କରୋନା -ବିଶ୍ୱାସ ଓ ମଣିଷ…..

- Advertisement -

ଭୁବନେଶ୍ୱର :ଅୟଂ ନିଜ ପରୋଭେତି ଗଣନା ଲଘୁଚେତ ସାମ୍ ଉଦାର ଚରିତଣାମତୁ ଵାସୁଧେବ କୁଟୁମ୍ବକମ୍ । ଅର୍ଥାତ ସଂକୀର୍ଣ୍ଣ ମନା ବ୍ୟକ୍ତି ଆପଣା ପର ଭେଦ ଭାବ ରଖିଥାଏ। ଉଦାର ମନା ବ୍ୟକ୍ତିଙ୍କ ପାଇଁ ସମଗ୍ର ବିଶ୍ୱ ଗୋଟେ କୁଟୁମ୍ବ ସମାନ ହୋଇଥାଏ।ଏହି ଭାବନାର ଆଧାରରେ ହିଁ ସମ୍ପର୍ଣ୍ଣ ଭାରତୟ ସଂକୃତି ଗଠିତ। ବିଗତ କିଛି ଦିନ ମଧ୍ୟରେ କରୋନା ମହାମାରୀ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିଛି। ହେଲେ ଏହି ଘଡିସନ୍ଧି ସମୟରେ ସତରେ ବଳି ପଡିଯାଉଛି କି ଆମ ମାନବିକତା ଓ ମଣିଷ ପଣିଆ ? ସମଗ୍ର ବିଶ୍ୱକୁ ନିଜର କରିବାର ତ ଦୂରରେ ଥାଉ, ଆମ ସମାଜରେ ଥିବା ମଣିଷଙ୍କ ପ୍ରତି ମଧ୍ୟ ନ୍ୟାୟ କରିପାରିନାହୁଁ। ଚାରିଆଡେ ଅବିଶ୍ୱାସର ବାତାବରଣ, ନିଜକୁ ଛାଡି ଅନ୍ୟକୁ ଭୁଲ୍ ଦେଖାଇବାରେ ମଣିଷ ପଛାଉ ନାହିଁ । ଏହାସହ ‘ଆପେ ବଂଚିଲେ ବାପାର ନାଁ’ ଲୋକ ବାଣିକୁ କିଛି ଲୋକ ଆପଣାଇ ନେଇଛନ୍ତି । ଏପରି କି ସେମାନେ ଲୋକ ମରିଗଲେ ଜନ ସଂଖ୍ୟା ହ୍ରାସ ପାଇବ ବୋଲି ମଧ୍ୟ କହିବାକୁ ପଛାଉନାହାନ୍ତି। ଏବେ କରୋନା ସମୟରେ ସରକାର ବାରମ୍ବାର ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ଅପିଲ କରୁଛନ୍ତି। ହେଲେ ମାସ୍କ ନ ପିନ୍ଧି ବହାରକୁ ଯାଇ ନିଜେ ଏବଂ ଅନ୍ୟକୁ ବିପଦରେ ପକେଇବା ଆମର ଦୁର୍ବଳ ମାନସିକତାର ପରିଚୟ ଦେଉଛି। କରୋନା ବିରୁଦ୍ଧରେ ମଣିଷର ଲଢେଇ କେତେ ଦିନ ଚାଲିବ ତାହା କେହି ଜାଣି ନାହାନ୍ତି।ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୁତାଣୁ ଜନିତ ରୋଗ ବିଶ୍ୱରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଜୀଵନ ନେଇସାରିଲାଣି। ଯାହାକୁ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରି ସାରିଛି। ତେଣୁ ଏହି ବିପଦ ସମୟରେ ଆମେ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇ ପରସ୍ପର ମଧ୍ୟରେ ବିଶ୍ୱାସ ରଖି ଆଗକୁ ବଢିଲେ ହିଁ କରୋନା ପରି ଏକ ବିଭତ୍ସ ଦାନବକୁ ପରାସ୍ତ କରିବାରେ ସକ୍ଷମ ହୋଇପାରିବା।

ସନ୍ଦୀପ ପାଠୀ,

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles