ଟିକ୍ ଟକ ନିଶାରେ ଯୁବପିଢି…..

- Advertisement -

ଅନୁଗୁଳ : ଟିକ୍ ଟକ । ବହୁତ କମ ଦିନରେ ଏହି ଆପ ଭାରତରେ ବେଶ ଲୋକପ୍ରିୟ। ଏଥିପାଇଁ କମ୍ପାନୀ ମଧ୍ୟ ଭିଡିଓ କରୁଥିବା ଲୋକଙ୍କୁ ଟଙ୍କା ମଧ୍ୟ ଦେଉଛି। ଏଥିରେ କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କାରାଯାଏ।ଏହାର ଅବଧି ବି ବହୁତ କମ୍। ମାତ୍ର ୧୦-୧୫ ସେକେଣ୍ଡ ମଧ୍ୟରେହେଲେ ବି ଏହା ମନୋରଞ୍ଜନର ମାଧ୍ୟମ ସାଜିଛି | ଏବେ ଦେଶରେ ଛୁଆ ଠାରୁ ବୁଢା ଯାଏଁ ଏହାର ମାୟାଜାଲରେ। ରାତାରାତି ସେଲିବ୍ରିଟି ହେବାର ନିଶା ଏମାନଙ୍କୁ। ସେଥିରେ ଟିକେ ନାଚିଦେବା। ଆଉ ଆମକୁ ହାଜର ହଜାର ଲୋକ ଦେଖିବେ। ଲାଇକ କରିବେ। କମେଣ୍ଟ ଦେବେ। ଆଉ ଆମେ ଫେମସ୍ ହୋଇଯିବୁ। କିଏ ହିରୋ ହେବୁ ତ ଆଉ କିଏ ହିରୋଇନ। ବଜାରରେ ଆମର ଖାତିର ବଢିବ । ଏମିତି କେତେ କଣ ସ୍ୱପ୍ନ ଏହି ଟିକ୍ ଟକ କଳାକାରଙ୍କର। ଏ ହେଉଛି ତାଙ୍କର ବ୍ୟକ୍ତିଗତ ବ୍ୟାପାର ।ଏଥିରେ କିଛି କହିବାର ନାହିଁ।
ଯଦି କଥା ଏତିକିରେ ସୀମିତ ରୁହନ୍ତା ତାହାଲେ ଠିକ୍।ହେଲେ ନା !ଏବେ ଲୋକ ଟିକ୍ ଟକ ନିଶାରେ ପାଗଳ। ସେଲିବ୍ରିଟି ହେବାର ନିଶାଟା ତାଙ୍କୁ ଘାରିଛି ।କିଏ କିଏ ଭିଡିଓ ପାଇଁ ଜୀବନକୁ ବାଜି ଲଗେଇ ଦେଉଛନ୍ତି ତ ଆଉ କିଏ କିଏ ଝିଅ ଦେହକୁ ।ବାପା ମାଆଙ୍କ ଠାରୁ ଲୁଚିକି ହେଲେ ବି ଭିଡିଓ କରିବେ। ଏମିତିକି ଲୁଚିକି ପାଇଖାନାରେ ମଧ୍ୟ ଭିଡିଓ କରୁଛନ୍ତି।ନିଜର ବହୁମୂଲ୍ୟ ସମୟ ପାଠରେ ଦେବା ଛାଡି ଟିକ୍ ଟକରେ ଦେବେ। ହେଲେ ଏ ସବୁ କିଛି ଫରକ ପଡେନି ତାଙ୍କୁ। ବାସ୍ ମିଛ ଲୋକପ୍ରିୟତା ଦରକାର ।ଏଥିପାଇଁ ସବୁ କିଛି ମୂଲ ଦେବାକୁ ପ୍ରସ୍ତୁତ ଏହି
ଟିକ୍ ଟକ ପ୍ରେମୀ।ଏମିତି କି ବାପା ମାଙ୍କ ନାଁ ବି ତଳେ ପଡିଯାଉ। ବାସ୍ ତାଙ୍କର ତ ଲୋକପ୍ରିୟତା ଦରକାର।
ଏମିତି ଅନେକ ନଜର ଅଛି ।ଟିକ୍ ଟକ କରିବାକୁ ଯାଇ ଅନେକ ଲୋକଙ୍କର ଜୀଵନ ଯାଇଛି। କିଏ ଟ୍ରେନରୁ ଖସିପଡିଛି ତ ଆଉ କିଏ ପାହାଡ଼ ଉପରୁ ଡେଇଁଛି । କେବଳ ଲୋକ ତାଙ୍କୁ ଦେଖିବେ। ଆଉ ଭିଡିଓରେ କିଛି ନୂତନତ୍ୱ ଥିଲେ ଅଧିକ ଶେୟାର ହେବ। ଆଉ ବଡ଼ ଟିକ୍ ଟକ ୟୁଜର ହେବେ। ଲୋକ ତାଙ୍କ ସହ ରାସ୍ତା ଘାଟରେ ସେଲ୍ଫି ଉଠେଇବେ। ଏହି ନିକଟରେ ଜଣେ ଦଶମ ଶ୍ରେଣୀ ପିଲା ଟିକ୍ ଟକ କରିବାକୁ ଯାଇ ଜୀଵନ ହରେଇଛି। ବେକରେ ଦଉଡି ଦେଇ ମରିବାର ଅଭିନୟ କରୁଥିଲା। ହେଲେ ସତରେ ମରିଗଲା। ତା ପରିବାର ପାଇଁ ବହୁତ କଷ୍ଟ ଦାୟକ ଘଟଣା ଇଏ।
ଟିକ୍ ଟକର ନିଶାଟା ଝିଅ ପିଲାଙ୍କୁ ଟିକେ ଅଧିକା ଲାଗିଥିବାର ଦେଖିବାକୁ ମିଳୁଛି। ଯାହାକି ତାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି।ସେମାନେ କିଛିଟା ଲାଇକ ପାଇଁ ନିଜର ଶରୀର ମଧ୍ୟ ଦେଖାଇବାକୁ ପଛଉ ନାହାନ୍ତି। ଏମିତି କି ବଳତ୍କାରକୁ ପ୍ରମୋଟ କଲାପରିକା ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। ଆଖି ନଚାଇ ଠୁମକା ଲଗାଇ ଦର୍ଶକଙ୍କୁ ବାନ୍ଧି ରଖିବାରେ ଅନେକାଂଶରେ ସଫଳ ହୋଇଛନ୍ତି ଏହି ଯୁବ ପିଢ଼ି। ହେଲେ ବାସ୍ତବିକରେ ତାଙ୍କ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଛନ୍ତି ଏମାନେ।
ଟିକ୍ ଟକ ପ୍ଲାଟଫର୍ମରେ ମଧ୍ୟ ଅନେକ ସମୟରେ ଧର୍ମ ପ୍ରଚାର କରୁଥିବାର ନଜିର ଅଛି। ଲୋକଙ୍କୁ ଉତ୍ତେଜିତ କଲା ପରିକା ଭିଡିଓ କରୁଛନ୍ତି। ଫଳରେ ସମାଜରେ ଧାର୍ମିକ ଯୁଦ୍ଧ ହେବାର ସମ୍ଭାବନାକୁ ମଧ୍ୟ ଆଡେଇ ହେବନି। ଏହାସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଭିଡିଓ ଟିକ୍ ଟକରେ ଘୁରି ବୁଲୁଛି।
ମୁଖ୍ୟତଃ ଏହି ଆପକୁ ଯୁବ ବର୍ଗର ପୁଅ ଝିଅମାନେ ଅଧିକା ବ୍ୟବହାର କରୁଛନ୍ତି।ଏହି ଆପର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ସମସ୍ତଙ୍କର ଟ୍ୟାଲେଣ୍ଟକୁ ଲୋକଙ୍କ ସାମ୍ନାକୁ ଆଣିବା। ହେଲେ ଏବେ ଏହା ମୂଳ ଲକ୍ଷ୍ୟଠାରୁ ଲାଇନଚ୍ୟୁତ। କାରଣ ଟିକ୍ ଟକ ନିଶାରେ ଅନେକ ଲୋକ ନିଜର ପ୍ରାଣ ହରାଇଲେଣି।ଆଉ କେହି କେହି ଲୋକପ୍ରିୟତା ପାଇଁ ଅଶୀଲତାକୁ ଆପଣେଇ ନେଉଛନ୍ତି।ଏପରିକି ପାଠ ପଢିବା ସମୟରେ ଭିଡିଓ ତିଆରିରେ ଲାଗି ରହୁଛନ୍ତି। ଆଉ ନିଜ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି। ଏହାର ଯେ କେବଳ ଅପକାରିତା ଅଛି ତାହା ମଧ୍ୟ ନୁହଁ। କାରଣ ଅନେକଙ୍କର ଲୋକାୟିତ ପ୍ରତିଭା ଏବେ ସାମ୍ନାକୁ ଆସିଛି।ଯାହାକି ବହୁତ ଖୁସିର କଥା। ହେଲେ ସବୁ କରିବାର ଗୋଟେ ସୀମା ଥାଏ। ନିର୍ଦ୍ଦିଷ୍ଟ ସୀମାରେ ରହି ଟିକ୍ ଟକ କଲେ ଅନେକ ଧନ ଜୀଵନ ସୁରକ୍ଷିତ ରହିପାରିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles