ଭୀଷଣ ରୂପ ନେଉଛି ଅମ୍ପାନ: ପାରାଦ୍ୱୀପଠାରୁ ୯୬୦ କିମି ଦୂରରେ

- Advertisement -

ଭୁବନେଶ୍ୱର : ଆଜି ଅମ୍ଫାନ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି।ବର୍ତ୍ତମାନ ଏହା ପାରାଦୀପରୁ ୯୬୦କିମି ଦୂରରେ ଏହା ଅଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।
ଏହା ଗତ ୬ଘଣ୍ଟାରେ ୫ କିମି ଘଣ୍ଟାପ୍ରତି
ବେଗରେ ଗତି କରୁଛି ।ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ରତର ହେବ ।
ଆସନ୍ତା 12 ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ହେଲେ ଯାହା ଲାଗୁଛି ରିକର୍ଭ ହେବା ପାଇଁ ଆହୁରି ୧୨ ଘଣ୍ଟା ସମୟ ଲାଗିପାରେ ! ବର୍ତ୍ତମାନ ଯାହା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସୁଛି ଏହା ପଶ୍ଚିମବଙ୍ଗ ଦୀଘା ଠାରୁ ବାଂଲାଦେଶ ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ ।ଏହାର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେଉଛି । ଯେତେବେଳେ ଏହା ସ୍ଥଳଭାଗ ଛୁଇଁବ ଏହା ଭେରୀ ସିଭିଅର ସାଇକ୍ଲୋନିକ ପରିଣତ ହେଇ ଛୁଇଁବ ! ୧୮ ମଧ୍ୟରାତ୍ରୀରୁ ୧୯ ତାରିଖ ସମ୍ପୂର୍ଣ ଦିନ ସମୁଦ୍ର ମଧ୍ୟରେ ସିଭିଅର ସାଇକ୍ଲୋନିକ ଷ୍ଟ୍ରମ ହେଇ ରହିବ ।୧୮ସନ୍ଧ୍ୟାରୁ କୋଷ୍ଠଲ ଜିଲ୍ଲାରେ ସାମାନ୍ୟରୁ ମାଧ୍ୟମ ଧରଣ ବର୍ଷା ଆରମ୍ଭ ହେବ ! ୧୯ରେ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ କିଛି ଜିଲ୍ଲାରେ ମାଧ୍ୟମ ଧରଣ ବର୍ଷା ହେବ ! ୨୦ରେ ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷିବ ! ୧୮ ତାରିଖରେ ପବନ ବେଗ ୪୫ ରୁ ୫୫ ରହିବ ! ୧୯ରେ ଏହା ୭୫ ରୁ ୮୦ କିମି ହୋଇପାରେ ! ୨୦ତାରିଖରେ ଏହାର ବେଗ ଘଣ୍ଟା ପ୍ରତି୧୧୦ରୁ ୧୩୫ କିମି ଯାଏଁ ହେବାର ସମ୍ଭାବନା ! ଓଡ୍ରାଫର ୧୫ ଟି ଟିମ ଓ ଏନଡିଆରଫ ର ୧୦ଟି ଟିମକୁ ପ୍ରଭାଭିତ ଜିଲ୍ଲାରେ ମୁତୟନ କରାଯାଇଛି ! ଆଗକୁ ଆହୁରି କରାଯିବା ଲାଗି ବ୍ୟବସ୍ଥା କରାଯାଉଛି ! ଅତ୍ୟାବଶ୍ୟକ ଜିନିଷ ପ୍ରଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ! ଭୟଭିତ ହେବାର ଆବଶ୍ୟକ ନାହିଁ ! ସମସ୍ତଙ୍କୁ ଅନୁରୋଧ କେହି ଯାଇ ଅତ୍ୟାବଶ୍ୟକ ଜିନିଷ ସାରିଯିବା ଭୟରେ କିଣି ପକାନ୍ତୁ ନାହିଁ !

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles