ଆସନ୍ତା କାଲି ଆରମ୍ଭ ହେବ ମ୍ୟାଟ୍ରିକ ଖାତା ଦେଖା…

- Advertisement -

ଭୁବନେଶ୍ୱର : ଆସନ୍ତାକାଲି ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୦ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି।ଏହାସହ ଖାତା ଦେଖା କେନ୍ଦ୍ରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ।
ପୂର୍ବରୁ ମଧ୍ୟ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହୋଇଥିଲା। ହେଲେ କରନା ଯୋଗୁ ଲକ୍ ଡାଉନ ହେବାରୁ ଏହା ସ୍ଥଗିତ ରହିଥିଲା। ସେହିପରି ପୁଣିଥରେ ମେ ୨୦ରେ ଖାତା ଦେଖିବା ପାଇଁ ସ୍ଥିର କରାଯାଇଥିଲା। ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳରେ ବାତ୍ୟା ପ୍ରଭାବି ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ ଆସନ୍ତା କାଲି ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି। ୪୫ ଦିନ ଭିତରେ ଫଳାଫଳ ବାହାରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ହେବ। ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles