ବାତ୍ୟାର ଗତି କୁଆଡେ?

- Advertisement -

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ପାଇଁ ଅାଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙେ୍ଗାପସାଗର ଏବଂ ଏହାର ନିକଟସ୍ଥ ଦକ୍ଷିଣ ଅାଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୁଣ୍ଣବଳୟ ଅାଜି ସକାଳେ ଲଘୁଚାପର ରୂପ ନେଇଛି । ଏହା ୧୬ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ । ତେବେ ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ମେ୧୫ ତାରିଖରେ ଅବପାତରେ ପରିଣତ ହେବ ଲଘୁଚାପ । ଏହାପରେ ୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ଏପରି ଅାକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିଭଳି ୧୭ ତାରିଖରୁ ଏହା ଦିଗ ପରିବତ୍ର୍ତନ କରି ଏହା ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି । ବତ୍ର୍ତମାନର ଅାକଳନ ଅନୁଯାୟୀ ଏହାର ପ୍ରଭାବ ସମୁଦ୍ରରେ ରହିବ । ଦକ୍ଷିଣ ବଙେ୍ଗାପସାଗର ଓ କେନ୍ଦ୍ରୀୟ ବଙେ୍ଗାପସାଗରରେ ୧୫ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଓଡିଶା ଉପକୂଳରେ କେତେ ପ୍ରଭାବ ପଡିବ ତାହା ଅାସନ୍ତାକାଲି ସ୍ପଷ୍ଟ ହେବ ବୋଲି କହିଛନ୍ତି ଅାଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପଟେ ଅାଚଂଳିକ ପାଣିପାଗ କେନ୍ଦ୍ର ମଧ୍ୟ ବଙେ୍ଗାପସାଗରେ ସାମୁଦ୍ରିକ ଝଡର ଅାଶଙ୍କା ରହିଥିବାର ସୂଚନା ଦେଇଛି ା ତେବେ ଅାଗାମୀ ୫ ଦିନ ଯାଏଁ ଏହାର ପ୍ରଭାବ ଓଡିଶାରେ ବିଶେଷ ଭାବରେ ପଡିବ ନାହିଁ ବୋଲି ଅାଚଂଳିକ ପାଣିପାଗ ବିଭାଗ ଜଣାଇଛି ା କିନ୍ତୁ ଅାସନ୍ତା ୧୭ ତାରିଖ ସଂଧ୍ୟାରୁ ରାଜ୍ୟର ବିଭିନ୍ନ ଅଚଂଳର ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାଅନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଅାଗରୁ ମେ ମାସରେ ଓଡିଶା ପୂର୍ବରୁ ଫନି ଭଳି ପ୍ରଳୟଙ୍କରୀ ବାତ୍ୟାର ତାଣ୍ଡବ ଦେଖିଥିବା ବେଳେ ଅାସୁଥିବା ବାତ୍ୟା ଓଡିଶାକୁ ଛୁଇଁଁବ କି ନାହିଁ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles