କରୋନା ମାନେ କୋଇ ଘର୍ ସେ ନା ନିକ୍ ଲେ- ମୋଦି

- Advertisement -

ନୂଆଦିଲ୍ଲୀ: କରୋନା ମାନେ କୋଇ ଘର୍ ସେ ନା ନିକଲେ । ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ
କରୋନା ଭାଇରସକୁ ଦୃଷ୍ଟିରେ ରଖି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନାରୁ ଦେଶକୁ ମୁକ୍ତି କରିବା ପାଇଁ ଆଜି ରାତି ୧୨ଟାରୁ ସମଗ୍ର ଦେଶରେ ଲକ ଡାଉନ ହେବ। ଏହି ଲକ ଡାଉନ ୨୧ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସମସ୍ତଙ୍କୁ ଘରର ଲକ୍ଷଣ ରେଖା ଭିତରେ ରହିବା ପାଇଁ ସେ ହାତ ଯୋଡ଼ି ନିବେଦନ କରିଛନ୍ତି।
ଯଦି ଏହି ୨୧ ଦିନ ଲକ୍ ଡାଉନକୁ ନ ମାନିବା ତାହେଲେ ଭାରତ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ଦେଶବାସୀଙ୍କ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ଘୋଷଣା କରିଛନ୍ତି। ଯଦି କେହି ଏହାକୁ ଅଣଦେଖା କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦି କହିଛନ୍ତି। ଏହାକୁ ଏକ କର୍ଫ୍ୟୁ ଭାବେ ଗ୍ରହଣ କରାଯିବ । ଆମର ଟିକିଏ ବି ଭୁଲ୍ ଦେଶରେ ମହାମାରୀ ରୂପ ନେଇ ପାରେ । ତେଣୁ ନିଜେ ସଚେତନ ହୋଇ ସାରା ପରିବାରକୁ ସୁରକ୍ଷିତ ରଖିବା ପ୍ରତେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ମୋଦି କହିଛନ୍ତି। ଆଜି ମଧ୍ୟରାତ୍ରିରୁ ଭାରତ ସରକାର ବାଧ୍ୟ ହୋଇ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା। ଆପଣମାନେ ଦେଶର ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରୁହନ୍ତୁ ବୋଲି ମୋଦି କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles