ଯାଜପୁର: ଆସନ୍ତାକାଲି ସାବିତ୍ରୀ ବ୍ରତ।ସେଥିପାଇଁ ବିରଜା ମନ୍ଦିରରେ ୧୪୪ ଧାରା ଲାଗୁକରାଯିବ । କାଳେ ଭକ୍ତଙ୍କ ମନ୍ଦିରରେ ଭିଡ଼ ହେବ ସେନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କାଲି ସେ ଅଞ୍ଚଳକୁ କାହାରିକୁ ଭର୍ତ୍ତି କରାଯିବ ନାହିଁ।
କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ଯେଭଳି ବ୍ୟାଘାତ ନ ହେବ ତାହାକୁ ଦୃଷ୍ଟିରେ ରଖି ଏହି ଧାରା ଲାଗୁ କରାଯାଇଛି | ସମଗ୍ର ଭାରତରେ ଲକଡାଉନ କଟକଣା ବଳବତ୍ତର ଥିବାରୁ ଏବଂ ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବା ପାଇଁ ଯାଜପୁର ଉପ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ୧୪୪ ଜାରି କରିଛନ୍ତି।
ସାବିତ୍ରୀ ବ୍ରତ ପାଇଁ ବିରଜା ମନ୍ଦିରରେ ୧୪୪ ଧାରା…
ଆସନ୍ତା କାଲି ଓଡ଼ିଶା ଆସିପାରନ୍ତି ମୋଦି….
ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ଅଛି। ହେଲେ ସେ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ସେଥିପାଇଁ ବିମାନ ବନ୍ଦରର ସୁରକ୍ଷା ଯାଞ୍ଚ କରାଗଲାଣି। ସୁରକ୍ଷା ସ୍ଥିତି ଯାଞ୍ଚ କଲେ ବରିଷ୍ଠ ପୋଲିସ ଅଧିକାରୀ।
ଆଜି ରାଜ୍ୟରେ ସୁସ୍ଥ ହେଲେ ୫୦ କରୋନା ଆକ୍ରାନ୍ତ…
ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଛି ଏକ ଭଲଖବର। ଆଜି ୫୦ଜଣ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୨ ଜଣ, ବାଲେଶ୍ୱରର ୧୫ ଜଣ, ୫ ଜଣ ଭଦ୍ରକର, ୩ଜଣ, ଯାଜପୁର ଏବଂ ବୌଦ୍ଧ, ସେହିଭଳି ମୟୂରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏହା ସହ ୭ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।
ଏବେ ବିଭିନ୍ନ କୋଭିଡ ହସ୍ପିଟାଲରେ ୭୦୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଜି ସକାଳର ୫୧ ଜଣଙ୍କୁମିଶାଇ ଏବେ ୧୧୦୩ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ଦୁଃଖ ବୁଝିଲେ ପ୍ରଣବ …..
ଭୁବନେଶ୍ୱର: ପ୍ରଣବ ପ୍ରକାଶ ଦାସ। ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ। କାହିଁକି ତାଙ୍କୁ ନବୀନ ପଟ୍ଟନାୟକ ଏମିତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ। ତାହା ପୁଣି ମାତ୍ର ୩ ଥରର ବିଧାୟକଙ୍କୁ । ଏହା ପଛରେ ରହସ୍ୟ କଣ? ଅନେକଙ୍କ ମନରେ ଏହି ପ୍ରଶ୍ନ ରହିବା ସ୍ୱାଭାବିକ। ହେଲେ ଏହାର ଉତ୍ତର ହେଲା ପ୍ରଣବଙ୍କ କାର୍ଯ୍ୟ ଦକ୍ଷତା । ମୁଖ୍ୟମନ୍ତ୍ରୀଙ୍କ ପରି ସବୁବେଳେ ରାଜ୍ୟବାସୀଙ୍କ ଦୁଃଖ ସୁଖର ସାଥି ସେ । କେବଳ ରାଜଧାନୀ ନୁହେଁ ଗାଁକୁ ଯାଇ କି ଲୋକଙ୍କ ସମସ୍ୟା ବୁଝନ୍ତି । ସ୍ଥାନୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରନ୍ତି। କିପରି ଲୋକଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ତାକୁ ପ୍ରାଥମିକତା ଦିଅନ୍ତି ପ୍ରଣବ। ଲୋକସେବା କରିବାକୁ ଯେମିତି ପଣ କରିଛନ୍ତି ପ୍ରଣବ।ସେବା ହିଁ ମାନବିକତା ମନ୍ତ୍ରକୁ ପାଥେୟ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁବେଳେ ଲୋକଙ୍କ ସେବାରେ ଲାଗିଛନ୍ତି । ସେ କୋରାପୁଟ ହେଉ ବା ମୟୁରଭଞ୍ଜ । ସେ ଯାଜପୁର ହେଉ ଅବା ଭୁବନେଶ୍ୱର।ସବୁଠି ଲୋକଙ୍କ ସହ ସେ ଛିଡା ହୁଅନ୍ତି। ଅମ୍ପାନ ବାତ୍ୟା ଆଜି ଚାଲିଯାଇଛି। ହେଲେ ଉଜାଡ଼ି ଦେଇଛି ଅନେକଙ୍କ ସଂସାର। କାହାର ଘର ଭାଙ୍ଗିଯାଇଛି ତ କାହାର ଫସଲ ଉଜାଡ଼ି ଦେଇଛି। ବାତ୍ୟାର ପ୍ରଭାବ ରାଜ୍ୟର ବାଲେଶ୍ଵର ଜିଲ୍ଲାରେ ଅଧିକ ପଡିଥିଲା। ଆଉ ମୟୁରଭଞ୍ଜରେ ଏହାର ଆଂଶିକ ପ୍ରଭାଵ ମଧ୍ୟ ପଡ଼ିଥିଲା। ସେଠାକାର ସରଳ ଆଦିବାସୀମାନେ କିପରି ସରକାରୀ ସହାୟତା ପାଇବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ସେ । ସେଥିପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ପ୍ରଣବ। ନିଜେ ଗ୍ରାଉଡ଼କୁ ଯାଇଛନ୍ତି। ସେ ମୋରଡା, ରାସଗୋବିନ୍ଦପୁର, ବେତନଟୀ, ବଡ଼ସାହି, ଜିବିନଗର, କପ୍ତିପଦା ପରିଦର୍ଶନ କରିବା ସହିତ ବାତ୍ୟା ରେ କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖ ବୁଝିଥିବା ବେଳେ ସେମାନେ କିପରି ସରକାରୀ ସୁବିଧା ସୁଯୋଗ ପାଇବେ ଏହାର ତଦାରଖ କରିବା ପାଇଁ ସ୍ଥାନୀୟ ବିଜୁଜନତା ଦଳର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ମୟୁରଭଞ୍ଜ ନୁହେଁ ବାଲେଶ୍ଵର, ଯାଜପୁର, ଭଦ୍ରକ ଅଂଚଳକୁ ପ୍ରଣବ ମଧ୍ୟ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-
ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଏବେ ରାଜ୍ୟର ୨୪ ଜିଲ୍ଲା କରୋନା କବଳରେ। ରାଜ୍ୟରେ ଆଜି ନୂଆ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏବେ ରାଜ୍ୟରେ ମୋଟ ୧୧୦୩ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।ଏବଂ ୭ ଲୋକ ମୃତ୍ୟୁବରଣ କଲେଣି।ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ-
ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭ରେ ପହଞ୍ଚିଛି । ତାର ଠିକ୍ ତଳକୁ ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୭୯, ବାଲେଶ୍ୱର ଜିଲ୍ଲାରେ ୧୨୨, ଭଦ୍ରକ ଜିଲ୍ଲାରେ ୯୫, ଖୋର୍ଦ୍ଧା ଜିଲ୍ଲାରେ ୭୧, କେନ୍ଦ୍ରାପଡ଼ା ଜିଲ୍ଲାରେ ୪୦, ସୁନ୍ଦରଗଡ଼ ଜିଲ୍ଲାରେ ୨୭, ପୁରୀ ଜିଲ୍ଲାରେ ୪୫, ଅନୁଗୁଳ ଜିଲ୍ଲାରେ ୧୯, ମୟୂରଭଞ୍ଜ ଜିଲ୍ଲାରେ ୧୪ , କଳାହାଣ୍ଡି ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରେ ୮, କଟକ ଜିଲ୍ଲାରେ ୪୫, ବଲାଙ୍ଗୀର ଜିଲ୍ଲାରେ ୬, ନୟାଗଡ଼ ଜିଲ୍ଲାରେ ୨୧ ଜଣ, ଜଗତସିଂହପୁର ଜିଲ୍ଲାରେ ୩୦ ଜଣ, ବୌଦ୍ଧ ଜିଲ୍ଲାରେ ୩୩, ସମ୍ବଲପୁର ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୩, ମାଲକାନଗିରି ଜିଲ୍ଲାରେ ୩, ଦେବଗଡ଼, ଝାରସୁଗୁଡ଼ା ,ଢେଙ୍କାନାଳ ଜିଲ୍ଲାରେ ୨ ଓ କୋରାପୁଟ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବାତ୍ୟା ସହାୟତା ପାଇଁ ଅଣ୍ଟା ଭିଡ଼ିଲେ କୃଷିମନ୍ତ୍ରୀ….
ଭୁବନେଶ୍ୱର: ବାତ୍ୟା ଅମ୍ପାନ ପଳେଇ ଯାଇଛି। ଓଡ଼ିଶାରେ ସେତେଟା ପ୍ରଭାବ ପକାଇ ନାହିଁ। ଏହା ରାଜ୍ୟର ୪ଟି ଜିଲ୍ଲାରେ ପ୍ରଭାବ ପକେଇଛି। ସେଇ ଜିଲ୍ଲାଗୁଡିକୁ କିପରି ସହାୟତା ଯୋଗାଇ ଦିଆଯିବ ସେଥିପାଇଁ ଅଣ୍ଟା ଭିଡିଛନ୍ତି ବିଭାଗୀୟ ମନ୍ତ୍ରୀମାନେ। ଚାଷୀମାନଙ୍କ ମନବଳକୁ ଦୃଢ଼ କରିବା ସହ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଅମ୍ପାନରେ କାହାର କେତେ କ୍ଷତି ହୋଇଛି ସେ ନେଇ ରିପୋର୍ଟ ମାଗିଛନ୍ତି ଏସଆରସି। ସେ ରିପୋର୍ଟ ଆସିଲା ପରେ ବିସ୍ତୃତ ଭାବେ କୃଷି ବିଭାଗ ଅନୁଧ୍ୟାନ କରିବ। ଏହାପରେ ଚାଷିଙ୍କ କ୍ଷତିର ଭରଣା କରାଯିବ ବୋଲି ପ୍ରତିସ୍ମୃତି ଦେଇଛନ୍ତି କୃଷିମନ୍ତ୍ରୀ। ରିଲିଫ କୋର୍ଟ ଅନୁସାରେ ଚାଷୀଙ୍କୁ ସହଯୋଗ କରାଯିବ। କ୍ଷତିର ଆକଳନ କୃଷି ବିଭାଗ ତରଫରୁ ମଧ୍ୟ ଆରମ୍ଭ କରାଗଲାଣି ବୋଲି ଶ୍ରୀ ସାହୁ କହିଛନ୍ତି। ସବୁବେଳେ ଚାଷୀଙ୍କ ପାଇଁ ଚିନ୍ତା କରୁଥିବା କୃଷିମନ୍ତ୍ରୀ ,ଯେମିତି ଚାଷୀଭାଇଙ୍କର କିଛି ଅସୁବିଧା ନ ହୁଏ ସେଥିପାଇଁ ରାଜସ୍ୱ ଏବଂ ସମ୍ପୂକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଯେମିତି ଶୀଘ୍ର କ୍ଷତି ପୂରଣ ମିଳିପାରିବ ତାକୁ ଗୁରୁତ୍ୱ ଦେଇଛନ୍ତି। ଏପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳମାନଙ୍କୁ ମଗାଯାଇଛି। ରିପୋର୍ଟ ଦେଲା ପରେ ତର୍ଜମା କରାଯିବ। ଆଉ ଥରେ ବିସ୍ତୁତ ରିପୋର୍ଟ ଦେବା ପାଇଁ କୁହାଯିବ। କେଉଁଠି ଘର ଭାଙ୍ଗିଛି,କେଉଁଠି ଚାଷ ଜମି ନଷ୍ଟ ହୋଇଛି। ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ।
ବିଜୁଳି ଉପଭୋକ୍ତାଙ୍କୁ ବିଭାଗର କରୋନା ମାଡ ।
ଭୁଲ୍ କଲା ବିଭାଗ ତଣ୍ଡ ଗଣିବେ ଉପଭୋକ୍ତା ।
ବ୍ୟାସନଗର: ମହାମାରୀ କରୋନା ପାଇଁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବହୁ ଯୋଜନା ମାନ କଲେ । କିନ୍ତୁ ମଧ୍ୟବିତ୍ତ ବର୍ଗକୁ ଭୁଲିଗଲେ । ଏହି ସମୟରେ ବିଜୁଳି ବିଲ୍ ଛାଡ ପାଇଁ ଲୋକଙ୍କ ମଧ୍ୟରେ ବହୁ କଳ୍ପନାଜଳ୍ପନା ଚାଲିଥିଲା । ଇତିମଧ୍ୟରେ ବିଭାଗ ଦ୍ବାରା ନିୟୋଜିତ କର୍ମଚାରୀ,ବିଦ୍ଯୁତ ବିଲ୍ ଗତ ମାର୍ଚ୍ଚ ମାସରୁ କାଟୁ ନଥିଲେ । କିନ୍ତୁ ଆଜି ଉକ୍ତ କର୍ମଚାରୀ ଘର ଘର ବୁଲି ବିଦ୍ଯୁତ ବିଲ୍ କାଟୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ବିଲ୍ ରେ ବ୍ୟବହୃତ ମୂଲ୍ୟ ରାଶି ପରିବର୍ତ୍ତେ ୨୦ରୁ୧୦୦ଟଙ୍କା ପର୍ଯ୍ୟନ୍ତ ଅଧିକ ରାଶି ମୂଦ୍ରିତ ହେଉଛି । ଏହାର କାରଣ ବୁଝିବାରେ ସଂପୃକ୍ତ କର୍ମଚାରୀଙ୍କ କହିବା କଥା, ଗତ ଦୁଇମାସ ବିଲ୍ ବନ୍ଦ ଥିବାରୁ ଏହା ସେହି ଚାର୍ଜ ବାବଦର ଅର୍ଥ ।ଏହାକୁ ନେଇ ଉପଭୋକ୍ତାଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ବର୍ଗର ଲୋକେ କରୋନା ସମୟରେ ବିଜୁଳି ବିଲ୍ ଛାଡ ପାଇବା କଥା ଚିନ୍ତା କରୁଥିବା ବେଳେ ବିଭାଗର ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)
ରାଜ୍ୟରେ ଆଜି ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି..
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୫୧କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ।ଏହାସହ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି।ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ୭ରେ ପହଞ୍ଚିଛି।ଏ ନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପଂହଚିଛି । ଏହାସହ ଏପର୍ଯ୍ୟନ୍ତ ୭୫୩ ଚିକିତ୍ସିତ ହେଉଥିବାବେଳେ ସୁସ୍ଥ ହୋଇ ୩୪୩ଜଣ ଘରକୁ ଫେରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।














