ଲକ ଡାଉନ କଟକଣା : ନେତା ଆପଣାଇଛନ୍ତି ହାଇଟେକ ପଲିଟିକ୍ସ

- Advertisement -

ଭୁବନେଶ୍ୱର : ଅଢେଇ ମାସ ହେବ ଲକଡାଉନ । ଅଖ ବନ୍ଦ ଚକ ବନ୍ଦ । ଆଉ ତାରି ଭିତରେ ମହାମାରୀ କରୋନା କୁ ହରେଇବା ପାଇଁ ଚାଲିଛି ସଂଘର୍ଷ । ପୁରା ଦେଶ ଏକଜୁଟ ହୋଇଛି । ଅର୍ଥନୀତି ସହିତ ଜୀବନ ବଞ୍ଚାଇବା ପାଇଁ ସବୁଠି ଚାଲିଛି ପ୍ରୟାସ । ସେ ସରକାରୀ ସ୍ତରରେ ହେଉ ଅବା ରାଜନୈତିକ ସ୍ତରରେ । ଯାହାର ମାଧ୍ୟମ ସାଜିଛି ଟେକ୍ନୋଲୋଜି । ନେତା ଏବେ ହାଇଟେକ ପଲିଟିକ୍ସକୁ ଆପଣାଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସଭିଏଁ ଏବେ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସକ୍ରିୟ କରିବା ପାଇଁ ଓ କରୋନା ସମୟରେ ଲୋକଙ୍କୁ ସହାୟତ କରିବା ପାଇଁ ZOOM APP ଜରିଆରେ ନେତାଙ୍କ ସହ ଆଲୋଚନ ଜାରି ରଖିଛନ୍ତି ।…

ପ୍ରଣବ ପ୍ରକାଶ ଦାସ ;ବିଜେଡି ସଂଗଠନ ସମ୍ପାଦକ – ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବେ ଟେକ୍ନୋଲୋଜି ମାଧ୍ୟମରେ ଦଳୀୟ କର୍ମୀଙ୍କ ସହ ପ୍ରତ୍ୟେକଙ୍କୁ ଭିଡିଓ କନଫରେନ୍ସି ମାଧ୍ୟମରେ କଥା ହେଉଛନ୍ତି । ତୃଣମୂଳ ସ୍ତରରେ ନେତାଏ କିଭଳି ଏଇ ଦୁଃଖଦ ସମୟରେ ଲୋକଙ୍କ ସେଵା କରିପାରିବେ ସେନେଇ ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରିତା ହେଉଛି ତାହାକୁ ତଦାରଖ କରିବା ସହ ଲୋକଙ୍କ ସମସ୍ୟା ସହ ଜଡିତ ହୋଇ ରହିବା ପାଇଁ ପ୍ରଣବ ବିଜେଡି ର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ସମୟରେ ଲୋକଙ୍କ ସମସ୍ୟା ସହ ପୁରା ଜଡିତ ରହିବାକୁ ପରାମର୍ଶ ଦେଇଛନ୍ତି l

ଧର୍ମେନ୍ଦ୍ର ପ୍ରଧାନ ; କେନ୍ଦ୍ରମନ୍ତ୍ରୀ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପାୱାରଫୁଲ ନେତା କାରଣ ମହାମାରୀ ସମୟରେ ଦଳୀୟ କର୍ମୀ ଓ ନେତାମାନେ କିପରି ଲୋକଙ୍କୁ ସାହାଯ୍ୟ ସହଯୋଗ କରିପାରିବେ ସେ ବିଷୟରେ ZOOM APP ଜରିଆରେ ନିଜ ଦଳ ଓ ନେତା କର୍ମୀଙ୍କୁ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ଯୋଗାଉଥିବା ଅର୍ଥ ଲୋକଙ୍କ ପାଖରେ ପହଁଚୁଛି କି ନାହିଁ ଓ ବାହାରେଥିବା ଓଡ଼ିଆ ମାନେ କିପରି ସେମାନଙ୍କର ସମସ୍ୟା ଦୂର ହେବ ସେ ବିଷୟରେ ଆଲୋଚନା କରୁଛନ୍ତି ।

ନିରଞ୍ଜନ ପଟ୍ଟନାୟକ : ପିସିସି ସଭାପତି – ଭିଡିଓ କନଫରେନ୍ସି ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୃଣମୂଳ ସ୍ଥରର କଂଗ୍ରେସ କର୍ମୀଙ୍କ ସହ କୋଭିଡି -୧୯ ସମସ୍ୟା ସମ୍ପର୍କରେ ଆଲୋଚନ କରିଛନ୍ତି । ଲୋକମାନଙ୍କର ସମସ୍ୟା ଓ ସରକାରଙ୍କର ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବା ପାଇଁ ସେ ଦଳୀୟ କର୍ମୀ ଓ ନେତାଙ୍କ ଆହ୍ୱାନ କରିଛନ୍ତି । ଏହାସହ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ସମସ୍ତେ ଯତ୍ନବାନ ହେଵା ଉଚିତ ବୋଲି ସେ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles