ଗ୍ରୀନ ଜୋନରେ ଚାଲିବ ସରକାରୀ ବସ…

- Advertisement -

ଭୁବନେଶ୍ୱର : ଗ୍ରୀନ ଜୋନରେ ଗଡିବ ସରକାରୀ ବସ । ଏଥିପାଇଁ ଯାତ୍ରୀ ମାନଙ୍କୁ ଦୁଇ ଗୁଣା ଭଡା ଦେବାକୁ ହେବ । ଓସଆରଟିସି ତରଫରୁ ପରିଚାଳିତ ବସ ବିଭିନ୍ନ ରୁଟରେ ଗଡିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହ କେନ୍ଦ୍ର ଗାଇଡ଼ ଲାଇନ ଅନୁସରେ ୫୦ ପ୍ରତିଶତ ଯାତ୍ରୀରେ ଗ୍ରୀନ ଜୋନରେ ବସ ଚଳାଇବା ପାଇଁ ଘରୋଇ ବସ ମାଇଲକ ସଂଘ ରାଜି ନହେବାରୁ ଏପରି ନିଷ୍ପତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଯୁକ୍ତି ହେଉଛି ବସ ସଙ୍ଘ ଯେଉଁ ଦାବି କରିଛି ତାହା ଅଧିକାଂଶ କେନ୍ଦ୍ରସରକାରଙ୍କ ନିଷ୍ପତି , ତେବେ ରାଜ୍ୟ ମଧ୍ୟ ଏକଥା କେରେନ୍ଦ୍ରକୁ ଜଣାଇଛି । ବସ ସଂଘର ଯେପରି କ୍ଷତି ନସହିବେ ସେଥିପାଇଁ ଭଡା ଦ୍ୱିଗୁଣିତ କରି ବସ ଚଳାଇବାକୁ ରାଜ୍ୟସରକାର ନିଷ୍ପତି ନେଇଛନ୍ତି । ବସ ସଂଘ ନିଜ ଜିଦରେ ଅଟଳ ରହିଛି । ଦାବି ପୁରାଣ ନହେଲେ ବସ ରାସ୍ତାରେ ଗଡିବ ନାହିଁ ବୋଲି କହିଛି । ତେଣୁ ସରକାର ପ୍ରଥମେ ଆମ ସହ ଆଲୋଚନ କରନ୍ତୁ ବୋଲି ସଙ୍ଘ କହିଛି । ଲକ ଡାଉନ ସମୟରେ ରାଜ୍ୟସରକାର ଯାତ୍ରୀଙ୍କ ସୁବିଧା ପାଇଁ ସରକାରୀ ବସ ଚଳାଇବାକୁ ବ୍ୟବସ୍ଥା କରିଛନ୍ତି । ତେବେ ବସ କେବେ ଗଡୁଛି ଦେଖିବାର କଥା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles