ଆତ୍ମ ନିର୍ଭରଶୀଳ ପ୍ୟାକେଜରେ କାହାକୁ ମିଳିଲା କେତେ ଅର୍ଥ ।ଆସନ୍ତୁ ଜାଣିବା.

- Advertisement -

ନୂଆଦିଲ୍ଲୀ :ଗତକାଲି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ ଚାଷୀ ଓ କ୍ଷୁଦ୍ର ଉଦ୍ୟଗିମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ ବୋଲି କହିଥିଲେ ।ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନୁରାଗ ଠାକୁର ସବିଶେଷ ତଥ୍ୟ ପ୍ରେସମିଟ ମାଧ୍ୟମରେ ଦେଇଛନ୍ତି ।
●ଏହି ପ୍ୟାକେଜ ଦ୍ଵାରା ଏମଏସଏମଇକୁ ଇ-ମାର୍କେଟ ସହ ଯୋଡ଼ାଯିବ। ଫଳରେ ଏହାର ବଜାର ପ୍ରବେଶ ସୁଗମ ହେବ।
ଏହାସହ ଏମଏସଏମଇ ବ୍ୟବସାୟ କରିବା ସହଜ ହେବ। ଆତ୍ମନିର୍ଭରଶୀଳ ଭାରତ ବର୍ତ୍ତମାନ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଗତି କରିବ: ଅର୍ଥମନ୍ତ୍ରୀ କହିଛନ୍ତି ।

●୨ଶହ କୋଟି ଟଙ୍କା ମଧ୍ୟରେ କୌଣସି ଟେଣ୍ଡର ବିଶ୍ୱସ୍ତରୀୟ ଟେଣ୍ଡର ହେବ ନାହିଁ।
ଏହାର କାରବାର ୫ କୋଟି ପର୍ଯ୍ୟନ୍ତ ହେଲେ ମଧ୍ୟ ଏହାକୁ କ୍ଷୁଦ୍ର ଶିଳ୍ପରେ ଗଣତି କରାଯିବ। ପୂର୍ବରୁ କ୍ଷୁଦ୍ର ଶିଳ୍ପରେ କେବଳ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ କରାଯାଉଥିଲା। ବର୍ତ୍ତମାନ ଏହି ପୁଞ୍ଜି ବିନିଯୋଗ ପରିମାଣକୁ ୧ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
●ବିଭିନ୍ନ ଅସୁବିଧାରେ ଥିବା ଏମଏସଏମଇ ସେକ୍ଟର ପାଇଁ ୨୦ ହଜାର କୋଟି ଟଙ୍କାର ଘୋଷଣା। ଏହାଦ୍ୱାରା ୪୫ ଲକ୍ଷ ଏମଏସଏମଇ ସେକ୍ଟରକୁ ଗୋଟିଏ ବର୍ଷ ପାଇଁ ଟିକସ ଦେୟରୁ ମୁକ୍ତି ମିଳିବ।
ବିନା କୌଣସି ଗ୍ୟାରେଣ୍ଟିରେ ଏମଏସଏମଇକୁ ଚାରି ବର୍ଷ ପାଇଁ ତିନି ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।
●୧୫ଟି ଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରାଯିବ, ଯେଉଁଥିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬ଟି ପଦକ୍ଷେପ ନିଆଯିବ।
ଲକଡାଉନ୍ ହେବାର କିଛି ଘଣ୍ଟା ମଧ୍ୟରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଥିଲା ଏବଂ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା
●ବଜେଟ ପରେ ତୁରନ୍ତ କରୋନା ବିସ୍ଫୋରଣ ହୋଇଥିଲା। ଏହାପରେ ୭୯ କୋଟି ଟଙ୍କା ଗରିବ ଲୋକ ଆକାଉଣ୍ଟରେ ଦିଆଯାଇଥିଲା: ଅର୍ଥମନ୍ତ୍ରୀ
ପ୍ରତିଦିନ ଭିନ୍ନ ଭିନ୍ନ ସେକ୍ଟରକୁ ନେଇ ସୂଚନା ଦିଆଯିବ ।
●ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତାଧାରା ଦେଶର ଲୋକଙ୍କୁ ନୂତନ ଶକ୍ତି ଯୋଗାଇଛି ।
ଡିବିଟି ମାଧ୍ୟମରେ ଆମ ସରକାର ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି।
●ଲୋକାଲ୍ ବ୍ରାଣ୍ଡକୁକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ହେବ।
ସମାଜରେ ଥିବା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଏହି ପ୍ୟାକେଜକୁ ପ୍ରସ୍ତୁତ କରାଯାଇଛି।
●ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହି ପ୍ରଧାନମନ୍ତ୍ରୀ ଏହି ପ୍ୟାକେଜର ଘୋଷଣା କରିଛନ୍ତି : ଅର୍ଥମନ୍ତ୍ରୀ
୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ବିଷୟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles