ପୁରୀ: ରଥ ତିଆରିକୁ ନେଇ ଲାଗିରହିଥିବା ଦ୍ୱନ୍ଦ ଏବେ ଦୂର ହେବାରେ ଲାଗିଛି। ଆଜି ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅନୁଷ୍ଠିତ ହୋଇଛି ।ରଥ ତିଆରିର ଏକ ପ୍ରାରମ୍ଭିକ ପର୍ଯ୍ୟାୟ ହେଉଛି ଚକ ଡେରା ନୀତି।ଯାହାକି ଆଜି ଶେଷ ହୋଇଛି ।ଏଥର କରୋନା ପାଇଁ ବିଳମ୍ବରେ ରଥ ନିର୍ମାଣ ଅାରମ୍ଭ ହୋଇଥିଲା ।ଏପରିକି ନୃସିଂହ ଚୁତୁଦ୍ର୍ଦଶୀରେ ଗୁଜ ଅନୁକୂଳ ହୋଇପାରି ନଥିଲା ।ହେଲେ ଆଜି ତିଥି ଅନୁସାରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ରଥଯାତ୍ରାକୁ ନେଇ ଆଉ ଏକ ଭଲ ଖବର ମଧ୍ୟ ଆଜି ଆସିଛି।କରୋନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଗାଇଡ଼ ଲାଇନ ଅନୁସାରେ କାମ ହେବ। ଆଜି ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଅାୟୋଜିତ ବୈଠକରେ ବିସ୍ତୁତ ଅାଲୋଚନା ହୋଇଛି ।
ଆଜି ସକାଳ ଧୂପ ପରେ ଘଣ୍ଟା କାହାଳୀ ବାଦ୍ୟ ସହିତ ଶ୍ରୀମନ୍ଦିରରୁ ଅାଜ୍ଞାମାଳ ବିଜେ ପରେ ରଥଖଳାର ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତମାନେ ଉତ୍ସାହିତ ହୋଇପଡ଼ିଥିଲେ । ଅାଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଅାରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ ।ସମସ୍ତେ ଥିଲେ ବେଶ୍ ଉତ୍ସାହିତ ।
ସେପଟେ କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ପାଇଁ ଦଇତାପତି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦଇତାପତି ନିଯୋଗ ବିସ୍ତୁତ ରିପୋର୍ଟ ଦେବ ।
ରଥଯାତ୍ରା ପ୍ରସ୍ତୁତି :ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତି ପ୍ରଶାସନ ଏକାଠି …
ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି: ତିନି ରଥର ଦୁଇ ଚକରେ ଅଖ ସଂଯୋଗ
ଭୁବନେଶ୍ୱର:ଲକ୍ ଡାଉନ ପାଇଁ ରଥ ତିଆରି କାମ ଏହି ବର୍ଷ ୧୨ ଦିନ ଡେରିରେ ଆରମ୍ଭ ହୋଇଥିଲା। ହେଲେ ମହାପ୍ରଭୁଙ୍କ ଆଶୀର୍ବାଦ ଆଉ କାରିଗରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ସବୁ କାମ ଏବେ ଠିକ୍ ଆଗେଇ ଚାଲିଛି ।
ଆଜି ହେଉଛି ମହାପ୍ରଭୁଙ୍କ ଭଉଁରି ତିଥି।ଆଜି ଶ୍ରୀକ୍ଷେତ୍ର ରେ ସମ୍ପର୍ଣ ହୋଇଛି ରଥର ଚକ ଅଖ ଡେରା ନୀତି। ପ୍ରଥମେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ପୂଜା ପଣ୍ଡା ସେବକମାନେ ଆଣିଥିଲେ। ଏହାପରେ ରଥ ଖଳାକୁ ଆଣି ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା | ଆଜିର ଏହି ନୀତି ରଥ ତିଆରିର ପ୍ରାରମ୍ଭିକ ନୀତି। ଏହାସହ ଆଜି ହେଉଛି ଚନ୍ଦନ ଯାତ୍ରାର ଶେଷ ଦିନ। ଶେଷ ଥର ପାଇଁ ଆଜି ସନ୍ଧ୍ୟାରେ ପ୍ରଭୁ ବାହାରେ ଚାପ ଖେଳିବେ।ଆଉ ପ୍ରକୃତିର ଉଷ୍ମତାରୁ ଲାଘବ ପାଇବେ। ଯାହାକୁ କି ଭଉଁରି ପର୍ବ କୁହାଯାଏ । ଆଜି ପ୍ରଥମେ ସକାଳୁ ଶ୍ରୀଜୀଉଙ୍କ ସକାଳ ଧୂପ ସାରିଥିଲା । ପରେ ଶ୍ରୀମନ୍ଦିର ରୁ ପୂଜାପଣ୍ଡା ସାମନ୍ତ ମାନେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ରଥଖଳାକୁ ବିଜେ କରିଥିଲେ | ପରେ ଭୋଇ ସେବକ ମାନେ ତିନି ରଥର ଦୁଇ ଦୁଇ ଟି ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରିଥିବା ବେଳେ ପୂଜାପଣ୍ଡା ସେବକ ଆଜ୍ଞା ମାଳ ମହାରଣା ମାନଙ୍କୁ ଦେଇ ଵିଧି ସମ୍ପର୍ଣ କରିଥିଲେ |
ଚଳିବା ପାଇଁ ଲୋକଙ୍କୁ ସିଧାସଳଖ ଅର୍ଥ ଦିଆଯାଉ – ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର – ଆତ୍ମ ନିର୍ଭର ଭାରତ ପାଇଁ ସରକାର ପ୍ରତିଦିନ ପ୍ୟାକେଜ୍ ଘୋଷଣା କରୁଛନ୍ତି । ଏହା ଏକ ଋଣ ବିକ୍ରି ବିଜ୍ଞାପନ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ପ୍ରେସ୍ ବାର୍ତା ମାଧ୍ୟମରେ କହିଛନ୍ତି । ସେ ଆହୁରି କହିଛନ୍ତି ପ୍ରତିଦିନ କିଛି ପ୍ରଚାର କରିବା
ହେଲା ଏହାର ଆଭିମୁଖ୍ୟ । ଯେତିକି ପ୍ୟାକେଜ୍ ଅର୍ଥ ମନ୍ତ୍ରୀ ପ୍ରକାଶ କରିଛନ୍ତି ସେଥିରୁ ମୋର ମନେହୁଏ ୯୦ ରୁ ୯୫ ପ୍ରତିଶତ ଭାଗ ଋଣ ଓ ୫ ରୁ ୧୦ ପ୍ରତିଶତ ଭାଗ ସାହାଯ୍ୟ । ସରକାର ନିଜେ କହିଛନ୍ତି ୮ କୋଟି ପ୍ରବାସୀ ଶ୍ରମିକ ଅଛନ୍ତି । ଏତଦ୍ବ୍ୟତୀତ ସହର ଓ ଗାଁ ଗଣ୍ଡାରେ କିଛି ଲୋକ ବିନା ରେସନ କାର୍ଡଧାରୀ ଅଛନ୍ତି । ଏହି
ଲୋକଙ୍କୁ ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ଓ ପରିବାର ପିଛା ୧ କେଜି ଡାଲି ୨ ମାସ ଦେବାପାଇଁ ନିଷ୍ପତି କରିଛନ୍ତି । ଏହିପରି ବ୍ୟକ୍ତିଙ୍କର ୧୦ କେଜି ଚାଉଳ ଓ ୨ କେଜି ଡାଲିରେ ଦୁଃଖ ଯିବକି? ୨ ମାସ ହେଲା ରୋଜଗାର ନାହିଁ, ଦୁଃଖ ଦୁର୍ଦ୍ଦଶାରେ ରାସ୍ତାରେ ପଡିଛନ୍ତି । ଏହା କି ପ୍ରକାର ସାହାଯ୍ୟ? ୨୦୦୬ ମସିହାରୁ
ଏନ୍ଡିଆରଏଫ୍ ଆଇନ୍ରେ ଏହା ଲିପିବଦ୍ଧ ଅଛି ଯେ, ଦୁର୍ବିପାକ ସମୟରେ ସବୁଲୋକଙ୍କୁ ମାଗଣାରେ ସାହାଯ୍ୟ କରିବା ପାଇଁ । ଯେଉଁଦିନ ଠାରୁ ତାଲା ବନ୍ଦ କଲେ ସେହିଦିନ ଠାରୁ ସରକାର ସାହାଯ୍ୟ ଦେବା ନ୍ୟାୟୋଚିତ ଥିଲା, ଏହା ସାଧାରଣ ଲୋକଙ୍କ ଅଧିକାର । ଏହା କଲେ ନାହିଁ କାହିଁକି? ଜନସାଧାରଣଙ୍କୁ ଦୁଃଖ ଦୁର୍ଦ୍ଦଶାକୁ ଠେଲି ଦେଲେ । ମଧ୍ୟବିତ ପରିବାରମାନେ ୨ ପ୍ରତିଶତ କମ୍ ସୁଧରେ ଘର ଋଣ କରିପାରିବେ । ବର୍ତମାନ ମଧ୍ୟବିତ
ପରିବାରଙ୍କ ପାଖରେ ଅର୍ଥ ନାହିଁ କି ଚାକିରି ନାହିଁ । ଘର ଋଣ କରିବେ କିପରି? ଏ ଆଇନ୍ ମଧ୍ୟ ନୂଆ ନୁହେଁ । ଏହା ୨୦୧୭ ମସିହାରୁ ପ୍ରଚଳନ କରାଯାଇଛି । ରାସ୍ତାକଡ ଦୋକାନୀ ଯେଉଁମାନେ କି ପରିବା ବିକ୍ରି କରୁଛନ୍ତି, ଚା, ପାନ, ଦହିବରା, ଗୁପ୍ଚୁପ୍ ଇତ୍ୟାଦି ବିକ୍ରି କରୁଛନ୍ତି, ଏମାନଙ୍କ ପାଖରେ ଖାଇବାକୁ ନାହିଁ, ଋଣ କିପରି
କରିବେ । ଟଙ୍କା ସାହାଯ୍ୟ କରିବା ମନୋବୃତି ଥିଲେ ସିଧାସଳଖ ଲୋକମାନଙ୍କୁ ୫୦୦୦ ରୁ ୭୫୦୦ ପର୍ଯ୍ୟନ୍ତ ଅର୍ଥ ସାହାଯ୍ୟ କରି ସିଧା ବ୍ୟାଙ୍କ ଖାତାରେ ଜମା କରନ୍ତୁ । ତାହେଲେ ସେମାନେ ଚଳିବେ, ବ୍ୟବସାୟ କରିବେ ଓ ଟଙ୍କା ସରକ୍ଲୁଲେସନ ହେବ । ଏହାଦ୍ୱାରା ଅର୍ଥନୀତିରେ କିଛି ଉନ୍ନତି ପାଇଁ ପ୍ରଭାବ ପଡିବ । ସରକାରଙ୍କୁ ଅନୁରୋଧ ଲୋକଙ୍କୁ ଆଉ ଟୋପି ନ ଚଢାଇ, ଲାଠି ନମାରି କିପରି ବଂଚି ରହିବେ ତା ପାଇଁ ସୁଚିନ୍ତିତ ବ୍ୟବସ୍ଥା କରନ୍ତୁ ।
ନଚେତ୍ ଅବସ୍ଥା ଆହୁରି ଭୟାନକ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଆସୁଛି ବାତ୍ୟା : 12ଜିଲ୍ଲାକୁ ସତର୍କ…
ଭୁବନେଶ୍ୱର : ଅମ୍ଫାନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟା ଧୀରେ ଧୀରେ ଘନୀଭୂତ ହୋଇ ବଳ ଜୁଟାଉଛି ରାଜ୍ୟ ସରକାର ମୁକାବିଲା ପାଇଁ ସଜାଗ ହୋଇଛନ୍ତି । ପ୍ରାଥମିକ ଆକଳନ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ଼ ହେବା ଆଶଙ୍କା ଅଧିକ । ତେବେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆଇଏମଡି ସୂଚନା ଅନୁସାରେ ଲଘୁଚାପ ଆଜି ସନ୍ଧ୍ୟାରେ ଅବପାତ ହେବ । କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ତାହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖ ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ । ତେବେ କେଉଁଠି ଲ୍ୟାଣ୍ଡ ଫଲ କରିବ ସେ ସମ୍ପର୍କରେ ଜଣାପଡ଼ିନାହିଁ । ପଶ୍ଚିମବଙ୍ଗ, ବାଂଲାଦେଶ ବା ଅନ୍ୟ କେଉଁଠି ଲ୍ୟାଣ୍ଡ ଫଲ କରିପାରେ । ଯାହା ଜଣାପଡ଼ୁଛି ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ଆମେ ନିୟମିତ ଭାବେ ମନିଟରିଂ କରୁଛୁ ବୋଲି ଶ୍ରୀ ଜେନା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ସେଲଟର ହୋମଗୁଡ଼ିକ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଯଥେଷ୍ଟ ଅଧିକ ଯେମିତି ସେଲଟର ହୋମ ହୋଇପାରିବ କହିଛୁ । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସରପଞ୍ଚ ଓ ସ୍କୁଲ ଶିକ୍ଷକ ସେଲଟର ହୋମ ଦାୟିତ୍ୱରେ ରହିବେ । ପୁଲିସ, ଅଗ୍ନିଶମ, ଏନଡିଆରଏଫ ସହ ପ୍ରାଥମିକ ଆଲୋଚନା ହୋଇଛି । ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ରାସ୍ତାଘାଟ ସଫା ଓ ପାନୀୟ ଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଆଜି ଠାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଥିବା ଶ୍ରୀ ଜେନା କହିଛନ୍ତି ।
ସେହିପରି ସମବାୟ, ଶକ୍ତି ଓ ଜଳସମ୍ପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ଆଶା କରୁଛୁ । ବାତ୍ୟା ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସମୁଦ୍ର କୂଳରୁ ୩ କିମିରେ ଥିବା ଟିଏମସିକୁ ସ୍ଥାନାନ୍ତରଣ ହୋଇପାରେ । ଗଜପତିରୁ ମୟୂରଭଞ୍ଜ ଯାଏଁ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି ।
ଭଗବାନ ପାଖକୁ ଚାଲିଗଲେ ଭବାନୀ ପଟ୍ଟନାୟକ.
ଭୁବନେଶ୍ବର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ,ସମାଜ ସେବକ ଭବାନୀ ପଟ୍ଟନାୟକ ଆଉ ନାହାନ୍ତି।୯୯ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଯାଇଛି ।ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ସାରା ଓଡ଼ିଶାରେ ଗାନ୍ଧୀବାଦୀ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ ।କାରଣ ସେଥିଲେ ଜଣେ ସଚ୍ଚା ଗାନ୍ଧିବାଦୀ ନେତା । ଜୀବନର ଶେଷ ପର୍ଯ୍ୟନ୍ତ ସେ ଗାନ୍ଧୀଙ୍କ ନିତି ଆଦର୍ଶକୁ ପାଥେୟ କରି ବଞ୍ଚିଥିଲେ ।ଏହାସହ କେବେ ସେ ହାର ମାନି ନଥିଲେ ବା ବୟସ ତାଙ୍କୁ କେବେ ହରେଇ ପାରି ନଥିଲେ ।ଏବଂ ଆଜି ୯୯ ବର୍ଷ ବୟସରେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ଚିରନିଦ୍ରାରେ ଶୋଇପଡିଛନ୍ତି ।ଆଉ ଆମକୁ ପର କରି ଭଗବାନଙ୍କ ପାଖକୁ ଚାଲି ଯାଇଛନ୍ତି ।କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ବିଜେଡି ସଂଗଠକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନ ,ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ,ପୂର୍ବତନ ବିଧାୟକ ଅତୁନୁ ସବ୍ୟସାଚୀ ନାୟକ,ପିସିସି ସଭାପତିନିରଞ୍ଜନ ପଟ୍ଟନାୟକ,ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଭବାନୀ ପଟ୍ଟନାୟକ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ ,ସେ ଥିଲେ ସାଧାରଣ ଲୋକଙ୍କ ଦୁଃଖ ସୁଖର ସାଥି।ଯେଉଁଥିପାଇଁ କି ସେ ଲୋକ ମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।ଜୀବନର ଶେଷ ପର୍ଯ୍ୟନ୍ତ ସେ ଖଣ୍ଡେ ବାଡ଼ି ଧରି ସେ ନିଜର ସଂଘର୍ଷ ଜାରି ରଖିଥିଲେ । ଏଭଳି ଏକ ଜନ ନାୟକ ତଥା ଦେଶ ସେବକକୁ ହରାଇ ଆଜି ସାରା ରାଜ୍ୟ କାନ୍ଦୁଛି ।ଏହାସହ ରାଜ୍ୟ ତଥା ଦେଶରେ ଏକ ଯୁଗର ଅବସାନ ଘଟିଛି କହିଲେ ଭୁଲ ହେବନି।
୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡର ରୂପନେବ ଲଘୁଚାପ…
ଭୁବନେଶ୍ୱର :ଗତ କାଲି ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା *ଲଘୁଚାପ ବଳୟ* ବର୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଂଚଳରେ ଆଜି ସକାଳେ (୧୪ ମଇ ୨୦୨୦) *ଘନୀଭୂତ ଲଘୁଚାପ ବଳୟ* ର ରୂପ ନେଇସାରିଛି |
ଏହି *ଘନୀଭୂତ-ଲଘୁଚାପ-ବଳୟ* ଆହୁରି ଘନୀଭୂତ ହୋଇ ଆସନ୍ତା କାଲି (୧୫ ମଇ ତାରିଖ) ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗୋଟିଏ *ଅବପାତ* ର ରୂପ ନେବାର ସମ୍ଭାବନା ରହିଛି ଏବଂ ପରବର୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ *ମଇ ମାସ ୧୬ ତାରିଖ ସନ୍ଧ୍ୟା* ବେଳକୁ ସେହି ଅଂଚଳରେ *ସାମୁଦ୍ରିକ ଝଡ* ର ରୂପ ନେବାର ସମ୍ଭାବନା ରହିଛି | ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା *ନିଜର ଦିଗ ପରିବର୍ତନ* କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮-୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି* |
*ଏହି ସାମୁଦ୍ରିକ ଝଡ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଏବଂ ନିକୋବର ଦୀପ ଅଂଚଳକୁ ପ୍ରବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି* |
ଏହି ଲଘୁଚାପ-ଜନିତ ସୃଷ୍ଟି ହେବାକୁ ଥିବା ଝଡ ପ୍ରଭାବରେ ଅନୁଭୂତ ହେବାକୁ ଥିବା ପାଣିପାଗ:
ଓଡ଼ିଶାର ଉପକୂଳବର୍ତି ଜିଲ୍ଲା ଗୁଡିକରେ ୧୮ ତାରିଖ ବେଳକୁ ଅନେକ ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ସହିତ, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଗୋଟେ ରୁ ଦୁଇଟି ସ୍ଥାନରେ *ହେବି ରେନଫଲ* ହେବାର ସମ୍ଭାବନା ରହିଛି | ତା ଛଡା ୧୯ ତାରିଖ ବେଳକୁ ବହୁତ ସ୍ଥାନରେ *ହେବି ରୁ ଭେରୀ ହେବି ରେନଫଲ* ହେବାର ସମ୍ଭାବନା ରହିଛି |
ପବନ ପାଇଁ ସତର୍କ ସୂଚନା
ଦକ୍ଷିଣ-ଓଡିଶା ଉପକୂଳ ଅଂଚଳରେ ୧୮ ତାରିଖ ବେଳକୁ ଘୂର୍ଣ୍ଣି-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସହ ଗୁଷ୍ଟିଙ୍ଗ୍ ୬୦ କିମି ଯାଇଁ ଏବଂ ୧୯ ତାରିଖ ବେଳକୁ ଓଡିଶା ଉପକୂଳ ଏବଂ ତାର ପାଖାପାଖି ଅଂଚଳ ରେ “*ଗେଲୱିଣ୍ଡ*”ଘଣ୍ଟା ପ୍ରତି ୬୦ ରୁ ୭୦ କିମି ଯାଇଁ ରହିବାର ସମ୍ଭାବନା ଅଛି|
*ମତ୍ସ୍ୟଜୀବୀ ମାନଙ୍କ ପାଇଁ ସତର୍କ ସୂଚନା*:-
==========================
*ଗଭୀର ସମୁଦ୍ର ପାଇଁ ସୂଚନା*:-
ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳ ରେ ୧୫ ତାରିଖ ବେଳକୁ *ଘୂର୍ଣ୍ଣି-ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ସହ ଗୁଷ୍ଟିଙ୍ଗ୍ ୬୫ କିମି ଯାଇଁ ଏବଂ ୧୬ ତାରିଖ ବେଳକୁ ଘଣ୍ଟା ପ୍ରତି ୫୫ ରୁ ୬୫ ଗୁଷ୍ଟିଙ୍ଗ୍ ୭୫ କିମି ଯାଇଁ ଦକ୍ଷିଣ ଏବଂ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ରହିବାର ସମ୍ଭାବନା ରହିଛି | ୧୭ ତାରିଖ ବେଳକୁ “*ଗେଲୱିଣ୍ଡ*”ଘଣ୍ଟା ପ୍ରତି ୭୦ ରୁ ୮୦ କିମି ସହ ଗୁଷ୍ଟିଙ୍ଗ୍ ୯୦ କିମି ଯାଇଁ, ପୂର୍ବ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ରହିବାର ସମ୍ଭାବନା ଅଛି | ୧୮ ତାରିଖ ରେ *ଗେଲୱିଣ୍ଡ*”ଘଣ୍ଟା ପ୍ରତି ୭୦ ରୁ ୮୦ କିମି ସହ ଗୁଷ୍ଟିଙ୍ଗ୍ ୯୦ କିମି ଯାଇଁ, ପଶ୍ଚିମ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ରହିବାର ସମ୍ଭାବନା ରହିଛି | *ତେଣୁ ୧୫ ତାରିଖ ଠାରୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି ଏବଂ ତା ସହିତ ଯେଉଁମାନେ ଗଭୀର ସମୁଦ୍ର ଭିତରକୁ ଯାଇଛନ୍ତି ଯଥାଶୀଘ୍ର ଫେରିଆସିବାକୁ ସତର୍କ କରାଯାଉଛି* |
ମତ୍ସ୍ୟଜୀବୀମାନଙ୍କୁ ଓଡିଶା ଉପକୂଳ ଏବଂ ତାର ପାଖାପାଖି ଅଂଚଳ, ତା ସହିତ ଉତ୍ତର-ବଙ୍ଗୋପସାଗର ଅଂଚଳକୁ ୧୮ ତାରିଖ ଠୁ ମାଛମାରିବା ପାଇଁ ବାରଣ କରାଯାଇଛି | ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ୧୭ ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଇଛି |
*ଏହି ଘନୀଭୂତ-ଲଘୁଚାପ-ବଳୟ କୁ ଭାରତୀୟ ପାଣିପାଗ ଵିଭାଗ ନିରନ୍ତର ତଦାରଖ ସହ ନିଜ ଅନୁଧ୍ୟାନ ରେ ରଖିଛି*
ଆତ୍ମ ନିର୍ଭରଶୀଳ ପ୍ୟାକେଜରେ କାହାକୁ ମିଳିଲା କେତେ ଅର୍ଥ ।ଆସନ୍ତୁ ଜାଣିବା
ନୂଆଦିଲ୍ଲୀ :ଗତ ୧୨ତାରିଖ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ ଚାଷୀ ଓ କ୍ଷୁଦ୍ର ଉଦ୍ୟଗିମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ ବୋଲି କହିଥିଲେ ।ଏ ବାବଦରେ ଅଲ ଦ୍ୱିତୀୟ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନୁରାଗ ଠାକୁର ସବିଶେଷ ତଥ୍ୟ ପ୍ରେସମିଟ ମାଧ୍ୟମରେ ଦେଇଛନ୍ତି ।
●୪ ଲକ୍ଷ କୋଟିର ଶସ୍ତା ଲୋନ୍ ଦେଇଛନ୍ତି ଚାଷୀଙ୍କୁ , ୨୫ ଲକ୍ଷ ନୂଆ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଦିଆଯାଇଛି ।
●୩ କୋଟି ଚାଷୀଙ୍କୁ ଶସ୍ତାରେ ଲୋନ୍ ର ସୁବିଧା ।
● ୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟି ଋଣ ଦିଆଯିବ।
●୬୩ ଲକ୍ଷ ଚାଷୀଙ୍କୁ ପ୍ରାୟ ୮୬,୬୦୦ କୋଟି ଋଣ ଦିଆଯାଇଛି।
●ମାର୍ଚ୍ଚ ଓ ଏପ୍ରିଲ୍ ରେ ୬୩ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି।
●୧୨ ହଜାର ସ୍ବୟଂ ସହାୟକ ଗୋଷ୍ଠୀ
୩ କୋଟି ମାସ୍କ ପ୍ରସ୍ତୁତ କରିଛନ୍ତି।
● ଫସଲ କ୍ରୟ ପାଇଁ ରାଜ୍ୟଙ୍କୁ ୬୭୦୦ କୋଟି ଦିଆଯାଇଛି।
● ସହରାଂଚଳ ଗରିବ ମାନଙ୍କୁ ୧୧୦୦୦ କୋଟିର ସହାୟତା।
● କୃଷିଋଣ ପରିଶୋଧ ଅବଧିକୁ ମେ ୩୧ କୁ ବୃଦ୍ଧି କରାଯାଇଛି , ପ୍ରବାସୀ ଶ୍ରମିକ ଓ ସହରାଂଚଳ ଗରିବଙ୍କ ପାଇଁ SDRF ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।
● ଶ୍ରମିକଙ୍କ ଉପରେ ସ୍ବତନ୍ତ୍ର ନଜର , ରୋଜଗାର ହରାଇଥିବା ସମସ୍ତ ଶ୍ରମିକଙ୍କୁ କାମ ଯୋଗାଇବେ ସରକାର , ମନରେଗା ଦ୍ବାରା କାମ ଯୋଗାଇଦିଆଯିବ , ପ୍ରତିବର୍ଷ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିହାତି କରାଯିବ ।
● ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ଙ୍କୁ ମିଳିବ ଦୁଇମାସର ମାଗଣା ଖାଦ୍ୟଶସ୍ୟ , ଖର୍ଚ୍ଚ ହେବ ୩୫୦୦ କୋଟି ।
● ଭାରତର ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମିଳିବ ଆଗାମୀ ଦୁଇମାସର ମାଗଣା ଖାଦ୍ୟଶସ୍ୟ।
● ରାସନକାର୍ଡ ନ ଥିବା ଶ୍ରମିକଙ୍କୁ ବି ମିଳିବ ମାଗଣା ଖାଦ୍ୟଶସ୍ୟ ।
● “ଓ୍ବାନ୍ ନେସନ୍ ଓ୍ବାନ୍ ରାସନ୍ କାର୍ଡ ” ଘୋଷଣା , ଏହି କାର୍ଡ ସବୁ ରାଜ୍ୟରେ ମାନ୍ୟ ହେବ।
● ରାସନ କାର୍ଡ ଥାଉ କି ନ ଥାଉ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଦୁଇମାସ ଯାଏଁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ/ଗହମ ଓ ପରିବାର ପିଛା ମାସିକ ୧ କେଜି ଡାଲି ମାଗଣାରେ ଦିଆଯିବ।
●ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ “ଘରଭଡା ଯୋଜନା ” , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଦରରେ ଶ୍ରମିକଙ୍କୁ ଭଡାଘର ଯୋଗାଣ ବ୍ୟବସ୍ଥା କରାଯାଇଛି ।
● ଦେଶର ପ୍ରାୟ ୫୦ ଲକ୍ଷ ଉଠାଦୋକାନୀଙ୍କ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ ଋଣ ଏହାସହ ଖର୍ଚ୍ଚ ହେବ ୫୦୦୦ କୋଟି ଟଙ୍କା।
● ନାବାର୍ଡ ଜରିଆରେ ଚାଷୀଙ୍କ ପାଇଁ
୩୦ ହଜାର କୋଟିର ଫଣ୍ଡ , ରବି ଫସଲ ପାଇଁ ୩ କୋଟି ଚାଷୀଙ୍କୁ ମିଳିବ ସୁବିଧା।
କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଶୁଣି ନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ
ଏକ ପ୍ରେସ ବାର୍ତା ମାଧ୍ୟମରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ ବିକ୍ରି ବିଜ୍ଞାପନ । ଏହାଦ୍ୱାରା ଓଡ଼ିଶା ରାଜ୍ୟର କ’ଣ ବିକାଶ ହେବ ବା ଜନସାଧାରଣ କି ଉପକୃତ ହେବେ ତାହା ମୁଁ
ବୁଝିପାରୁନାହିଁ ଏବଂ କୃଷକ ଓ ମଧ୍ୟବିତଙ୍କ ପରିବାର ପାଇଁ କୌଣସି ସୁବିଧା ନାହିଁ । ଏହା ଦ୍ୱାରା କେବଳ ମୁଷ୍ଟିମେୟ ରାଜ୍ୟ ଗୁଜୁରାଟ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟମାନେ ଉପକୃତ ହେବେ । ଆଜି ଇପିକଲ ଏବଂ ଓ.ଏସ୍.ଏଫ୍.ସି. ବନ୍ଦ ହେବାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ପ୍ରକୃତ ତଥ୍ୟ ଜାଣି ପାରିବେ । ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ କି ବେକାରୀ ସଂଖ୍ୟା କମି ପାରିବ ନାହିଁ । ରାଜ୍ୟରେ ଯେହେତୁ ଅଧିକ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ, ଶ୍ରମିକ ତଥା ଓଡ଼ିଶାର ସ୍ୱାର୍ଥ
ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ମାଗନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେହିଭଳି ରାଜ୍ୟରେ ଚାଲିଥିବା କରୋନା କେନ୍ଦ୍ର ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲୁଛି । ସରକାର ଏଥିରେ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସାମିଲ କରନ୍ତୁ । କଂଗ୍ରେସ ଦଳ ସହଯୋଗର ଯେତେ ପ୍ରସ୍ତାବ ଦେଲେ ମଧ୍ୟ ରାଜ୍ୟ ସରକାର
ଗ୍ରହଣ କଲେ ନାହିଁ କି ଆଲୋଚନା ପାଇଁ ମୁଖ୍ୟ ଶାସନ ସଚିବ ମଧ୍ୟ କଂଗ୍ରେସ ଦଳକୁ ସମୟ ଦେଲେ ନାହିଁ, ଠିକ୍ ଅଛି । କିନ୍ତୁ ନିଜ ଦଳରେ ବହୁ ନେତା, ସାଂସଦ ଓ ବିଧାୟକ ଥିବାବେଳେ ସେମାନଙ୍କୁ ମଧ୍ୟ ସାମିଲ କରୁନାହାନ୍ତି । ଖାଲି କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ନେଇ କାର୍ଯ୍ୟ କଲେ କରୋନାକୁ ଠିକ୍ ଭାବେ ମୁକାବିଲା କରିହେବ ନାହି ଁ । ତେଣୁ ମୁଁ ଅନୁରୋଧ କରୁଛି ନିଜ ଦଳର ସାଂସଦ ବିଧାୟକ ମାନଙ୍କୁ ବିଶ୍ୱାସକୁ ନେଇ ଏହି କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାମିଲ କରନ୍ତୁ । ତାହାଲେ ଅବସ୍ଥାର କିଛି ପରିବର୍ତନ ହେବ । ନଚେତ ଭବିଷ୍ୟତରେ
ପରିସ୍ଥିତି ବହୁତ ଭୟାବହ ହେବ ବୋଲି ପ୍ରଦେଶ କଂଗ୍ରେସ କମିଟର ସଭାପତି ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି ।
ଅର୍ଥନୀତିକୁ ମଜବୁତ ପାଇଁ ଯୋଜନା ବୋର୍ଡ଼ର ବ୍ଲୁ ପ୍ରିଣ୍ଟ..
ଭୁବନେଶ୍ୱର :ଅର୍ଥନୀତିକୁ ମଜବୁତ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ 4 ଟି କ୍ଷେତ୍ରକୁ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। କୃଷି ଓ ଗ୍ରାମୀଣ ଅର୍ଥନୀତି, MSME, ଜନସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ରହିବ ଫୋକସରେ। କରୋନା କୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କଟାଯାଇଛି । ନୋଡାଲ ଏଜେନ୍ସି ଭାବେ କାମ କରିବ ନବ କୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା ପରିଷଦ। ଏହା ସହ ଅର୍ଥନୈତିକ ବିଶାରଦ, ସାମାଜିକ କର୍ମୀ,ଯେଉଁମାନଙ୍କ ଏ କ୍ଷେତ୍ରରେ ପାରଦର୍ଶିତା ଅଛି ସେମାନଙ୍କ ପରାମର୍ଶ ନିଆଯିବ। କରୋନା ମହାମାରୀ ସମୟରେ ଅର୍ଥନୀତି ରେ ସୁଧାର ଆଣିବାପାଇଁ ପଦକ୍ଷେପ ନିଆଯିବ। ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଙ୍କ ସୂଚନା।
ବାଲିଆପଳ ବିଡିଓ ଙ୍କ ଦୁର୍ବ୍ୟବହାର-ରିପୋର୍ଟ ମାଗିଲେ ମନ୍ତ୍ରୀ
ଭୁବନେଶ୍ୱର : ବାଲିଆପଳ ବିଡିଓ ଙ୍କ ଦୁର୍ବ୍ୟବହାର ଘଟଣା ,ଜିଲ୍ଲାପାଳ ଙ୍କୁ ମଗାଯାଇଛି ରିପୋର୍ଟ ,ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ।ଏବିଷୟରେ ସରକାର ଅବଗତ ଅଛନ୍ତି ,ଏନେଇ ତଦନ୍ତ କରାଯାଉଛି ।ଏଭଳି ବ୍ୟବହାର ଜମା ଠିକ ନୁହେଁ ।ଏହା ଏକ କାଁ ଭାଁ ଘଟଣା ।ଏହି କୋରୋନା ମହାମାରୀ ସମୟରେ ଅନେକ କୋରୋନା ଯୋଦ୍ଧା ଧର୍ଯ୍ୟରସହ କାର୍ଯ୍ୟ କରୁଛନ୍ତି ।ସେମାନଙ୍କୁ ଯେତେବି ପ୍ରଶଂସା କଲେ ବି କମ୍














