ପୁଣି କେନ୍ଦ୍ରର ଅବହେଳା : କମିଲା ବଜେଟ ଅନୁଦାନ..

- Advertisement -

 

ଭୁବନେଶ୍ୱର :ରେଲଓ୍ଵେ ବଜେଟରେ ପୂର୍ବତଟ୍ ରେଲଓ୍ଵେକୁ ୫୮୬୫ ଟଙ୍କାର ଅନୁଦାନ ମିଳିଛି। ସେଥିରେ ଓଡ଼ିଶା ଭାଗରେ ୪୩୭୩ କୋଟି ମିଳିଛି। ଯାହା ଗତବର୍ଷ ଅପେକ୍ଷା 220କୋଟି କମିଛି l  ବିଭିନ୍ନ ସ୍ଥାନରେ ଓଭରବ୍ରିଜ, ଅଣ୍ଡରବ୍ରିଜ ନିର୍ମାଣ ପାଇଁ ୧୧୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ଲାଇନକୁ ମଞ୍ଜୁରୀ ମିଳିଛି। ତାଳଚେର-ବିମଳାଗଡ଼ ୧୫୪ କିମି ନୂଆ ଲାଇନ୍ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ୧୩୦ କିମି ନୂଆ ଲାଇନ୍ ପାଇଁ ୩୩ କୋଟି, ଜୟପୁର-ନବରଙ୍ଗପୁର ୩୮ କିମି ନୂଆ ଲାଇନ୍ ପାଇଁ ୨୦ କୋଟି ବ୍ୟୟବରାଦ କରାଯାଇଛି। ସେହି ପରି ଖୋର୍ଦ୍ଧାରୋଡ୍‌-ବିଜୟନଗରମ୍ ବାଇପାସ୍ ପାଇଁ ୨୦ କୋଟି, ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳ ଲାଇନ୍ ଦୋହରୀକରଣ ପାଇଁ ୩୮୨ କୋଟି, ଟିଟିଲାଗଡ଼‌-ବିଜୟନଗରମ୍ ତୃତୀୟ ରେଳ ଲାଇନ୍ ପାଇଁ ୩୮୦ କୋଟି, ବାଂଶପାଣି-ଦୈତାରି-ଟମକା-ଯଖପୁରା ଲାଇନ୍ ଦୋହରୀକରଣ ପାଇଁ ୮୦ କୋଟି, ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏଓଭର ସଂଯୋଗ ପାଇଁ ୧୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ୮୦ କିମି ତୃତୀୟ ରେଳ ଲାଇନ୍ ପାଇଁ ୧୦୨ କୋଟି ଟଙ୍କା ଅଟକଳ କରାଯାଇଛି।ସେହି ପରି ୨୪୧ କିମି ନୂତନ ଲାଇନ ପାଇଁ ଖର୍ଚ୍ଚ ଅଟକଳ ୨୯୫୭ କୋଟି ଟଙ୍କା ରହିଛି। ଅନୁଗୁଳ-ସୁକିନ୍ଦା ୯୮.୭ କିମି ନୂଆ ରେଳପଥ ପାଇଁ ୪୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ହରିଦାସପୁର-ପାରାଦୀପ ୮୨ କିମି ନୂଆ ଲାଇନ୍ ପାଇଁ ୧୦୦ କୋଟି, ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିମି ନୂଆ ଲାଇନ୍ ପାଇଁ ୫୨୦ କୋଟି ଟଙ୍କା ଅଟକଳ କରାଯାଇଛି। ।ଫେବୃଆରୀ ୦୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଉପସ୍ଥାପନ କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles