଘଉଡାଇବାକୁ ଯଥାସାଧ୍ଯ ଚେଷ୍ଟା ଜାରି ରହିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ଦୁଇଦିନ ଧରି ବନ ବିଭାଗ କର୍ମଚାରୀମାନେ ସାରା ରାତି ଉଜାଗର ରହି ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ।













