ବାପା ସାଜିଲେ ଶ୍ରବଣ କୁମାର: ଛୁଆଁକୁ ଭାରରେ ବୋହି ଚାଲିଲେ ୨୫୦କିମି…

- Advertisement -

ବାରିପଦା: ବାପା । ଛୁଆଁଙ୍କ ଉତ୍ତର ଦାୟିତ୍ୱ ତାଙ୍କ ମୁଣ୍ଡରେ। ପରିବାରର ଭାର ନିଜ କାନ୍ଧରେ ଉଠାନ୍ତି। ଦିନ ରାତି ବାହାରେ ପରିଶ୍ରମ କରନ୍ତି। ତୁଣ୍ଡ ଝାଳ ମୁଣ୍ଡେ ମାରି ଅର୍ଥ ଉପାର୍ଜନ କରନ୍ତି । ଆଉ ପରିବାର ଭରଣ ପୋଷଣ କରନ୍ତି ।
ଏବେ ଦେଶରେ ଲକ୍ ଡାଉନ ସମୟ ।ବାହାରେ କାମ କରୁଥିବା ସବୁ ଲୋକ ଏବେ ଗାଁ ମୁହାଁ। ହେଲେ ଗାଡି ମଟର ସବୁ ବନ୍ଦ। ବାସ୍ ଘରକୁ ଯିବାର ଏକ ମାତ୍ର ସାହା ହେଉଛି ପାଦ। ଗୋଟେ ପଟେ ପେଟର ଭୋକ ଅନ୍ୟ ପଟେ ଘରେ ପହଂଚିବାର ଲକ୍ଷ। ଏମିତିରେ ସହ ସହ ଲୋକ ଜୀଵନ ସହ ସଂଗ୍ରାମ କରୁଛନ୍ତି। ଏବେ ମୟୁରଭଞ୍ଜରୁ ଏକ ଫୋଟ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି। ଏଠି ବାପା ପାଲଟିଛନ୍ତି ଶ୍ରବଣ କୁମାର । ଏକ ଭାରରେ ନିଜ ଛୁଆକୁ ଭାରରେ ବୋହି ୨୫୦ କିଲୋମିଟର ଚାଲି ଚାଲି ଯାଇଛନ୍ତି। ଥରେ ଭାବନ୍ତୁ ସେ ନିସହାୟ ବାପାର ଦୁଃଖ । ଭାରର ଗୋଟେ ପାର୍ଶ୍ଵରେ ନିଜର ଛୁଆ।ଅନ୍ୟ ପାର୍ଶ୍ଵରେ ଘରର ଆସବାବପତ୍ର । ଆଉ କାନ୍ଧରେ ଭର।ଏମିତି ୧୫୦ କିମି ପଦରେ ଚାଲି ଚାଲି ମୟୁରଭଂଜରେ ପହଂଚିଛନ୍ତି ମୋରଡା ବ୍ଲକ ବଳଦିଆ ଗାଁର ରୁପାୟ ଟୁଡୁ ।ସେ କଟକର ଏକ ଇଟାଭାଟିରେ କାମ କରୁଥିଲେ । ଲକଡାଉନ୍ ଯୋଗୁଁ ଯାତାୟତ ବନ୍ଦ ଥିବାରୁ ସେ ଚାଲିଚାଲି କଟକରୁ ମୟୂରଭଂଜ ଫେରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles