ନୂଆ ଟ୍ରାକରେ ବିଜେଡି ସଂଗଠନ,…..

- Advertisement -

ଭୁବନେଶ୍ୱର : ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ l ଏ ବର୍ଷ ବିଜୁଙ୍କ ଜନ୍ମ ଜୟନ୍ତୀ କୁ ନିଆରା ଢଙ୍ଗରେ ପାଳନ କରିବ ବିଜେଡି l ବିଜେଡି ସରକାର କୁ ୨୦ ବର୍ଷ ର ଉପଲବ୍ଧି ଜନସାଧାରଣ ପାଖରେ ପହଂଚାଇବା ପାଇଁ ଦଳ ପକ୍ଷରୁ ସପ୍ତାହ ଯାକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ବିଜୁ ପଟ୍ଟନାୟକ ଙ୍କ ସଂଗ୍ରାମ ଓ ସଫଳ କାହାଣୀ ଓଡିଶା ର କୋଣ ଅନୁକୋଣ ରେ ପହଂଚାଇବା ପାଇଁ ଦଳ ଅଣ୍ଟା ଭିଡିଛି l ୩ ବର୍ଷ ମଧ୍ୟରେ ରାଜ୍ୟ ର ସବୁ ପଞ୍ଚାୟତ ରେ ହେବ ପକ୍କା ଘର l ଏଭଳି ପ୍ରତିବଦ୍ଧତା କୁ ନେଇ ବିଜେଡି ଏ ବର୍ଷ ବିଜୁ ଜୟନ୍ତୀ ପାଳନ କରିବାକୁ ଯାଉଛି l ଏ ସବୁର କର୍ଣ୍ଣଧାର ସାଜିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏସବୁକୁ ସଫଳ କରିବା ପାଇଁ ଗୁରୁଦାୟିତ୍ୱ ନେଇଛନ୍ତି ବିଜେଡି ସଂଗଠନ ର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ୧୫ ନଭେମ୍ବର ୨୦୧୯ ବିଜେଡି ସଂଗଠନ ର ନୂଆ ଦାୟିତ୍ୱ ପାଇଲେ ବିଧାୟକ ପ୍ରଣବ ପ୍ରକଶ ଦାସ l ସେହି ଦିନ ଠାରୁ ନବୀନ ଙ୍କ ନିର୍ଦ୍ଧେଶ ରେ ମୟୁରଭଞ୍ଜ ରୁ ସୁନ୍ଦରଗଡ଼, ଭୁବନେଶ୍ୱର ରୁ ପୁରୀ, ଜଗତସିଂହପୁର ରୁ ଜୟପୁର ଦଳ ର ସଂଗଠନ କିପରି ମଜବୁତ ହେବ ସେ କାମରେ ଲାଗିଗଲେ ପ୍ରଣବ l ଘନ ଘନ ବୈଠକ କରି ଦଳ ର ଛାତ୍ର, ଯୁବ, ମହିଳା କର୍ମୀ ଓ ନେତା ଙ୍କୁ ନେଇ ସଂଗଠନ ଅଧିକ ମଜବୁତ କରିବା ନେଇ ପ୍ରଣବ ପ୍ରସ୍ତୁତ କଲେ ବ୍ଲୁ ପ୍ରିଣ୍ଟ l ସମସ୍ତଙ୍କୁ ସାଥିରେ ନେଇ ଦଳ କୁ ମଜବୁତ କରିବା ପାଇଁ ନବୀନ ଯୋଉ ବାର୍ତ୍ତା ଦେଇଥିଲେ ତାହାକୁ ସଭିଙ୍କୁ ବୁଝାଇଦେଲେ ପ୍ରଣବ ଆଉ ଏବେ ମାର୍ଚ୍ଚ ୫ ତାରିଖ କାର୍ଯ୍ୟକ୍ରମ କିପରି ସଫଳ କରାଯିବ ସେ ନେଇ ଦଳୀୟ କାର୍ଯ୍ୟାଳୟ ରେ ଛାତ୍ର ଯୁବର ମଙ୍ଗୁଆଳ ମାନଙ୍କୁ ଧରି ରଣନୀତି ପ୍ରସ୍ତୁତ କରୁଛନ୍ତି ପ୍ରଣବ l ନବୀନ ଙ୍କ ନିର୍ଦ୍ଧେଶ ରେ ବିଜେଡି ସଂଗଠନ କୁ ନୂଆ ଟ୍ରାକ ରେ ନେବା ପାଇଁ ପ୍ରଣବ ଉଦ୍ୟମ ଜାରିରଖିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles