ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଲା ବିଜେପି

ଭୋପାଳ: ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇଛନ୍ତି। ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିଥିଲେ ଶିବରାଜ। ଏଥିରେ କଂଗ୍ରେସ ବିଧାୟକମାନେ ଅନୁପସ୍ଥିତ ଥିଲେ।
ଗତକାଲି ରାତି ୯ଟାରେ ଶପଥ ନେଇଥିବା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଆଜି ଗୃହରେ ସଂଖ୍ୟା ଖେଳରେ ମଧ୍ୟ ପାସ କରିଛନ୍ତି । ବିଜେପିର ୧୦୭ ବିଧାୟକଙ୍କ ସହ ମୋଟ ୧୧୨ ଖଣ୍ଡ ଭୋଟ ପାଇଥିଲା ବିଜେପି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୨୨ ଆନୁଗତ୍ୟ ବିଧାୟକଙ୍କ ଏବଂ ୨ ଜଣଙ୍କ ମୃତ୍ୟୁ ପରେ ମୋଟ ବିଧାନସଭାର ସଭ୍ୟ ସଂଖ୍ୟା ୨୦୬ ଅଛି। ବିଜେପିକୁ ସଂଖ୍ୟା ଗରିଷ୍ଠତା ପାଇଁ ୨୦୪ ଭୋଟର ଆବଶ୍ୟକତା ଥିଲା। ହେଲେ ୧୧୨ ଭୋଟ ପାଇ ବିଜେପି ସରକାର ଗଠନ କରିଛି।
ଏହାପରେ ଶିବରାଜ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପାଖକୁ ଯାଇ ରାଜ୍ୟରେ କରୋନା ମୁକାବିଲା ପାଇଁ ରୋଡ଼ ମ୍ୟାପ ତିଆରି କରିଥିଲେ ।ମହାମାରୀ କରୋନା ମିଳିମିଶି ଦୁରକାରିବା ପାଇଁ ଆହ୍ୱାନ ଦେଇଛନ୍ତି ଦୁଇ ନେତା।

କରୋନା ପାଇଁ ତାରା ଦେଲେ ଏକ କୋଟି….

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ଆତଙ୍କ ସୃଷ୍ଟି କରିଛି। ଯାହାପାଇଁ କି ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଗଲାଣି। ଏଭଳି ପରିସ୍ଥିତିରେ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି ।ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ।ସେ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଫଣ୍ଡକୁ ୧କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଫାଲକନ ଚେୟାରମ୍ୟାନର ଭାବରେ ସେ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ଦେଇଛନ୍ତି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ତାଙ୍କ ତିନି ମାସର ଦରମା ଏହି ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି ।ଏହାସହ ମୁଖ୍ୟମନ୍ତ୍ରୀ ସମସ୍ତ ଦଳୀୟ ବିଧାୟକ ଏବଂ ସାଂସଦମାଙ୍କୁ ତିନି ମାସର ଦରମା ଦେବାକୁ କହିଛନ୍ତି। ଏଥିରେ ଏବେ ସାମିଲ ହୋଇଛନ୍ତି ଶିଳ୍ପପତି ତାର ପଟ୍ଟନାୟକ । ସେ ଅର୍ଥ ପ୍ରଦାନ କରିବା ସହ ସବୁ ଶିଳ୍ପପତିଙ୍କୁ କରୋନା ମୁକାବିଲା ପାଇଁ ଅର୍ଥ ପ୍ରଦାନ ପାଇଁ ଆହ୍ୱାନ କରିଛନ୍ତି।

କେମିତି ଚାଲିଛି ସ୍ବାସ୍ଥ୍ୟ ସେବା ! ଅର୍ଥ ଅଭାବରୁ ଅଧାବାଟରେ ହଟହଟା ରୋଗୀ ।

0

ଯାଜପୁର : ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି । ରୋଜଗାର ଠାରୁ ଗୃହ ନିର୍ମାଣ,ପାନୀୟ ଜଳ ଠୁ ନେଇ ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ । କିନ୍ତୁ ଯୋଜନା କେବଳ କାଗଜ କଲମରେ ସିମିତ ଥିବା ଭଳି ମନେ ହେଉଛି । ଆଜି ଯାଜପୁର ଜିଲ୍ଲାର ମୂଖ୍ୟ ଚିକିତ୍ସାଳୟରେ ଏକ ଅଭାବନିୟ ଘଟଣା ନଜରକୁ ଆସିଛିି ।ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଲେମ୍ବୋ ଗ୍ରାମର ଚେମା ଦେହୁରୀ (୬୬) ଓ ତାଙ୍କ ସ୍ତ୍ରୀ ଅହଲ୍ଯା ଦେହୁରୀ (୫୫) ଦୁହେଁ ସ୍ବାସ୍ଥ୍ୟଗତ ସମସ୍ଯାରୁ ଗତ ମାର୍ଚ୍ଚ ୨୦ ତାରିଖରେ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଜିଲ୍ଲାରେ କରୋନା ଭୟ ହେତୁ ଡାକ୍ତର ଦୁହିଁଙ୍କୁ ଗତ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ମେଡିକାଲ ରୁ ଡିସଚାର୍ଜ କରିଥିଲେ ।ଘରକୁ ଫେରିବା ପାଇଁ କୌଣସି ଗାଡି ନ ମିଳିବାରୁ ନିଜ ପୁଅ ସହିତ ମେଡିକାଲ ରେ ରାତି କଟାଇଥିଲେ ।ଜିଲ୍ଲାରେ କରୋନା ପାଇଁ ସମସ୍ତ ଯାନବାହନ ବନ୍ଦ ଥିବାରୁ ସଖାଳୁ ମାତ୍ରାଧିକ ଅର୍ଥ ଦେଇ ଗୋଟିଏ ଅଟୋ ଭଡା କରି ନିଜ ଘରକୁ ଫେରିଥିଲେ । କିନ୍ତୁ ଗରିବ ଶ୍ରେଣୀର ହୋଇଥିବା ହେତୁ ପାଖରେ ଥିବା ଅର୍ଥ ମୁତାବକ ଯାଜପୁର ରୋଡ ପର୍ଯ୍ୟନ୍ତ ଆସିଥିଲେ ।ସେଠାରେ ପହଞ୍ଚି ଗାଡି ମଟର ବନ୍ଦ ସହ ଦୋକାନ ବଜାର ବନ୍ଦ ଥିବାରୁ ରେଳ ଷ୍ଟେସନ ଫାଟକ ସମ୍ମୁଖରେ ଆଶ୍ରୟ ନେଇଥିଲେ ।ବିଡମ୍ବନାର ବିଷୟ ଏହା ଯେ ସରକାର ବିଭିନ୍ନ ସମୟରେ ନିମ୍ନ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ବହୁ ଯୋଜନା ମାନ କରୁଛନ୍ତି ।କିନ୍ତୁ ସେହି ଯୋଜନା ସବୁ ଫେଲ୍ ମାରିଗଲା ପରି ପ୍ରତୀୟମାନ ହୁଏ ।ସରକାର ରୋଗୀମାନଙ୍କୁ ମେଡିକାଲ ନେବା ପାଇଁ ବିଭିନ୍ନ ନାମରେ ଆମ୍ବ୍ଯୁଲାନ୍ସ ଚଳାଇଛନ୍ତି , କିନ୍ତୁ ଗରିବ ଲୋକଟିଏ ଡିସଚାର୍ଜ ହେବାପରେ ହଟହଟା ହେଉଥିବା ବହୁ ସମୟରେ ପରିଲକ୍ଷିତ ହୁଏ ।ଏଠାରେ ଆହୁରି ଏକ ବିଡମ୍ବନାର ବିଷୟ ଯେ ଡିସଚାର୍ଜ ପୂର୍ବରୁ ଉକ୍ତ ରୋଗୀଙ୍କ ହାତରେ ଲାଗିଥିବା ସାଲାଇନ୍ ଛୁଞ୍ଚିଟି କଢାଯାଇ ନଥିଲା ।ଏଥିରୁ ଜଣାପଡ଼ୁଛି କିପରି ଚାଲିଛି ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ।ଏ ସମ୍ପର୍କରେ ସି.ଡି.ଏମ୍.ଓ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଏ ସମ୍ପର୍କରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି ।ଏବଂ ଅନୁସନ୍ଧାନ କରି ଉଚିତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୫ଟି ଚାଲିଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ହୀନତା ପଦାରେ ପକାଇଛି  ।

ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ, ୧୪ ଜିଲ୍ଲାକୁ ଲକଡାଉନ୍ ଘୋଷଣା

0

ଯାଜପୁର  : ମହାମାରୀ କରୋନା ଭାରତରେ ମଧ୍ୟ ଧିରେ ଧିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏଇ କେଇଦିନ ତଳେ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କ ଥିବାବେଳେ ଆଜି ତାହା ତିନି ଅଙ୍କରେ ପହଞ୍ଚି ୪୯୯ ଛୁଇଁଲାଣି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଛି । ଏହି କାରଣରୁ କେନ୍ଦ୍ର ସରକାର ୩୦ରାଜ୍ୟର ମୋଟ ୫୪୮ସହରକୁ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମେ ଯାଜପୁର ଟାଉନ୍ ଓ ଯାଜପୁର ରୋଡ କୁ ଲକଡାଉନ୍ ଘୋଷଣା କରିଥିବା ସ୍ଥଳେ ଆଜି ସମ୍ପୁର୍ଣ୍ଣ ଜିଲ୍ଲାକୁ ବନ୍ଦ କରିଦେଇଛନ୍ତି । ଏଥି ସହ କୌଣସି ସ୍ଥାନରେ ୫ଜଣରୁ ଅଧିକ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି । ଏହି ନିୟମକୁ ଅବମାନନା କରୁଥିବା ବ୍ଯକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।ଓଡିଶାରେ ଏହି ଭୂତାଣୁ ସଂକ୍ରମିତ ୨ରେ ସିମିତ ଥିବା କାରଣରୁ ଏହାକୁ କିପରି ସମ୍ପୁର୍ଣ୍ଣ ଭାବେ ଅବରୋଧ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଦିଆଯାଉଥିବା ନିର୍ଦ୍ଦେଶକୁ ମାନିବାକୁ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପୂର୍ବର ଘୋଷିତ ୫ଟି ଜିଲ୍ଲାକୁ ବୃଦ୍ଧି କରି ମୋଟ୍ ୧୪ଟି ଜିଲ୍ଲାକୁ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ସହ ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଛି ।

କରୋନା (କୋଭିଡ୍-୧୯)କୁ ପ୍ରତିହତ ପାଇଁ ଆକ୍ସନ ମୁଡ୍ ରେ ପ୍ରଶାସନ ।

0
  1. ଯାଜପୁର  : ସାରା ବିଶ୍ବକୁ ଗ୍ରାସ କରିଛି କରୋନା । ଏହା ପ୍ରଥମେ ଉତ୍ପତ୍ତି କ୍ଷେତ୍ର ଚାଇନାରେ ତାଣ୍ଡବଲୀଳା ରଚାଇ ହଜାର ହଜାର ଜନତାଙ୍କୁ ମୃତ୍ୟୁ ମୁଖକୁ ଠେଲିଥିଲା । ଏହାପରେ ଧିରେ ଧିରେ ଅନ୍ୟ ଦେଶମାନଙ୍କୁ ବ୍ଯାପିବାରେ ଲାଗିଛି । ବର୍ତ୍ତମାନ ଏହା ସମଗ୍ର ବିଶ୍ବର ୧୮୮ଟି ଦେଶକୁ ନିଜ କବ୍ଜାକୁ ନେଇଛି । ଗତ କିଛିଦିନ ହେବ ଭାରତରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହେବାପରେ , କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ଏଥିପ୍ରତି ସତର୍କତା ଅବଲମ୍ବନ କରିଛନ୍ତି । ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ୫ଟି ଜିଲ୍ଲାର ୮ଟି ସହରକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।ଯେଉଁଥିରେ ଯାଜପୁର ଜିଲ୍ଲା ସାମିଲ୍ ଥିବାରୁ ଯାଜପୁର ପ୍ରଶାସନ ପାଇଁ ଏକ ଚ୍ଯାଲେଞ୍ଜ ପାଲଟିଛି । କିନ୍ତୁ ଯାଜପୁର ପ୍ରଶାସନ ମଧ୍ୟ ଏହାର ମୁକାବିଲା ପାଇଁ ସଜାଗ ଥିବା ପରିଲକ୍ଷିତ ହୋଇଛି । ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଉଚ୍ଚ ପଦାଧିକାରୀ ଓ ପୋଲିସ ଦିନ ରାତି ଜିଲ୍ଲା ସାରା ପଇଁତରା ଦେଉଥିବା ନଜରକୁ ଆସୁଛି । ଏ ନେଇ ପୋଲିସ ପ୍ରଶାସନ ଅଧିକ ସଜାଗ ରହିଛି । ସଖାଳୁ ଆରମ୍ଭ କରି ଅଧରାତି ପର୍ଯ୍ୟନ୍ତ ପେଟ୍ରୋଲିଂ କୁ କଡାକଡି କରାଯାଇଛି । ନିଜେ ଥାନା ଅଧିକାରୀମାନେ ଉକ୍ତ ପେଟ୍ରୋଲିଂ ରେ ସାମିଲ୍ ହୋଇ ଜନସାଧାରଣଙ୍କୁ ସଚେତନ କରିବା ସହ ଅତ୍ଯାବଶ୍ଯକ ସାମଗ୍ରୀ ଭିନ୍ନ ଖୋଲା କରିଥିବା ଅନ୍ୟ ଦୋକାନୀ ମାନଙ୍କୁ ତାଗିଦ୍ ମଧ୍ୟ କରୁଛନ୍ତି । ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନା ପକ୍ଷରୁ ମଧ୍ୟ ପଦକ୍ଷେପମାନ ନିଆଯାଇଛି । କିଛି  ଶ୍ରମିକମାନଙ୍କୁ ଘରେ ରହି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସବୁ ନିୟମକୁ ପ୍ରାୟ ସମସ୍ତ ଜନସାଧାରଣ ପାଳନ କରୁଥିବା ପରିଲକ୍ଷିତ ହୋଇଛି । ଏହି ନିୟମ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ପରାମର୍ଶ ଦିଆଯାଇଛି ।

ସାରା ରାଜ୍ୟରେ କର୍ଫ୍ୟୁ ଜାରୀକଲା ପଞ୍ଜାବ…

ଅମୃତସର: ପଞ୍ଜାବ ସରକାର ସମଗ୍ର ରାଜ୍ୟରେ କର୍ଫ୍ୟୁ ଜାରିକାରିଛନ୍ତି । ଭାରତର ପ୍ରଥମ ରାଜ୍ୟ ଭାବରେ ସାରା ରାଜ୍ୟରେ କର୍ଫ୍ୟୁ ଜାରିକରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ। ବର୍ତ୍ତମାନ ପଞ୍ଜାବରେ କରୋନାର ସ୍ଥିତି ଦେଖି ଏପରି ବଡ଼ ନିଶ୍ଚିତି ନେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ବର୍ତ୍ତମାନ ଶୁଦ୍ଧା କରୋନାରେ ୨୩ ଜଣ ଆକ୍ରାନ୍ତ ହେବା ସହ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ପୂର୍ବରୁ ସରକାର ସମସ୍ତ ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି କର୍ଫ୍ୟୁରୁ ଜରୁରୀକାଳିନ ସେବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ବାଦ ଦିଆଯାଇଛି । ଏହି କର୍ଫ୍ୟୁ ମାର୍ଚ୍ଚ ୩୧ ଯାଏଁ ରହିବ। ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ଏହି କର୍ଫ୍ୟୁକୁ ଆଗକୁ ବଢ଼ାଯାଇ ପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଶିବରାଜ

ଭୋପାଳ : ମଧ୍ୟ ପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଖୁବ ଶୀଘ୍ର ପଡିପାରେ ଯବନିକା। କାରଣ ଶିବରାଜ ସିଂ ଚୈହାନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିସାରିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟାରେ ବିଧାୟକ ଦଳର ବୈଠକ ବସିବ । ପରେ ୭ଟା ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
କମଳ ନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ ହେଉଛି। ହେଲେ ସାରା ଦେଶ ଏବେ କରୋନା ସହ ଲଢ଼ୁଥିବାରୁ ସରକାର ଗଠନରେ ମଧ୍ୟ ଶିଥିଲତା ଦେଖାଦେଇଛି। ଏହାକୁ ଦେଖି କେବଳ ମୁଖ୍ୟମନ୍ତ୍ରୀ , ଶପଥ ନେବାକୁ ଥିବା ମନ୍ତ୍ରୀମାନେ ଏହି ଉତ୍ସବରେ ଯୋଗ ଦେବ ।

415ଛୁଇଁଲା ଆକ୍ରାନ୍ତ ସଂଖ୍ୟା….

ନୂଆଦିଲ୍ଲୀ:ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଆଜି ଏହା ବୃଦ୍ଧି ପାଇ ୪୧୫କୁ ପହଁଚିଛି । ଏ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ କରୋନା ଯୋଗୁ ଦେଶରେ ୭ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି ।ଅନ୍ୟପଟେ କରୋନା ସତର୍କତା ନେଇ ଦେଶର କେତକ ରାଜ୍ୟରେ ଲକ୍ ଡ଼ାଉନ ମଧ୍ୟ କରାଯାଇଛି । ଏହାସହ ଲୋକଙ୍କୁ ବାରମ୍ବାର ସଚେତନ ମଧ୍ୟ କରାଯାଉଛି । ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି ।

ଶିବରାଜ ହେବେ ବିଧାୟକ ଦଳ ନେତା…

ଭୁବନେଶ୍ୱର : ମଧ୍ୟ ପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଖୁବ ଶୀଘ୍ର ପଡିପାରେ ଯବନିକା। କାରଣ ଶିବରାଜ ସିଂ ଚୈହାନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିସାରିଛି। ଔପଚାରିକ ଘୋଷଣା କେବଳ ବାକି ଅଛି।ସେ ଆସନ୍ତା ୨୫ ତାରିଖରେ ଶପଥ ନେଇପାରନ୍ତି ।
କମଳ ନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ ହେଉଛି। ହେଲେ ସାରା ଦେଶ ଏବେ କରୋନା ସହ ଲଢ଼ୁଥିବାରୁ ସରକାର ଗଠନରେ ମଧ୍ୟ ଶିଥିଲତା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ ୨୪ ତାରିଖ ସନ୍ଧ୍ୟାରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ଏବଂ ସେଠାରେ ଶିବରାଜଙ୍କୁ ବିଧାୟକ ଦଳ ନେତା ଭାବରେ ଘୋଷଣା କରାଯିବ। ଏହାସହ ସେହି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବ।

ସତରେ ମୋ ଦେଶ ବଦଳୁଛି…..

ଭୁବନେଶ୍ୱର : ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଲାଗିଛି। ଗାଁଠାରୁ ସହର ସବୁଠି ଏହାକୁ ପୂର୍ଣ୍ଣ ସମର୍ଥନ ମିଳିଛି । ଲୋକେ ଏକଜୁଟ ହୋଇ ମହାମାରୀ କରୋନା ବିରୁଦ୍ଧରେ ଲଢେଇ କରୁଛନ୍ତି। ଜାତି, ଧର୍ମ ,ବର୍ଣ୍ଣ ଏବଂ ବିଚାରଧାରାରେ ଥିବା ଭିନ୍ନତା ସବୁକୁ ପଛରେ ପକାଇ ଆମେ ସମସ୍ତେ ଆଜି ଏକାଠି ଛିଡା ହୋଇପାରିଛନ୍ତି। ଆଉ କରୋନାକୁ ହରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ସାରା ବିଶ୍ୱରେ ଏବେ କରୋନା ମହାମାରୀ ରୂପ ନେଇସାରିଛି । ଏହା ପ୍ରାୟ ୧୮୧ ଦେଶକୁ ବ୍ୟାପି ସାରିଲାଣି। ଚୀନ୍ ଏବଂ ଇଟିଲିରେ ଏହି ରୋଗରେ ଆକ୍ରାନ୍ତ ସଂଖ୍ୟା ସର୍ବାଧିକ । ଏହି କରୋନା ଭୂତାଣୁ ଏବେ ଭାରତରେ ମଧ୍ୟ ମହାମାରୀ ଆଡ଼କୁ ଗତି କରିଛି। ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଆଜି ସୁଦ୍ଧା ଏହା ୩୦୦କୁ ଛୁଇଁଲାଣି । ଏହି ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଆଜି ତଥା ମାର୍ଚ୍ଚ ୨୨ ତାରିଖ ରବିବାରକୁ ଜନତା କର୍ଫ୍ୟୁ ପାଳନ କରିବାକୁ ସମସ୍ତ ଲୋକଙ୍କୁ ଆହ୍ୱାନ କରିଥିଲେ । କାରଣ କରୋନାକୁ କେବଳ ସ୍ୱଚ୍ଛତା ଏବଂ ସଚେତନତା ଦ୍ଵାରା ନିରାକରଣ କରାଯାଇପାରିବ। ଏ ପର୍ଯ୍ୟନ୍ତ ଏହା ପାଇଁ କୌଣସି ଔଷଧ ବାହାର କରାଯାଇନାହିଁ । ସେଥିପାଇଁ ସଚେତନତା ନିହାତି ଆବଶ୍ୟକ । ଖୁସିର କଥା ଲୋକମାନେ ମଧ୍ୟ ଏଥିପ୍ରତି ସଚେତନ ଅଛନ୍ତି। ଆଜିର ଏହି ଜନତା କର୍ଫ୍ୟୁକୁ ସ୍ୱଇଚ୍ଛାରେ ବାହାରକୁ ନ ବାହାରି ନିଜ ଘରେ ରହିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡ଼ ଲାଇନ ପାଳନ କରୁଛନ୍ତି।
ଯେମିତିକି ପ୍ରଧାନ ମନ୍ତ୍ରୀ କହିଥିଲେ ସନ୍ଧ୍ୟା ୦୫ .୦୫ ମିନିଟ୍ ସମୟରେ ତାଳି ଏବଂ ବାସନ ବାଡେଇଥିଲେ। ଯେଉଁ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ଆକ୍ରାନ୍ତଙ୍କ ଜୀଵନ ବଞ୍ଚାଉଛନ୍ତି ସେମାନଙ୍କ ମନବଳ ବଢ଼ାଇବାରେ ସାହାୟକ ହୋଇଛି। ଏହାସହ ଲୋକଙ୍କୁ ସଚେତନ କାରାଇବାରେ ପୋଲିସ ଏବଂ ସାମ୍ବାଦିକଙ୍କ ଭୂମିକା ମଧ୍ୟ ଏଠାରେ ବେଶ ପ୍ରଶଂସନୀୟ । ଏ ସମସ୍ତଙ୍କୁ ସାରା ଦେଶ ତାଳି ମାରି ଅଭିବାଦନ ଜଣାଇଛି ।
ସବୁଠାରୁ ବଡ଼ କଥାହେଲା ଏଥିପାଇଁ କେହି ନେତା ଲୋକଙ୍କୁ ଲୋଭ ଦେଖାଇନାହିଁ । କି ଭୋଜି ଦେଇ ନାହିଁ । ସକାଳୁ କେହି ପିକେଟିଂ କରି ଡ଼ରାଇ ଧମକାଇ ଗାଡି ବନ୍ଦ କରିନାହିଁ। ଆଜି ସାରା ଦେଶବାସୀ ନିଜର କର୍ତ୍ତବ୍ୟକୁ ବୁଝିଛନ୍ତି। ଆଉ ସମସ୍ତେ ନିଜର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗାଇଡ଼ ଲାଇନ ପାଳନ କରିଛନ୍ତି । ସତରେ ଆଜି ଦେଶ ବଦଳିଛି ।
ନବ କିଶୋର ସାହୁ
ସାମ୍ବାଦିକତା ଛାତ୍ର ଆଇଆଇଏମସି,                                              ଢେଙ୍କାନାଳ

Follow us

20,832FansLike
0FollowersFollow
14,700SubscribersSubscribe

Latest news