ନବୀନଙ୍କ ପରେ ପ୍ରଣବ : ଏବେ ସଭିଏଁ ହେଲେଣି ଆଗଭର..

- Advertisement -

ଭୁବନେଶ୍ୱର : ଉଦାହରଣ ସାଜିଲେ ନେତା l ଏହା ପରେ ନେତାଙ୍କ ବେଶ ବିଶ୍ୱସ୍ତ ପ୍ରଣବ ନେତାଙ୍କ ନୀତିକୁ ପ୍ରଥମେ ଆପଣାଇଲେ l ଏହାପରେ ଏବେ ଜଣକ ପରେ ଜଣେ ବିଧାୟକ, ମନ୍ତ୍ରୀ, ସାଂସଦ ସେମାନଙ୍କ ତିନି ମାସର  ଦରମା ଦେଲେଣି l    ନବୀନ କରୋନା ପାଣ୍ଠିକୁ ତାଙ୍କ ୩ ମାସର ଦରମା ଦେବାକୁ ଘୋଷଣା କଲେ। ତାର ଠିକ୍ କିଛି ସମୟ ପରେ ବବି ଦାସ ମଧ୍ୟ ତାଙ୍କ ୩ ମାସର ଦରମା ଦେବାପାଇଁ ଘୋଷଣା କଲେ।
ବର୍ତ୍ତମାନ ସାରା ଭାରତରେ କରୋନା ମୁକାବିଲା କରିବାରେ ଓଡ଼ିଶା ପ୍ରଥମ । ନବୀନ ପଟ୍ଟନାୟକଙ୍କ ରଣନୀତିକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ରଣନୀତି ପଛରେ ଯାଜପୁର ବିଧାୟକ ତଥା ବିଜେଡି ସଂଗଠକ ମୁଖ୍ୟ ବବି ଦାସଙ୍କ ପ୍ରମୁଖ ଭୂମିକା ରହିଛି।କେମିତି ଓଡିଶାରୁ କରୋନାକୁ ଦୂର କରାଯିବ ସେଥିପାଇଁ ସେ ନିଜେ ମଧ୍ୟ ଲୋକଙ୍କୁ ପାଖକୁ ଯାଇ ସଚେତନ କରାଉଛନ୍ତି । ଏମିତିକି ଯାଜପୁରରେ ତାଙ୍କ ନିର୍ଦ୍ଦେଶରେ ବିଜୁ ଯୁବ ବାହିନୀର କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ବୁଝାଉଛନ୍ତି । ନବୀନ ଓ ପ୍ରଣବ ଦରମା ଦେବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ନେତା, ମନ୍ତ୍ରୀ, ସାଂସଦ, ବ୍ୟବସାୟୀ, ସାଧାରଣ ଜନତା ଟଙ୍କା ଦାନ କରୁଛନ୍ତି l ଯାହା ଏକ ଶୁଭ ସଙ୍କେତ l ଏବେ ଓଡ଼ିଶାରେ ଲୋକେ କୁହାକୁହି ହେଉଛନ୍ତି ନେତା ହେବ ତ ଏମିତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles