ଓଡିଶା ପାଇଁ ଉଦାହରଣ ସାଜିଲେ ପ୍ରଣବ ….

- Advertisement -

ଯାଜପୁର: ନେତା କେବଳ ଭୋଟ ପାଇଁ ନିର୍ବାଚନ ଲଢ଼ି ନ ଥାନ୍ତି। ଲୋକଙ୍କ ସୁବିଧା ଅସୁବିଧାର ମଧ୍ୟ ସାଥି ହୁଅନ୍ତି  । ଏ କଥାକୁ ପ୍ରମାଣ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ)। କରୋନା ମୁକାବିଲା ପାଇଁ ଓଡ଼ିଶାର ପ୍ରଥମ ବିଧାୟକ ଭାବରେ ସେ ବିଧାୟକ ପାଣ୍ଠିରୁ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯାହାକି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛ। ପ୍ରଥମେ ସେ ନିଜର 3ମାସର ଦରମା ଦେଇଛନ୍ତି l
ଆଉ ଯେଉଁଠି ପାଇଁ ସେ ନବୀନ ପଟ୍ଟନାୟକଙ୍କ ବେଶ ବିଶ୍ୱସ୍ତ ହୋଇପାରିଛନ୍ତି l କେହି କେହି ତାଙ୍କୁ ନବୀନଙ୍କ ହନୁମାନ ମଧ୍ୟ କୁହନ୍ତି। କାରଣ ନବୀନଙ୍କ ସବୁ ଯୋଜନାକୁ ସଫଳ ରୂପାୟନ କରିବାରେ ସେ ନେଇଥାଆନ୍ତି ପ୍ରମୁଖ ଭୂମିକା । ନବୀନ ମଧ୍ୟ ତାଙ୍କୁ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରିକ ବ୍ୟକ୍ତି ବୋଲି ମଧ୍ୟ ଘୋଷଣା କରିସାରିଛନ୍ତି। ସେଥିପାଇଁ ସେ କେବଳ ଯାଜପୁର ନୁହେଁ ସାରା ଓଡ଼ିଶାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ ଓଡ଼ିଶାର ପ୍ରଥମ ନେତା ଭାବରେ  କରୋନା ମୁକାବିଲା ପାଇଁ  ବିଧାୟକ ପାଣ୍ଠିରୁ ୩ କୋଟି ସହାୟତା ଦେଇଛନ୍ତି ।

ସବୁଠାରୁ ବଡ କଥା ହେଉଛି ରାଜ୍ୟରେ କିପରି କରୋନା ମୁକାବିଲା କରାଯିବ ଓ ଓଡିଶା ବାସୀ କିପରି ସଚେତନ ହେବେ ସେଥିପାଇଁ ସେ ଲୋକସେବା ଭାବରେ ପ୍ରତ୍ୟେକ ଦିନ ଆସି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସରକାରଙ୍କୁ ସହଯୋଗ କରୁଛନ୍ତି l କେବଳ ରାଜନୀତି ରଣନୀତି ନୁହେଁ ରାଜ୍ୟବାସୀ ଯେପରି ସୁଖରେ ରହିବେ ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କାମ କରୁଛନ୍ତି l ସେଥିପାଇଁ ତ ସଭିଏଁ କହୁଛନ୍ତି ଆବଶ୍ୟକ ଯେଉଁଠି ପ୍ରଣବ ସେଇଠି l

 

 

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles