ଲୋକଙ୍କ ନେତା ପ୍ରଣବ…

- Advertisement -

ଯାଜପୁର : ଯାଜପୁରବାସୀଙ୍କ ସୁଖ ଓ ଦୁଃଖର ସାଥି ହେଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ l ଯାହା ପୁଣି ଥରେ ପ୍ରମାଣିତ ହୋଇଛି l ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଓଡିଶା ଫେରିଲା ୩ ଶ୍ରମିକଙ୍କ ମୃତ ଦେହ । ବିଜୁ ଜନତା ଦଳର ଓଡ଼ିଶା- ମୋ ପରିବାର ସହାୟତାରେ ଅହମ୍ମଦାବାଦରୁ ଫେରିଛି ୩ ଶ୍ରମିକଙ୍କ ମୃତ ଦେହ ।୨୦ ତାରିଖ ଦିନ ଗୁଜୁରାଟର ଅହମ୍ମଦାବାଦ ଲୋଟସ ସୂତା କଳରେ କାମ କରୁଥିବା ସମୟରେ ଗ୍ୟାସ୍‌ ଟାଙ୍କରେ ନିଆଁ ଲାଗିବା ଫଳରେ ଯାଜପୁର ଜିଲ୍ଲାର ୩ ଜଣ ଶ୍ରମିକଙ୍କ ପ୍ରାଣ ଯାଇଥିଲା ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ମାନେ ହେଲେ ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ମୃତ ଦେହ ଗୁଡିକୁ ଅହମ୍ମଦାବାଦରୁ ଓଡ଼ିଶା ଫେରାଇ ଆଣିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକ । ଏହି ଘଟଣାରେ ସହଯୋଗର ହାତ ବଢାଇ ଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ପ୍ରଣବ ପ୍ରକାଶ ଦାସ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା-ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟି ଗୋଚର କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ‘ଓଏସଡି’ ଡ଼. ଗୋପବନ୍ଧୁ ଦାଶ ଓଡ଼ିଶାର ଶ୍ରମ ଆୟୁକ୍ତଙ୍କ ସହାୟତାରେ ଗୁଜୁରାଟର ଶ୍ରମ ଆୟୁକ୍ତଙ୍କ ସହ ସମ୍ପର୍କ କରି ମୃତ ଯୁବକ ମାନଙ୍କ ପରିବାରକୁ ଲୋଟସ ସୂତା କଳ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ଜଣାଇଥିଲେ ।ଏହି ଘଟଣାରେ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ଶବ ପରୀକ୍ଷା କରାଯାଇ ସୋମବାର ଅପରାହ୍ନରେ ପରିବାର ବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରିଦିଆଯାଇଛି ।ମୃତ ଦେହକୁ ଅହମ୍ମଦାବାଦରୁ ଯାଜପୁର ଯାଏଁ ଆଣିବାକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ବଢାଇଛନ୍ତି ସହଯୋଗର ହାତ ।

  • ମୃତ ଦେହକୁ ଅହମ୍ମଦାବାଦରୁ ଜନ୍ମମାଟି ଯାଏଁ ଆଣି ଆସୁଥିବା ଆମ୍ବୁଲାନ୍ସର ଭଡା ଖର୍ଚ୍ଚ ବହନ କରିଛନ୍ତି ପ୍ରଣବ।୩ ଓଡିଆ ଶ୍ରମିକଙ୍କ ମର ଶରୀର ମଙ୍ଗଳବାର ଅପରାହ୍ନରେ ନିଜ ଜନ୍ମମାଟିରେ ପହଁଚିଛି। ମର ଶରୀର ଗାଁ ମୁଣ୍ଡରେ ପହଂଚିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles