ମନ୍ତ୍ରୀ ଟୁକୁନି ସାହୁ ଦେଖାଇଲେ ମାନବିକତା : ସାଧୁବାଦ ଦେଲେ ନବୀନ

- Advertisement -

 

ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ମନ୍ତ୍ରୀ, ବିଧାୟକ, ସଂସଦ ମାନଙ୍କୁ ସରଳ ଜୀବନ କଟେଇବା ପାଇଁ ପରାମର୍ଶ ଦେଇଥିଲେ l ଲୋକଙ୍କୁ ସେବା କରିବା ପାଇଁ ନେତାଙ୍କୁ ଏହି ପରାମର୍ଶ କିଛି ନୂଆ କଥା ନୁହେଁ l ନବୀନ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କ୍ଷମତା ଲୋଭ ଓ ବିଳାଶପୂର୍ଣ୍ଣ ଜୀବନ ଛାଡି ସାଧାରଣ ଜୀବନ ଯାପନକୁ ଆପଣେଇଛନ୍ତି ବିଜେଡି ନେତା ମାନେ , ଯାହାର ଉଦାହରଣ ଦେଖାଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ l ଦୁର୍ଘଟଣା ଗ୍ରସ୍ତ ପୀଡିତା ମହିଳାଙ୍କୁ ନିଜ ଗାଡ଼ିରେ ବସେଇ ଚିକିତ୍ସା ପାଇଁ ହସ୍ପିଟାଲ କୁ ପଠେଇଥିଲେ l

ଘଟଣା ଟି ଥିଲା ଏମିତି, ମନ୍ତ୍ରୀ ଟୁକୁନି ସାହୁ ଗୁଡଭେଲା ଗସ୍ତ ସମୟରେ ରାସ୍ତା ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ମହିଳା ରାସ୍ତା ରେ ପଡି ରହିଥିଲେ l ଏହା ଦେଖି ମନ୍ତ୍ରୀ ତାଙ୍କ ଗାଡ଼ିରୁ ଅଲ୍ଲାହି ତୁରନ୍ତ ଉକ୍ତ ମହିଳାକୁ ନିଜ ଗାଡ଼ିରେ ବସେଇ ସଇଁତଳା ଡାକ୍ତରଖାନା କୁ ପଠେଇଥିଲ l ଏବଂ ତାଙ୍କର ଚିକିତ୍ସା କରେଇଥିଲେ l ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାଧୁବାଦ ଜଣେଇବା ସହ ପରୋ ଉପକାର ପାଇଁ ପ୍ରତେକ ବ୍ୟକ୍ତିଙ୍କୁ ସେବା ମନବୃତି କୁ ଆପଣେଇବା ପାଇଁ ଆହ୍ୱାନ କରିଛନ୍ତି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles