ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-

- Advertisement -

ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଏବେ ରାଜ୍ୟର ୨୪ ଜିଲ୍ଲା କରୋନା କବଳରେ। ରାଜ୍ୟରେ ଆଜି ନୂଆ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏବେ ରାଜ୍ୟରେ ମୋଟ ୧୧୦୩ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।ଏବଂ ୭ ଲୋକ ମୃତ୍ୟୁବରଣ କଲେଣି।ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ-
ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭ରେ ପହଞ୍ଚିଛି । ତାର ଠିକ୍ ତଳକୁ ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୭୯, ବାଲେଶ୍ୱର ଜିଲ୍ଲାରେ ୧୨୨, ଭଦ୍ରକ ଜିଲ୍ଲାରେ ୯୫, ଖୋର୍ଦ୍ଧା ଜିଲ୍ଲାରେ ୭୧, କେନ୍ଦ୍ରାପଡ଼ା ଜିଲ୍ଲାରେ ୪୦, ସୁନ୍ଦରଗଡ଼ ଜିଲ୍ଲାରେ ୨୭, ପୁରୀ ଜିଲ୍ଲାରେ ୪୫, ଅନୁଗୁଳ ଜିଲ୍ଲାରେ ୧୯, ମୟୂରଭଞ୍ଜ ଜିଲ୍ଲାରେ ୧୪ , କଳାହାଣ୍ଡି ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରେ ୮, କଟକ ଜିଲ୍ଲାରେ ୪୫, ବଲାଙ୍ଗୀର ଜିଲ୍ଲାରେ ୬, ନୟାଗଡ଼ ଜିଲ୍ଲାରେ ୨୧ ଜଣ, ଜଗତସିଂହପୁର ଜିଲ୍ଲାରେ ୩୦ ଜଣ, ବୌଦ୍ଧ ଜିଲ୍ଲାରେ ୩୩, ସମ୍ବଲପୁର ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୩, ମାଲକାନଗିରି ଜିଲ୍ଲାରେ ୩, ଦେବଗଡ଼, ଝାରସୁଗୁଡ଼ା ,ଢେଙ୍କାନାଳ ଜିଲ୍ଲାରେ ୨ ଓ କୋରାପୁଟ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles