ବାତ୍ୟା ସହାୟତା ପାଇଁ ଅଣ୍ଟା ଭିଡ଼ିଲେ କୃଷିମନ୍ତ୍ରୀ….

- Advertisement -

ଭୁବନେଶ୍ୱର: ବାତ୍ୟା ଅମ୍ପାନ ପଳେଇ ଯାଇଛି। ଓଡ଼ିଶାରେ ସେତେଟା ପ୍ରଭାବ ପକାଇ ନାହିଁ। ଏହା ରାଜ୍ୟର ୪ଟି ଜିଲ୍ଲାରେ ପ୍ରଭାବ ପକେଇଛି। ସେଇ ଜିଲ୍ଲାଗୁଡିକୁ କିପରି ସହାୟତା ଯୋଗାଇ ଦିଆଯିବ ସେଥିପାଇଁ ଅଣ୍ଟା ଭିଡିଛନ୍ତି ବିଭାଗୀୟ ମନ୍ତ୍ରୀମାନେ। ଚାଷୀମାନଙ୍କ ମନବଳକୁ ଦୃଢ଼ କରିବା ସହ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଅମ୍ପାନରେ କାହାର କେତେ କ୍ଷତି ହୋଇଛି ସେ ନେଇ ରିପୋର୍ଟ ମାଗିଛନ୍ତି ଏସଆରସି। ସେ ରିପୋର୍ଟ ଆସିଲା ପରେ ବିସ୍ତୃତ ଭାବେ କୃଷି ବିଭାଗ ଅନୁଧ୍ୟାନ କରିବ। ଏହାପରେ ଚାଷିଙ୍କ କ୍ଷତିର ଭରଣା କରାଯିବ ବୋଲି ପ୍ରତିସ୍ମୃତି ଦେଇଛନ୍ତି କୃଷିମନ୍ତ୍ରୀ। ରିଲିଫ କୋର୍ଟ ଅନୁସାରେ ଚାଷୀଙ୍କୁ ସହଯୋଗ କରାଯିବ। କ୍ଷତିର ଆକଳନ କୃଷି ବିଭାଗ ତରଫରୁ ମଧ୍ୟ ଆରମ୍ଭ କରାଗଲାଣି ବୋଲି ଶ୍ରୀ ସାହୁ କହିଛନ୍ତି। ସବୁବେଳେ ଚାଷୀଙ୍କ ପାଇଁ ଚିନ୍ତା କରୁଥିବା କୃଷିମନ୍ତ୍ରୀ ,ଯେମିତି ଚାଷୀଭାଇଙ୍କର କିଛି ଅସୁବିଧା ନ ହୁଏ ସେଥିପାଇଁ ରାଜସ୍ୱ ଏବଂ ସମ୍ପୂକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଯେମିତି ଶୀଘ୍ର କ୍ଷତି ପୂରଣ ମିଳିପାରିବ ତାକୁ ଗୁରୁତ୍ୱ ଦେଇଛନ୍ତି। ଏପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳମାନଙ୍କୁ ମଗାଯାଇଛି। ରିପୋର୍ଟ ଦେଲା ପରେ ତର୍ଜମା କରାଯିବ। ଆଉ ଥରେ ବିସ୍ତୁତ ରିପୋର୍ଟ ଦେବା ପାଇଁ କୁହାଯିବ। କେଉଁଠି ଘର ଭାଙ୍ଗିଛି,କେଉଁଠି ଚାଷ ଜମି ନଷ୍ଟ ହୋଇଛି। ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles