ଲୋକଙ୍କ ନେତା ପ୍ରଣବ…

ଯାଜପୁର : ଯାଜପୁରବାସୀଙ୍କ ସୁଖ ଓ ଦୁଃଖର ସାଥି ହେଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ l ଯାହା ପୁଣି ଥରେ ପ୍ରମାଣିତ ହୋଇଛି l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଓଡିଶା ଫେରିଲା ୩ ଶ୍ରମିକଙ୍କ ମୃତ ଦେହ । ବିଜୁ ଜନତା ଦଳର ଓଡ଼ିଶା- ମୋ ପରିବାର ସହାୟତାରେ ଅହମ୍ମଦାବାଦରୁ ଫେରିଛି ୩ ଶ୍ରମିକଙ୍କ ମୃତ ଦେହ ।୨୦ ତାରିଖ ଦିନ ଗୁଜୁରାଟର ଅହମ୍ମଦାବାଦ ଲୋଟସ ସୂତା କଳରେ କାମ କରୁଥିବା ସମୟରେ ଗ୍ୟାସ୍‌ ଟାଙ୍କରେ ନିଆଁ ଲାଗିବା ଫଳରେ ଯାଜପୁର ଜିଲ୍ଲାର ୩ ଜଣ ଶ୍ରମିକଙ୍କ ପ୍ରାଣ ଯାଇଥିଲା ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ମାନେ ହେଲେ ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ମୃତ ଦେହ ଗୁଡିକୁ ଅହମ୍ମଦାବାଦରୁ ଓଡ଼ିଶା ଫେରାଇ ଆଣିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକ । ଏହି ଘଟଣାରେ ସହଯୋଗର ହାତ ବଢାଇ ଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ପ୍ରଣବ ପ୍ରକାଶ ଦାସ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା-ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟି ଗୋଚର କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ‘ଓଏସଡି’ ଡ଼. ଗୋପବନ୍ଧୁ ଦାଶ ଓଡ଼ିଶାର ଶ୍ରମ ଆୟୁକ୍ତଙ୍କ ସହାୟତାରେ ଗୁଜୁରାଟର ଶ୍ରମ ଆୟୁକ୍ତଙ୍କ ସହ ସମ୍ପର୍କ କରି ମୃତ ଯୁବକ ମାନଙ୍କ ପରିବାରକୁ ଲୋଟସ ସୂତା କଳ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ଜଣାଇଥିଲେ ।ଏହି ଘଟଣାରେ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ଶବ ପରୀକ୍ଷା କରାଯାଇ ସୋମବାର ଅପରାହ୍ନରେ ପରିବାର ବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରିଦିଆଯାଇଛି ।ମୃତ ଦେହକୁ ଅହମ୍ମଦାବାଦରୁ ଯାଜପୁର ଯାଏଁ ଆଣିବାକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ବଢାଇଛନ୍ତି ସହଯୋଗର ହାତ ।

  • ମୃତ ଦେହକୁ ଅହମ୍ମଦାବାଦରୁ ଜନ୍ମମାଟି ଯାଏଁ ଆଣି ଆସୁଥିବା ଆମ୍ବୁଲାନ୍ସର ଭଡା ଖର୍ଚ୍ଚ ବହନ କରିଛନ୍ତି ପ୍ରଣବ।୩ ଓଡିଆ ଶ୍ରମିକଙ୍କ ମର ଶରୀର ମଙ୍ଗଳବାର ଅପରାହ୍ନରେ ନିଜ ଜନ୍ମମାଟିରେ ପହଁଚିଛି। ମର ଶରୀର ଗାଁ ମୁଣ୍ଡରେ ପହଂଚିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି।

ନାମାଙ୍କନ ଭରିଲେ ନବୀନ : 8ଥର ହେବେ ବିଜେଡି ସଭାପତି

ଭୁବନେଶ୍ୱର : ସରିଛି ବିଜେଡିର ସାଙ୍ଗଠନିକ ନିର୍ବଚନ ପ୍ରକ୍ରିୟା I ୱାର୍ଡ , ବ୍ଲକ ,ପଞ୍ଚାୟତ ଓ ଜିଲ୍ଲାସଭାପତି ପ୍ରକ୍ରିୟା ଶେଷ ହୋଇଛି I ଏବେ ଦଳର ଅଫିସ ବିୟରର , କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ପରିଷଦ ସଦସ୍ୟ , ଉପସଭାପତି , ସାଧାରଣ ସମ୍ପାଦକ, ସମ୍ପାଦକ, ଛାତ୍ର ,ଯୁବ, ମହିଳା ସଂଗଠନଙ୍କ ନାଁ ଘୋଷଣା ହେବ I ଆଜି  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 8ମ ଥର ସଭାପତି ପାଇଁ ପ୍ରାଥୀପତ୍ର ଦାଖଲ କରିଛନ୍ତି  I ଏକା ନବୀନ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ତେଣୁ ନିଶ୍ଚିତ ଯେ ସେ ହିଁ ସଭାପତି ଭାବେ ନିର୍ବାଚିତ ହେବେ l ଏହାସହ  ଆସନ୍ତା ୨୬ ତାରିଖ ଦିନ ତାଙ୍କ ନାଁ ଘୋଷଣା ହେବ l ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବହୁ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ଯାଜପୁରରେ ନକଲି ଟଙ୍କା ରାକେଟ ସକ୍ରିୟ , ପୁଲିସ୍ ଜାଲରେ ୬

0

ବ୍ୟାସନଗର : ବହୁ ଦିନର ବ୍ଯବଧାନ ପରେ ପୁଣି ସକ୍ରିୟ ହେଉଛି ନକଲି ଟଙ୍କା କାରବାର । ମିଳିଥିବା ସୂଚନା ମୁତାବକ ଗତକାଲି  ଯାଜପୁର ରୋଡ ପୋଲିସ୍ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସବ୍ ଇନିସପେକ୍ଟର ଜି.ଡି.ନାୟକ ସଦଳବଳେ ଚଢାଉ କରି  ଦାନଗଦି ହାଟରୁ ନକଲି ଟଙ୍କା କାରବାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ତଲାସୀ ସମୟରେ ଉଭୟଙ୍କ ନିକଟରୁ ୬୫୦୦୦ ର ନକଲି ଟଙ୍କା ଜବତ ହୋଇଥିଲା । ଥାନାକୁ ଆଣି ଜେରା କରିବା ପରେ ଆଉ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ (୨୦୦୦,୫୦୦,୨୦୦ ଟଙ୍କିଆ) ମୋଟ ୪ଲକ୍ଷ ୭୭ ହଜାର ନକଲି ଟଙ୍କା ଜବତ୍ ହୋଇଛି । ତାହା ସହ ଏକ କଲର୍ ପ୍ରିଣ୍ଟର, ପେପର କଟର୍ , ସ୍କେଲ୍, କିଛି ପେପର୍, ତିନୋଟି ମୋବାଇଲ ଏବଂ ଦୁଇଟି ମୋଟର ସାଇକେଲ ଜବତ୍ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଯାଜପୁର ଟାଉନ୍, ମଙ୍ଗଳପୁର ଥାନା ଅଧିନସ୍ଥ ଛଞ୍ଚିଣା ଗ୍ରାମର ଅର୍ଜୁନ ବଳ ଙ୍କ ପୁଅ ଚନ୍ଦନ ବଳ (୩୫),ଯାଜପୁର ରୋଡ୍ ଥାନା, ଦାନଗଦିର ବାଇଧର ସେଠି ଙ୍କ ପୁଅ ବିପିନ ସେଠି(୨୩),ମାନପୁର ଗାଁ ର ନୀଳମାଧବ ଦାସ ଙ୍କ ପୁଅ ମନୋଜ ଦାସ (୩୧),ଧପଙ୍କି ଗାଁ ର ଜଟେଶ୍ବର ଯେନା ଙ୍କ ପୁଅ ତପନ ଯେନା (୨୬),ଢେଙ୍କାନାଳ ଜିଲ୍ଲା ଭୁବନ ଗାଁ ର ସନତ ସାହୁ ଙ୍କ ପୁଅ ଅଜୟ କୁମାର ସାହୁ (୨୪)ଓ ପିତବାସ ପାତ୍ର ଙ୍କ ପୁଅ ମାୟାଧର ପାତ୍ର (୬୪) ।ଏ ସମସ୍ତ ଅଭିଯୁକ୍ତ ଦାନଗଦି ସହ ଭୁବନ, ସାଲେପୁର, ଭଦ୍ରକ ଓ ଭୁବନେଶ୍ବର ଅଞ୍ଚଳରେ ଏହି ନକଲି ଟଙ୍କା କାରବାର କରୁଥିବା ସ୍ବୀକାର କରିଥିଲେ । ପୋଲିସ୍ ଥାନା କେସ୍ ନଂ ୫୬ / ୧୧|୦୨|୨୦୨୦ ମାମଲା ରୁଜୁ କରିଧାରା ୪୮୯ କ, ୪୮୯ ଖ, ୪୮୯ ଗ, ୪୮୯ ଘ, ୪୮୯ ଙ ଓ ଧାରା ୩୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଗତ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କଳାପ ବୃୃଦ୍ଧି ପାଇବାରେ ଲାଗିଛି , ଯାହା ପୋଲିସ ପାଇଁ ମୁଣ୍ଡ ବ୍ଯଥାର କାରଣ ସାାଙ୍ଗକୁ ଏକ ଚ୍ଯାଲେଞ୍ଜ ପାଲଟିଛି ।

ନବୀନ ସବୁଠୁ ଧନୀ, ତୁଷାରକାନ୍ତି ଗରିବ…

ଭୁବନେଶ୍ୱର :ଭୁବନେଶ୍ୱର : ସର୍ବ ସାଧାରଣ ହୋଇଛଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସମ୍ପତ୍ତି ତାଲିକା । ତାଲିକାର ଶୀର୍ଷରେ ନବୀନ ଥିବା ବେଳେ ସବୁଠୁ ଗରିବ ମନ୍ତ୍ରୀ ହୋଇଛନ୍ତି ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୁ୍‌ଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ୨୦୧୮-୧୯ ଆର୍ଥକ ବର୍ଷର ସର୍ମ୍ପତତି ତାଲିକା ଜାରୀ କରଯାଇଛି । ମୁଖ୍ୟମନ୍ତରୀ ନବୀନ ପଟ୍ଟନାୟକ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସର୍ମ୍ପର୍ତ୍ତି ପରିମାଣ ୧୫କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କ ସର୍ମ୍ପତ୍ତିର ପରିମାଣ ପ୍ରାୟ ୪୯: ୨୪ କୋଯି ଟଙ୍କା ଥିବାବେଳେ ୨୦୧୯ର ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩: ୬୪ କୋଟି ଟଙ୍କା ବୃଦ୍ଧି ପାଇଛି । ଦ୍ୱିତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ନବ ଦାସ । ନବଙ୍କ ପାଖରେ ପ୍ରାୟ ୩୨ଲକ୍ଷ ନଗଦ, ଏକକୋଟି ଟଙ୍କା ବ୍ୟାଙ୍କ ଜମା, ଦୁଇକୋଟି ଟଙ୍କାରୁ ଅଧିକ ଫିକ୍ସଡ଼ ଡ଼ିପାଜିଯ ରହିଛି । ସେହିପରି ପଂଚାୟତ ରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସର୍ମ୍ପତ୍ତି ୪କୋଟି ବୃଦ୍ଧି ପାଇଛି । ପ୍ରତାପଙ୍କ ସମ୍ପର୍ତ୍ତି ୧୦କୋଟି ଟଙ୍କା ହେବ । କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମ୍ପର୍ତ୍ତି ୬୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ଗରିବ ମନ୍ତ୍ରୀ ହେଉଛନ୍ତି ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କର ସମ୍ପତ୍ତି; ପରିମାଣ ୨୫.୬୦ ଲକ୍ଷ ଟଙ୍କା ଥିବାବେଳେ ଭୁବନେଶ୍ୱରର ଚନ୍ଦକା ଅଂଚଳରେ ତାଙ୍କର ୪୮୦୦ ବର୍ଗ ଫୁଟରର ଜମି ରହିଛି । ୫ଲକ୍ଷ ଟଙ୍କାର କାର ଓ ୯୦ ଗ୍ରାମ ସୁନା ରହିଥିବା ଦର୍ଶାଇଛନ୍ତି ।

ଇତିହାସ ରଚିବା ଲକ୍ଷରେ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ୍

0
  1. ବ୍ୟାସନଗର : ଗତ ୨୦୧୮ ମସିହା ଅପ୍ରେଲ ମାସରେ ଅଙ୍ଗ ଦାନ ଆଧାରିତ ଏକ ପ୍ରୟାସ ଗିନିଜ୍ ବିଶ୍ବ ରେକର୍ଡ କରିଥିଲା । ଏହି କାର୍ଯ୍ୟକ୍ରମଟିକୁ ରୋଟ୍ରାକ୍ଟ୍ ବ୍ଯାସଭୂମୀ ଦ୍ବାରା ଚାରି ହଜାର ଛାତ୍ରଛାତ୍ରୀଙ୍କ ସହାୟତାରେ ସ୍ଥାନୀୟ ମଧୁସୂଦନ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା । ସେହିପରି ପୁଣି ଥରେ ଏକ ବିଶ୍ବ ରେକର୍ଡ ଚିନ୍ତାଧାରା ନେଇ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ । ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ଏଗାରଟା ସମୟରେ ଜେମ୍ସ୍ ସ୍କୁଲ ପରିସରରେ ଥିବା ରୋଟାରୀ ଭବନ ସଭାଗୃହରେ କ୍ଲବ୍ ର ସଭାପତି ଅଭୟ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ନିୟମ ଅନୁଯାୟୀ ସଭା ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ବୈଠକରେ ରୋଟାରୀଆନ୍ ଉଦୟ ନାଥ ଖଣ୍ଡାଇ , ଅଭିଳାଷ ବୋଇତାଇ ଓ ବୀରେଶ୍ବର ପତିଙ୍କ ମିଳିତ ଆଗତ ଅଙ୍ଗଦାନ ବିଶ୍ଵ  ରେକର୍ଡ ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏଥିସହ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ନିମନ୍ତେ ଦୀର୍ଘମିୟାଦି ସୂତ୍ରରେ ଏକ ଜରାନିବାସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଆସିଥିବା ପ୍ରସ୍ତାବକୁ ବିଚାରକୁ ନେଇ ଆଗାମୀ ଦିନରେ ଏହାକୁ କିପରି ରୂପରେଖ ଦିଆଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବିଗତ ବର୍ଷଠାରୁ ଏ ବର୍ଷ ଆଉ ଅଧିକ ଚାରି ହଜାର ଅର୍ଥାତ୍ ଆଠ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଆଉ ଏକ ବିଶ୍ବ ରେକର୍ଡ କରିବା ପାଇଁ ଲକ୍ଷ ରଖାଯାଇଛି । ଏଥିସହ ବ୍ୟାସନଗର ସହରାଞ୍ଚଳରେ ସ୍ଥାୟୀ ଭାବେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ର କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ଏହି ଅବସରରେ ଆଗାମୀ ୨୦୨୦-୨୧ ବର୍ଷ ନିମନ୍ତେ କର୍ମକର୍ତ୍ତା ଚୟନ ହୋଇଥିଲା । ସର୍ବସମ୍ମତିକ୍ରମେ ସଭାପତି ଭାବେ ରୋଟାରୀଆନ ଅଭୟ ପତି ଓ ସମ୍ପାଦକ ଭାବେ ରୋଟାରୀଆନ ଅଜୟ କୁମାର ସାହୁ ଚୟନ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ରୋଟାରୀଆନ ପ୍ରବିର ବିଶ୍ବାଳଙ୍କୁ ଚୟନ କରାଯାଇଛି । ଅନ୍ଯ ସମସ୍ତ ପଦ ପଦବୀ ଗୁଡିକ ଅପରିବର୍ତ୍ତିତ ଥିବାବେଳେ , କିଛି ପଦବୀରେ ଆଉ କିଛି ସଦସ୍ୟଙ୍କୁ ସାମିଲ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଅସ୍ମିତା ପତି, କଳ୍ପତରୁ ସାହୁ , ଆଷୁତୋଶ ମିଶ୍ର , ମାନଶ ଆଏଚ, ଦୀପକ୍ ଦାଶ , ସଞ୍ଜୟ ସରକାର୍ , ଚିତ୍ତରଞ୍ଜନ ବୋଇତାଇ , ବିଜୟ ରାଜ୍, ଜ୍ଞାନରଞ୍ଜନ ଓଝା, ବିମଳା ମିଶ୍ର, ବିଶ୍ବରଞ୍ଜନ ଜେନା,ଶ୍ରିକାନ୍ତ ପାତ୍ର, ରବୀନ୍ଦ୍ର ଦାଶ,ବିରଞ୍ଚି ଖୁଣ୍ଟିଆ, ରଞ୍ଜନ ନାୟକ ଓ ସରୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ନୂଆ ଟ୍ରାକରେ ବିଜେଡି ସଂଗଠନ,…..

ଭୁବନେଶ୍ୱର : ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ l ଏ ବର୍ଷ ବିଜୁଙ୍କ ଜନ୍ମ ଜୟନ୍ତୀ କୁ ନିଆରା ଢଙ୍ଗରେ ପାଳନ କରିବ ବିଜେଡି l ବିଜେଡି ସରକାର କୁ ୨୦ ବର୍ଷ ର ଉପଲବ୍ଧି ଜନସାଧାରଣ ପାଖରେ ପହଂଚାଇବା ପାଇଁ ଦଳ ପକ୍ଷରୁ ସପ୍ତାହ ଯାକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ବିଜୁ ପଟ୍ଟନାୟକ ଙ୍କ ସଂଗ୍ରାମ ଓ ସଫଳ କାହାଣୀ ଓଡିଶା ର କୋଣ ଅନୁକୋଣ ରେ ପହଂଚାଇବା ପାଇଁ ଦଳ ଅଣ୍ଟା ଭିଡିଛି l ୩ ବର୍ଷ ମଧ୍ୟରେ ରାଜ୍ୟ ର ସବୁ ପଞ୍ଚାୟତ ରେ ହେବ ପକ୍କା ଘର l ଏଭଳି ପ୍ରତିବଦ୍ଧତା କୁ ନେଇ ବିଜେଡି ଏ ବର୍ଷ ବିଜୁ ଜୟନ୍ତୀ ପାଳନ କରିବାକୁ ଯାଉଛି l ଏ ସବୁର କର୍ଣ୍ଣଧାର ସାଜିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏସବୁକୁ ସଫଳ କରିବା ପାଇଁ ଗୁରୁଦାୟିତ୍ୱ ନେଇଛନ୍ତି ବିଜେଡି ସଂଗଠନ ର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ୧୫ ନଭେମ୍ବର ୨୦୧୯ ବିଜେଡି ସଂଗଠନ ର ନୂଆ ଦାୟିତ୍ୱ ପାଇଲେ ବିଧାୟକ ପ୍ରଣବ ପ୍ରକଶ ଦାସ l ସେହି ଦିନ ଠାରୁ ନବୀନ ଙ୍କ ନିର୍ଦ୍ଧେଶ ରେ ମୟୁରଭଞ୍ଜ ରୁ ସୁନ୍ଦରଗଡ଼, ଭୁବନେଶ୍ୱର ରୁ ପୁରୀ, ଜଗତସିଂହପୁର ରୁ ଜୟପୁର ଦଳ ର ସଂଗଠନ କିପରି ମଜବୁତ ହେବ ସେ କାମରେ ଲାଗିଗଲେ ପ୍ରଣବ l ଘନ ଘନ ବୈଠକ କରି ଦଳ ର ଛାତ୍ର, ଯୁବ, ମହିଳା କର୍ମୀ ଓ ନେତା ଙ୍କୁ ନେଇ ସଂଗଠନ ଅଧିକ ମଜବୁତ କରିବା ନେଇ ପ୍ରଣବ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ l ସମସ୍ତଙ୍କୁ ସାଥିରେ ନେଇ ଦଳ କୁ ମଜବୁତ କରିବା ପାଇଁ ନବୀନ ଯୋଉ ବାର୍ତ୍ତା ଦେଇଥିଲେ ତାହାକୁ ସଭିଙ୍କୁ ବୁଝାଇଦେଲେ ପ୍ରଣବ ଆଉ ଏବେ ମାର୍ଚ୍ଚ ୫ ତାରିଖ କାର୍ଯ୍ୟକ୍ରମ କିପରି ସଫଳ କରାଯିବ ସେ ନେଇ ଦଳୀୟ କାର୍ଯ୍ୟାଳୟ ରେ ଛାତ୍ର ଯୁବର ମଙ୍ଗୁଆଳ ମାନଙ୍କୁ ଧରି ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରଣବ l ନବୀନ ଙ୍କ ନିର୍ଦ୍ଧେଶ ରେ ବିଜେଡି ସଂଗଠନ କୁ ନୂଆ ଟ୍ରାକ ରେ ନେବା ପାଇଁ ପ୍ରଣବ ଉଦ୍ୟମ ଜାରିରଖିଛି l

ବଢ଼ିବ ରାଜ୍ୟ ବଜେଟ ଆକାର : ଏଥର ଟପିବ ଦେଢ଼ ଲକ୍ଷ 50ହଜାର କୋଟି

 

୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ବିଧାନସଭା ରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ ର ଚିଠା ପ୍ରସ୍ତାବ କୁ ନେଇ ଅନୁମୋଦନ ମିଳିଛି ।ଏନେଇ ଆଜି ଲୋକସେବା ଭବନରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ୨୦୧୨୦-୨୧ ଆର୍ଥିକ ବର୍ଷରେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯିବ ।କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ କରାଯିବ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ୧.୩୯ଲକ୍ଷକୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ
ବଜେଟ ର ଆକାର ବୃଦ୍ଧି ପାଇବାର ସମ୍ବାବନା ରହିଛି ।
ସୂଚନା ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟ ର ପରିମାଣ ୧.୫୦ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ଜଣାପଡିଛି ।

ଆସନ୍ତା ୧୪ତାରିଖରେ ବିଧାନସଭା ରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫ୍ରେବୃଆରୀ ୧୮ତାରିଖରେ ଆସନ୍ତା ଆର୍ଥିକ ବର୍ଷର ପୂର୍ଣାଙ୍ଗ ବଜେଟ କୁ ଅର୍ଥ ମନ୍ତ୍ରୀ ଗୃହରେ ଆଗତ କରାଇବେ । ଚଳିତ ଆର୍ଥିକ ବର୍ଷ ତୁଳନାରେ ଏଥର କେନ୍ଦ୍ରିୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି ବିଶେଷ କରି,ପଞ୍ଚଦଶ ଅର୍ଥକମିଶନ,ମନେରଗା ,ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟ ରେ କେନ୍ଦ୍ରିୟ ଅନୁଦାନର ହାର ଯଥେଷ୍ଟ କମିଯାଇଥିବାରୁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।ମୋସରକାର ଓ ୫ଟି କାର୍ଯ୍ୟକ୍ଷମ ହେବାପରେ ରାଜ୍ୟ ସରକାର ସର୍ବାଧିକ ଭିତ୍ତିଭୂମି ର ବିକାଶ ଓ ସାମାଜିକ କ୍ଷେତ୍ର କୁ ଗୁରୁତ୍ଵ ଦେଇଛନ୍ତି ।ଏଭଳି ସ୍ତିତିରେ କେଉଁ ବିଭାଗ କୁ କେତେ ମିଳିବ ଓ ବଜେଟ ର ରୂପରେଖ କଣ ରହିବ ତାହା ଆସନ୍ତା ୧୮ତାରିଖରେ ବିଧାନସଭା ରେ ବଜେଟ ଆଗତ ହେବା ପରେ ସ୍ପଷ୍ଟ ହେବ ।

ପୁଣି କେନ୍ଦ୍ରର ଅବହେଳା : କମିଲା ବଜେଟ ଅନୁଦାନ..

 

ଭୁବନେଶ୍ୱର :ରେଲଓ୍ଵେ ବଜେଟରେ ପୂର୍ବତଟ୍ ରେଲଓ୍ଵେକୁ ୫୮୬୫ ଟଙ୍କାର ଅନୁଦାନ ମିଳିଛି। ସେଥିରେ ଓଡ଼ିଶା ଭାଗରେ ୪୩୭୩ କୋଟି ମିଳିଛି। ଯାହା ଗତବର୍ଷ ଅପେକ୍ଷା 220କୋଟି କମିଛି l  ବିଭିନ୍ନ ସ୍ଥାନରେ ଓଭରବ୍ରିଜ, ଅଣ୍ଡରବ୍ରିଜ ନିର୍ମାଣ ପାଇଁ ୧୧୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ଲାଇନକୁ ମଞ୍ଜୁରୀ ମିଳିଛି। ତାଳଚେର-ବିମଳାଗଡ଼ ୧୫୪ କିମି ନୂଆ ଲାଇନ୍ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ୧୩୦ କିମି ନୂଆ ଲାଇନ୍ ପାଇଁ ୩୩ କୋଟି, ଜୟପୁର-ନବରଙ୍ଗପୁର ୩୮ କିମି ନୂଆ ଲାଇନ୍ ପାଇଁ ୨୦ କୋଟି ବ୍ୟୟବରାଦ କରାଯାଇଛି। ସେହି ପରି ଖୋର୍ଦ୍ଧାରୋଡ୍‌-ବିଜୟନଗରମ୍ ବାଇପାସ୍ ପାଇଁ ୨୦ କୋଟି, ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳ ଲାଇନ୍ ଦୋହରୀକରଣ ପାଇଁ ୩୮୨ କୋଟି, ଟିଟିଲାଗଡ଼‌-ବିଜୟନଗରମ୍ ତୃତୀୟ ରେଳ ଲାଇନ୍ ପାଇଁ ୩୮୦ କୋଟି, ବାଂଶପାଣି-ଦୈତାରି-ଟମକା-ଯଖପୁରା ଲାଇନ୍ ଦୋହରୀକରଣ ପାଇଁ ୮୦ କୋଟି, ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏଓଭର ସଂଯୋଗ ପାଇଁ ୧୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ୮୦ କିମି ତୃତୀୟ ରେଳ ଲାଇନ୍ ପାଇଁ ୧୦୨ କୋଟି ଟଙ୍କା ଅଟକଳ କରାଯାଇଛି।ସେହି ପରି ୨୪୧ କିମି ନୂତନ ଲାଇନ ପାଇଁ ଖର୍ଚ୍ଚ ଅଟକଳ ୨୯୫୭ କୋଟି ଟଙ୍କା ରହିଛି। ଅନୁଗୁଳ-ସୁକିନ୍ଦା ୯୮.୭ କିମି ନୂଆ ରେଳପଥ ପାଇଁ ୪୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ହରିଦାସପୁର-ପାରାଦୀପ ୮୨ କିମି ନୂଆ ଲାଇନ୍ ପାଇଁ ୧୦୦ କୋଟି, ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିମି ନୂଆ ଲାଇନ୍ ପାଇଁ ୫୨୦ କୋଟି ଟଙ୍କା ଅଟକଳ କରାଯାଇଛି। ।ଫେବୃଆରୀ ୦୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଉପସ୍ଥାପନ କରିଥିଲେ।

ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଛାଟ..

 

 

ଭୂବନେଶ୍ୱର () କୃଷି ବିଭାଗର ଚାଲୁଥିବା ନାନା କେଲେଙ୍କାରୀକୁ ଗୋଟିଏ ପରେ ଗୋଟିଏ ସଫା କରିବା ଆରମ୍ଭ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଏହି କ୍ରମରେ ଦୀର୍ଘଦିନ ଧରି ଡେପୁଟେସନରେ ଆସି ଭବନେଶ୍ୱରରେ ଆସ୍ଥାନ ଜମାଇଥିବା 21 ଜଣ କୃଷି ଅଧିକାରୀଙ୍କୁ ମୂଳ ପଦବୀକୁ ଫେରାଇଦେଇଛନ୍ତି । ଏନେଇ ଆଜି କୃଷି ବିଭାଗ ପକ୍ଷରୁ ନିର୍ଦେଶନାମ ପ୍ରକାଶ ପାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ସହକାରୀ କୃଷି ଅଧିକାରୀମାନେ ଡେପୁଟେସନରେ ଆସି କୃଷି ନିର୍ଦ୍ଦେଶାଳୟକୁ ଆସି ଆଉ ଫେରିବାର ନାଁ ଧରୁନଥିଲେ । ଏମାନେ ରାଜଧାନୀକୁ ଆସିବାପରେ ଆଉ ଜିଲ୍ଲାକୁ ଫେରିବାକୁ ମଙ୍ଗୁନଥିଲେ । ଯେମିତି ହେଉ କଳେ ବଳେ ରାଜଧାନୀରେ ରହିଆସୁଥିଲେ । ଇତି ମଧ୍ୟରେ ଏହି ସହକାରୀ କୃଷି ଅଧିକାରୀମାନେ ପଦୋନ୍ନତି ପାଇଛନ୍ତି ।

ତେବେ ପଦୋନ୍ନତି ପାଇଲାପରେ ମଧ୍ୟ କିଛି ଅଧିକାରୀ ନିର୍ଦ୍ଦେଶାଳୟରେ ରହିବାପାଇଁ ବି ଉଦ୍ୟମ ଚଳାଇଥିଲେ । ହେଲେ କୃଷିମନ୍ତ୍ରୀ ଡକ୍ଟର ସାହୁଙ୍କ ନଜରକୁ ଏହା ଆସିବାପରେ ତୁରନ୍ତ ଏହି ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ଜିଲ୍ଲା ସମେତ ଅନ୍ୟ ସ୍ଥାନକୁ ପଠାଇବାପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗରେ ମୋ ସରକାର ଓ ୫-ଟି ଲାଗୁପରେ ଡେପୁଟେସନରେ ଆସି ବିଭାଗ ଓ ନିର୍ଦ୍ଦେଶାଳୟରେ ରହିବା ପ୍ରଥାକୁ ଏକ ପ୍ରକାର ଉଚ୍ଛେଦ କରାଯାଇଛି ।

ମନ୍ତ୍ରୀଙ୍କ ଆଭିମୁଖ୍ୟ ଦେଖି କର୍ତ୍ତୃପକ୍ଷ ୨୧ଜଣ ସହକାରୀ କୃଷି ଅଧିକାରୀଙ୍କୁ ପଦୋନ୍ନତି ସହିତ ଅନ୍ୟ ସ୍ଥାନକୁ ପଠାଇ ଦେଇଛନ୍ତି । ଏହି ଅଧିକାରୀମାନେ ଫୁଲବାଣୀ, ସୁବର୍ଣ୍ଣପୁର, ନୟାଗଡ, ଢେଙ୍କାନାଳ, ପୁରୀ, ବରଗଡ, କେନ୍ଦ୍ରାପଡା, ଗଞ୍ଜାମ ଆଦି ଜିଲ୍ଲାକୁ ବଦଳି ହୋଇଥିବାବେଳେ ଦୁଇଜଣ ଅଧିକାରୀଙ୍କୁ ରାଜଧାନୀରେ ଥିବା ବିଭାଗର ଅନ୍ୟ ଦପ୍ତରକୁ ପଠାଇ ଦିଆଯାଇଛି ।

ମନ୍ତ୍ରୀ ଟୁକୁନି ସାହୁ ଦେଖାଇଲେ ମାନବିକତା : ସାଧୁବାଦ ଦେଲେ ନବୀନ

 

ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ମନ୍ତ୍ରୀ, ବିଧାୟକ, ସଂସଦ ମାନଙ୍କୁ ସରଳ ଜୀବନ କଟେଇବା ପାଇଁ ପରାମର୍ଶ ଦେଇଥିଲେ l ଲୋକଙ୍କୁ ସେବା କରିବା ପାଇଁ ନେତାଙ୍କୁ ଏହି ପରାମର୍ଶ କିଛି ନୂଆ କଥା ନୁହେଁ l ନବୀନ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କ୍ଷମତା ଲୋଭ ଓ ବିଳାଶପୂର୍ଣ୍ଣ ଜୀବନ ଛାଡି ସାଧାରଣ ଜୀବନ ଯାପନକୁ ଆପଣେଇଛନ୍ତି ବିଜେଡି ନେତା ମାନେ , ଯାହାର ଉଦାହରଣ ଦେଖାଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ l ଦୁର୍ଘଟଣା ଗ୍ରସ୍ତ ପୀଡିତା ମହିଳାଙ୍କୁ ନିଜ ଗାଡ଼ିରେ ବସେଇ ଚିକିତ୍ସା ପାଇଁ ହସ୍ପିଟାଲ କୁ ପଠେଇଥିଲେ l

ଘଟଣା ଟି ଥିଲା ଏମିତି, ମନ୍ତ୍ରୀ ଟୁକୁନି ସାହୁ ଗୁଡଭେଲା ଗସ୍ତ ସମୟରେ ରାସ୍ତା ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ମହିଳା ରାସ୍ତା ରେ ପଡି ରହିଥିଲେ l ଏହା ଦେଖି ମନ୍ତ୍ରୀ ତାଙ୍କ ଗାଡ଼ିରୁ ଅଲ୍ଲାହି ତୁରନ୍ତ ଉକ୍ତ ମହିଳାକୁ ନିଜ ଗାଡ଼ିରେ ବସେଇ ସଇଁତଳା ଡାକ୍ତରଖାନା କୁ ପଠେଇଥିଲ l ଏବଂ ତାଙ୍କର ଚିକିତ୍ସା କରେଇଥିଲେ l ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାଧୁବାଦ ଜଣେଇବା ସହ ପରୋ ଉପକାର ପାଇଁ ପ୍ରତେକ ବ୍ୟକ୍ତିଙ୍କୁ ସେବା ମନବୃତି କୁ ଆପଣେଇବା ପାଇଁ ଆହ୍ୱାନ କରିଛନ୍ତି

Follow us

20,832FansLike
0FollowersFollow
14,700SubscribersSubscribe

Latest news