ରଥଖଳାରୁ ଆସିଲାଣି ସଂକେତ : ବଡ ଦାଣ୍ଡରେ ଗଡିବ ରଥ…

- Advertisement -

ପୁରୀ: ଆଉ କମ୍ ଦିନ ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥ ତିଆରି ଆରମ୍ଭ ପରେ ଚଳ ଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ରଥଯାତ୍ରାକୁ ନେଇ ଥିବା ଆଶଙ୍କା ଏବେ ଧିରେ ଧିରେ କମିବାକୁ ଲାଗିଲାଣି। କାରଣ ପ୍ରଶାସନ ଓ ସେବାୟତଙ୍କ ମିଳିତ ଉଦ୍ୟମରେ ରଥ କାର୍ଯ୍ୟ ଜୋରଦାରରେ ହୋଇଛି । ଯାହାକି ସଭିଙ୍କ ମନରେ ରଥଯାତ୍ରାକୁ ନେଇ ଆଶା ସଂଚାର କରିଛି। ସଭିଙ୍କୁ ଏକାଠି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ କ୍ରିଷନ କୁମାର ,ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ୟ୍ଯଙ୍କ ପରାମର୍ଶ ଓ କୋଭିଡ 19 ଗାଇଡ଼ ଲାଇନ ଅନୁସାରେ ରଥ ତିଆରି କାମ ମହାରଣା ଦ୍ୱାରା ଜୋରଦାର କରିଛନ୍ତି । ମହାରଣା ଓ ଭୋଇ ସେବକମାନେ ମଧ୍ୟ ଦ୍ରୁତ ଗତିରେ ରଥ କାମରେ ଲାଗିପଡିଛନ୍ତି। ଏଥର ରଥ ଖଳାର ଆକାର ବୃଦ୍ଧି କରାଯାଇଛି। ଯେମିତି ସାମାଜିକ ଦୂରତା ନିୟମ ବଜାୟ ରଖାଯାଇପାରିବ। ପ୍ରତ୍ୟେକ ଦିନ ୧୪ ଘଣ୍ଟାରୁ ଅଧିକ ପରିଶ୍ରମ କରୁଛନ୍ତି କାରିଗରମାନେ । ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ହୋଇଥିଲେ ମଧ୍ୟ ଚକ ଡେରା ନୀତିକୁ ସଠିକ ସମୟରେ ସମ୍ପାଦନ କରାଯାଇଛି । ଏହା ସହ ହାଇକୋର୍ଟର ନିୟମ ଅନୁସାରେ ଜୁନ ୨୨ ପୂର୍ବରୁ ରଥ ନିର୍ମାଣ ଶେଷ ପାଇଁ ଲାଗିପଡିଛନ୍ତି ମହାରଣା ଓ ଭୋଇ ସେବକମାନେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ପୁରୀରେ ସବୁ କାର୍ଯ୍ୟ ତଦାରଖ କରୁଛନ୍ତି । ଏହାସହ ପ୍ରତ୍ୟେକ ଦିନ ସେବାୟତ ମାନଙ୍କର ସ୍ୱାସ୍ଥ ପରୀକ୍ଷା କରାଯାଉଛି। ସେମାନଙ୍କ ରହିବା ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୦ ଟି ତୁମ୍ବର ସମସ୍ତ କାର୍ଯ୍ୟ ସରିଛି । ବାକି ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି । ଓରା ବିନ୍ଧ କରାଯାଇ ସାରିଛି । ପୋଟଳ ଓରା , ପୋଟଳ ପାରେଣି ତିଆରି ସରିଛି । ୮ଟି ଭୂଇଁ ଖମ୍ବି ମଧ୍ୟ ତିଆରି ସରିଛି । ୬ଟି ଚକ କାଲି ଅଖ ସଂଯୁକ୍ତ ହୋଇଥିଲା , ଆଉ ୯ଟି ଚକ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି ଅନ୍ୟ ଚକଗୁଡିକର କାର୍ଯ୍ୟ କରାଯିବ ।
ରଥ ନିର୍ମାଣ ଆରମ୍ଭ ଦିନ ଠାରୁ ନିତ୍ୟ ନୈମିତ୍ତିକ ଭାବେ ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ସମସ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ସେପଟେ ଭକ୍ତ କହିଲେ ରଥଖଳାରୁ ଆସିଲାଣି ସଂକେତ ବଡ ଦାଣ୍ଡରେ ଗଡିବ ବଡ଼ ଠାକୁରଙ୍କ ରଥ ଦୁରେଇ ଯିଵ କରୋନା l…..

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles