ଗୋଶାଳାକୁ ସହାୟତାର ହାତ ବଢାଇଲେ ଅମିତ…

- Advertisement -

ଯାଜପୁର: ସ୍ବର୍ଗତ ଅଶୋକ ଦାସ। ଯାହାଙ୍କୁ କି ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ କୁହାଯାଏ। ଯାଜପୁରର ମଉଡ଼ମଣୀ।ସେ ଥିଲେ ଜଣେ ବିଚକ୍ଷଣ ରାଜନେତା ।ରାଜନୀତି ତାଙ୍କର ପେଶା ଥିଲା । ହେଲେ ସମାଜସେବା ତାଙ୍କର ନିଶା ।ସେ ଲଗାତାର କୋରେଇର ୭ ଥରର ବିଧାୟକ ଥିଲେ। କୋରେଇକୁ ସ୍ୱତନ୍ତ୍ର ପରିଚୟ ଦେବାରେ ତାଙ୍କ ଭୂମିକା ଅନେକ ।ଏହାସହ ନିଜ ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ଶ୍ରେଷ୍ଠ ନିର୍ବାଚନ ମଣ୍ଡଳୀ କରିବାର ସ୍ୱପ୍ନ ଦେଖିଥିଲେ ।ସେ ସବୁ ସ୍ୱପ୍ନ ମଧ୍ୟରୁ କିଛି ପୂରଣ କରିଛନ୍ତି । ଆଉ କିଛି ଅଧୁରା ରହିଯାଇଛି ।ଶହେ ବର୍ଷ ପୁରୁଣା ଯାଜପୁର ରୋଡ଼ଠାରେ ଥିବା ଗୋଶାଳା। ତାହାର ଉନ୍ନତି ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି।ଆଉ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ଏବେ ଏହି ଗୋଶାଳାର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ତାଙ୍କ ସାନ ପୁଅ ଅମିତ ଗୌରବ ଦାସ (ବୁବୁନା)।ଲକ୍ ଡାଉନ ସମୟରେ ଗୋଶାଳାର ସୁରକ୍ଷା ପାଇଁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଅଶୋକ ଦାସଙ୍କ ବଡ଼ ପୁଅ ତଥା ବିଜେଡି ସଙ୍ଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ମଧ୍ୟ କୋରେଇ ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି ।ନିଜ ନିର୍ବାଚନ ମଣ୍ଡଳୀ ଯାଜପୁର ପରି।ସେଥିପାଇଁ ତ ସେ ସବୁବେଳେ ବିଭିନ୍ନ ସଭାସମିତିରେ କହିଥାନ୍ତି କୋରେଇର ବିକାଶ ଦାୟିତ୍ୱ ତାଙ୍କର ବୋଲି। ଏବେ ତାଙ୍କ ସହ ସାଥ ଦେଇଛନ୍ତି ତାଙ୍କ ସାନ ଭାଇ ଅମିତ ଗୌରବ। ତାଙ୍କର ଏହି ସହାୟତା ପରେ ତାଙ୍କୁ ଗୋଶାଳା କମିଟି ତରଫରୁ ଧନ୍ୟବାଦ ଜଣାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles