ନବୀନ ଦେଲେ ସଙ୍କେତ : କରୋନା ମୁକାବିଲାର ରଣନୀତି ବଦଳିବ

ଭୁବନେଶ୍ୱର () ଆରମ୍ଭ ହେଲା ବିମାନ ସେବା ଓ ରେଳ ସେବା । ଆସନ୍ତା ୧୫ ଦିନରୁ ମାସେ ଯାଏଁ ରାଜ୍ୟ ପାଇଁ ବଢିବ ଚ୍ୟାଲେଂଜ । କିଭଳି ବୃତ୍ତିଗତ ଭାବେ ବୈଜ୍ଞାନିକ ପଦ୍ଧତ୍ତିରେ କରୋନାର ମୁକାବିଲା କରାଯିବ । ସେନେଇ ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲାର ନୂଆ ରଣନୀତି ନେଇ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

କରୋନା ସଂକ୍ରମଣ ଓ ଦୁଇ ମାସର ଲକଡାଉନରୁ ମିଳିଛି ଅନେକ ଶିକ୍ଷା । ବୈଜ୍ଞାନିକ, ସମାଜିକ ତଥା ପ୍ରଶାସନିକ ସ୍ତରରେ ମିଳିଛି ଅନେକ ଉପଲବ୍ଧି । ଏହାକୁ ଭିତ୍ତିକ କରି ଭବିଷ୍ୟତ ପାଇଁ ତିଆରି ହେଲା ନୂଆ ରଣକୌଶଳ । ଯାହାଦ୍ୱାରା ସଂକ୍ରମଣ ନିୟନ୍ତ୍ରଣ ସହ ଜୀବନଜୀବିକା ଓ ଅର୍ଥନୈତିକ କାର୍ଯ୍ୟକ୍ରମ ସ୍ୱାଭାବିକ ହେବ । କରୋନା ମୁକାବିଲାରେ ମିଳିଥିବା ଅନୁଭୁତି ଅନୁଯାୟୀ ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ ମିଳିବ ସଫଳତା । ଅନୁଭୂତି କହୁଛି ବୟସ୍କ ଲୋକ ଏବଂ ଗୁରୁତ୍ତର ରୋଗରେ ପୀଡିତ ଲୋକଙ୍କ ଅଧିକ ଯତ୍ନର ଆବଶ୍ୟକତା ରହିଛି । ତେଣୁ ଏହି ଆସନ୍ତା ୧୫ ଦିନ ବ୍ୟାପୀ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଏକ ଲମ୍ବା ଯୁଦ୍ଧ । ବତ୍ର୍ତମାନ ଯାଏଁ ମିଳିଥିବା ସଫଳତା ଆଧାରରେ ମୁକାବିଲା କୌଶଳର ପୁନଃନିର୍ଦ୍ଦାରଣ କରାଯିବ । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଆରମ୍ଭ ହୋଇଛି ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ । ଏହା ଭବିଷ୍ୟତ ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବାରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ସାମାଜିକ ଦୂରତା, ସାମାଜିକ ବାସନ୍ଦ ନୁହେଁ । ତେଣୁ ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବତ୍ର୍ତମାନ ପରିସ୍ଥିତିର ଆବଶ୍ୟକତା । ଏହା ହିଁ ଚଳିତ ସପ୍ତାହର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିମାନ ଓ ରେଳସେବା ଆରମ୍ଭ ହେବା ଦ୍ୱାରା ଆଗାମୀ ଏକ ମାସ ରାଜ୍ୟ ପାଇଁ ଅଧିକ ଆହ୍ୱାନମୂଳକ ହେବ । ତେଣୁ ମାନବିକତାକୁ ଆଗରେ ରଖି ବୃତ୍ତିଗତ ଦକ୍ଷତାର ସହ ପରିସ୍ଥିତିର ମୁକାବିଲା କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।
ବିଭିନ୍ନ ଜୋନ ନିର୍ଣ୍ଣୟ କେ୍ଷତ୍ରରେ ପଂଚାୟତକୁ ୟୁନିକ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ । ଓଡିଶାରେ କ୍ୱାରେଣ୍ଟାଇନ ପାଇଁ ଯେତିକି ସୁବିଧା ରହିଛି ତାର ମାତ୍ର ୩୦ ପ୍ରତିଶତ ବ୍ୟବହୃତ ହୋଇଛି । ତେଣୁ ଅଧିକ ପ୍ରବାସୀଙ୍କ ଆସିବାରେ କୌଣସି ଅସୁବିଧା ନାହିଁ । ମନରେଗାରେ ୧୦ ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରାଯିବ ବୋଲି ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି । କୋଭିଡରେ ଓଡିଶାର ସୁସ୍ଥତା ହାର ୪୨.୭୮ ପ୍ରତିଶତ ଥିବା ବେଳେ ମୃତ୍ୟୁହାର ମାତ୍ର ୦.୪୬ ପ୍ରତିଶତ ।
କରୋନା ନିୟମନ୍ତ୍ରଣ ପାଇଁ ଆଗ ଧାଡିରେ ରହି କାମ କରୁଥିବା ବ୍ୟକ୍ତି ଏବଂ ବିପଦଶଙ୍କୁଳ ଜନସାଧାରଣଙ୍କର ସଠିକ ସମୟରେ ପରୀକ୍ଷା କରାଯିବା ଆବଶ୍ୟକ । ଦେଶରେ କରୋନା ପରୀକ୍ଷଣରେ ଓଡିଶା ଏକ ଆଗୁଆ ରାଜ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟର ପ୍ରତେ୍ୟକ ଅଂଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁବିଧା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଛନ୍ତି । ICMR ସୁପାରିଶ ଆଧାରରେ ରାଜ୍ୟରେ ବାଧ୍ୟତାମୂଳକ ସଂଙ୍ଗରୋଧ ବ୍ୟବସ୍ଥା କରାଯାଇଛି । ଆନୁଷ୍ଠାନିକ ସଙ୍ଗରୋଧକୁ ଆବଶ୍ୟକତା ଭିତ୍ତିରେ ବୃଦ୍ଧି କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି ।
ରାଜ୍ୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ବେଶ ଭଲ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେଗୁଡିକର ଭୂମିକାକୁ ପ୍ରଶଂସା କରିଥିଲେ । ୯୫ ପ୍ରତିଶତ କରୋନା ପଜିଟିଭ କେବଳ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହେବା ଆମ ବ୍ୟବସ୍ଥାର ଦୃଢତା ସହ ସରପଂଚ, ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ନିଷ୍ଠା ଯୋଗୁଁ ସମ୍ଭବ ହୋଇଛି । ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟରେ ଜଣେ ହେଲେ ଅନ୍ୟ ରାଜ୍ୟର ପ୍ରବାସୀ ଚାଲିଚାଲି ଯିବେ ନାହିଁ । ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛି ରାଜ୍ୟ ପୋଲିସ । ବର୍ତ୍ତମାନ ସୁଦ୍ଧା ୧୪ ହଜାର ୬୬୯ ଜଣ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ସୁରକ୍ଷିତ ଭାବେ ପଠାଯାଇଥିବାରୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
କରୋନା ସଂକ୍ରମଣ ଭୟକୁ ଖାତିର ନକରି ସରକାରୀ କର୍ମଚାରୀ ଓ ରାଜ୍ୟବାସୀ ଦୃଢତାର ସହ ଲଢେଇ କରିଛନ୍ତି । ଏହାଦ୍ୱାରା ହିଁ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି । ବାତ୍ୟାର ୨୪ ଘଣ୍ଟା ପରେ କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର ହୋଇଥିଲା ବେଳେ ୪୮ ଘଣ୍ଟାରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି ।

ଓଟିଡିସିର ନୂଆ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ…’

ଭୁବନେଶ୍ୱର: କରୋନାଜନିତ ଲକଡାଉନ୍ ଅବଧି ମଧ୍ୟରେ କର୍ମଜୀବୀ ମହିଳାଙ୍କଠୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ନିଜ ପରିଜନଙ୍କୁ ଖୁଆଇବା ସହ ତାକୁ ସୋଶିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି। ଏଭଳି ରୋଷେଇ ମାଧ୍ୟମରେ ମହିଳାମାନେ ନିଜର ଲୁକାୟିତ ପ୍ରତିଭାକୁ ଉପସ୍ଥାପିତ କରୁଥିବାବେଳେ ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏକ ନୂଆ ପ୍ରତିଯୋଗିତା “ଆମ ଘର ଆମ ହାଣ୍ଡିଶାଳ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ନୂଆ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଆଜି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମାନ୍ୟବର ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ଆର.ଯାଦବ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମାନ୍ୟବର ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଓଟିଡିସି ପକ୍ଷରୁ ଠିକ୍ ସମୟରେ ଏକ ଭଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହିଳାମାନେ ନିୟମିତ ଭାବେ ନିଜ ଘରେ ରୋଷେଇ କରୁଛନ୍ତି କିନ୍ତୁ ପ୍ରତିଯୋଗୀ ଭାବେ ରୋଷେଇ କରିବା ଆଉ ତା’ପୁଣି ପାରମ୍ପରିକ ଓଡ଼ିଆ ଖାଦ୍ୟ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହେବ। ଏହା ଆମର ଓଡ଼ିଆ ଖାଦ୍ୟ ସମ୍ଭାରର ପ୍ରଚାରପ୍ରସାରରେ ଅଧିକ ସହାୟକ ହୋଇପାରିବ ବୋଲି ଆଶା କରୁଛି।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ନିଗମ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ମୁଖ୍ୟତଃ ପାରମ୍ପରିକ ଓଡ଼ିଆ ଖାଦ୍ୟ ସମ୍ଭାରକୁ ବିଶ୍ୱ ଦରବାରରେ ପହଂଚାଇବା ଓ ମହିଳାମାନଙ୍କୁ ସେମାନଙ୍କର ରୋଷେଇ ଦକ୍ଷତାକୁ ପ୍ରତିପାଦନ ନିମନ୍ତେ ଏକ ପ୍ଲାଟଫର୍ମ ଦେବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏଭଳି ଏକ ପ୍ରତିଯୋଗିିତା ଆୟୋଜନ କରିଛି। ସୁସ୍ଥ ଓ ନିରୋଗ ରହିବା ପାଇଁ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ଖାଦ୍ୟସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଯେକେହି ଭାଗ ନେଇ ପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ ବୋଲି ସେ କହିଛନ୍ତି।
ସେହିପରି ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଛନ୍ତି ଯେ, ଓଟିଡିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ନିଶ୍ଚିତ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବ। ଓଡ଼ିଶା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଟିଡିସି ଦ୍ୱାରା ହେଉଥିବା ଏଭଳି ନୂଆ ନୂଆ କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ।
ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯାଦବ କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ଆୟୋଜିତ ହେଉଥିବା ଏହି ରୋଷେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ନିଜର ନାମ, ଠିକଣା, ଇ-ମେଲ୍ ଆଇଡି, ଫୋନ୍ ନମ୍ବର ଓ ନିଜର ଏକ ଫଟୋ ସହ ପ୍ରସ୍ତୁତ କରୁଥିବା ଖାଦ୍ୟ (ରେସିପି)ର ନାଁ , ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓକୁ ଆମର ହ୍ୱାଟସଅପ୍ ନମ୍ବର- ୮୨୬୦୬୩୮୩୩୧,୮୨୬୦୬୪୧୬୧୧ କିମ୍ବା ଇ-ମେଲ୍ ଆଇଡି [email protected] କୁ ପଠାଇବାକୁ ପଡ଼ିବ। ଏଥିପାଇଁ ରେଜିଷ୍ଟେସନ କରିବାର ଶେଷ ତାରିଖ ଜୁନ୍ ୨୭ତାରିଖ ରହିଛି। ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି। ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପ୍ରତିଯୋଗୀଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ। ସମସ୍ତ ପ୍ରତିଯୋଗୀଙ୍କ ଖାଦ୍ୟ ପ୍ରସ୍ତୁତିବେଳର ଭିଡିଓ ଓ ରେସିପି ମଧ୍ୟରୁ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କୁ ଆମର ବିଚାରକ ମଣ୍ଡଳୀ ଚୟନ କରିବେ ଏବଂ ସେମାନଙ୍କର ମତାମତ ହିଁ ଚୂଡ଼ାନ୍ତ ହେବ। ଏହି ସମସ୍ତ ପ୍ରତିଯୋଗୀଙ୍କୁ ‘ ଫ୍ରିଡମ୍ ଅଏଲ’ ଓ ‘ରୁଚି କମ୍ପାନୀ’ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ସେହି ସମସ୍ତ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କ ରେସିପି ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲରେ ପ୍ରସାରଣ କରାଯିବ। ଶ୍ରେଷ୍ଠ-୩ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।

ସୋନପୁରକୁ ଡେଇଁଲା କରୋନା :ଆଜି ନୂଆ ୭୯ ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ୨୯ ନମ୍ବର ଜିଲ୍ଲାଭାବେ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ଆଉ ନୂଆ ୭୯ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଗଞ୍ଜାମ – ୫,ଯାଜପୁର – ୨,ବାଲେଶ୍ବର – ୪, ପୁରୀ – ୪,ଖୋର୍ଦ୍ଧା – ୪ ,
କଟକ – ୧୬, କେନ୍ଦ୍ରାପଡ଼ା – ୬ ,ନୟାଗଡ଼-୩, ବଲାଙ୍ଗୀର – ୧୪, ଅନୁଗୁଳ- ୧ ,କେନ୍ଦୁଝର – ୮, କନ୍ଧମାଳ – ୭, ଢେଙ୍କାନାଳ-୩,ଝାରସୁଗୁଡ଼ା-୧,ସୋନପୁର – ଜଣେ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରୁ ୭୧ ଓ ୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପଂହଚିଛି । ଏହାସହ୮୬୧ ଜଣ ଚିକିତ୍ସାଧୀନ, ୬୪୯ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

ରାଜ୍ୟରେ ଆଉ ୮୪କରୋନା ଆକ୍ରାନ୍ତ ସୁସ୍ଥ…

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ କରୋନା ପଜିଟିଭ ।ସେମାନେ
ଗଞ୍ଜାମ-୨୪,ଯାଜପୁର-୧୮,ବାଲେଶ୍ବର-୧୧,କଟକର-୭,ଭଦ୍ରକର-୬,କେନ୍ଦ୍ରାପଡ଼ା-୫,ଖୋର୍ଦ୍ଧା-୪,ପୁରୀ-୪,ସୁନ୍ଦରଗଡ଼-୧,ନୟାଗଡ଼-୨,ମୟୂରଭଞ୍ଜ-୨ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୭୩୩ରେ ପହଁଚିଲା। ଏହାସହ ୧,୫୧୭ ପଜିଟିଭ୍‌ଙ୍କ ଭିତରୁ ୭ ମୃତ, ୭୭୭ ଚିକିତ୍ସିତ ହେଉଛନ୍ତି।

ନବୀନ ଦେଶର ୧୦ମ ପ୍ରଭାବଶାଳୀ ବ୍ୟକ୍ତି : ଫେମ୍ ଇଣ୍ଡିଆ’ ମାଗାଜିନ କଲା ପ୍ରକାଶ

ନୂଆଦିଲ୍ଲୀ : ଆଜି ଫେମ୍ ଇଣ୍ଡିଆ’ ମାଗାଜିନ ପକ୍ଷରୁ ପ୍ରକାଶ ପାଇଲା ୨୦୨୦ “୫୦ ପ୍ରଭାବଶାଳୀ ଭାରତୀୟ ‘। ସେଥିରେ ଦେଶର ଶେଷ୍ଠ ୫୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଘୋଷଣା କାରାଯାଇଛି।ଓଡିଶା ପାଇଁ ଖୁସିର କଥା ହେଲା କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଯାହାକି ତାଙ୍କ ଶ୍ରେଷ୍ଠତ୍ଵର ଆଉ ଏକ ପ୍ରମାଣ। ଏହି ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି।ସେହିପରି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ୨୧ ତମ ସ୍ଥାନରେ ଅଛନ୍ତି।
ଏହି ତାଲିକାରେ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (୯୯.୬%) ଅଛନ୍ତି|ସେହିପରି ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ (୯୭%) | ପ୍ରଥମ ବର୍ଷରେ ଅନେକ କଡା ପଦକ୍ଷେପ ଗ୍ରହଣ କରି ତୃତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ୍ ଶାହା (୯୬.୫%) ଅଛନ୍ତି | ୪ର୍ଥ ସ୍ଥାନରେ ଶିଳ୍ପପତି ରତନ ଟାଟା (୯୫.୨%), ୫ମ ସ୍ଥାନରେ ମୁକେଶ ଅମ୍ବାନୀ (୯୫%) ଅଛନ୍ତି ।ଏହାସହ ଷଷ୍ଠ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ୭ମ ସ୍ଥାନରେ ଧର୍ମଗୁରୁ ରବିଶଙ୍କର, ୮ମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ୯ମ ସ୍ଥାନରେ ଭାରତର ଜେମ୍ସବଣ୍ଡ ତଥା ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଅଜିତ୍ ଡ଼ୋଭାଲ ଓ ୧୦ମ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି। ଏକାଦଶତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ.ମିଶ୍ର ।ସେହିପରି ଏହି ତାଲିକାରେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା ୧୭ତମ, ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ୧୮ତମ, ପତଞ୍ଜଳି ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ୨୦ତମ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ୨୧ତମ ପ୍ରଭାବଶାଳୀ ଭାରତୀୟ ଭାବରେ ସ୍ଥାନ ପାଇଛନ୍ତି ।

+୩ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ ନାହିଁ…..

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା +୩ ମହାବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ +୩ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ ନାହିଁ । ସେହିପରି ସ୍ନାତକୋତର ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବନାହିାଁ ବିଶ୍ୱବିଦ୍ୟାଳୟ ଗୁଡିକ ଦ୍ୱାରା ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପରବର୍ତି ସେମିଷ୍ଟାରକୁ ଉତିର୍ଣ୍ଣ କରାଯିବା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହିତ ଭିଡିଓ କନ୍‌ଫେରେନ୍ସି ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କହିଛନ୍ତି ।

ତେବେ ମେ ୬ ତାରିଖରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ +୩ର ୬ଷ୍ଠ ସେମିଷ୍ଟାର ଫାଇନାଲ୍ ପରୀକ୍ଷା ଏବଂ ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବ । ପୁର୍ବ ନିଷ୍ପତି ଅନୁଯାୟୀ +୩ର ୬ଷ୍ଠ ସେମିଷ୍ଟାର ଫାଇନାଲ ପରୀକ୍ଷା ଜୁନ୍ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍‌) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ କରାଯିବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବା

ଆଜି ଲୋକସେବା ଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ-୧୯ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀମାନଙ୍କ ନାମଲେଖା ଓ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ବୈଠକରେ ନିଷ୍ପତି ଅନୁଯାୟୀ ପ୍ରଥମଥର ପାଇଁ +୩ ଏବଂ ପି.ଜି. ପାଠ୍ୟସୂଚୀର ୨୫ ପ୍ରତିଶତ ପାଠ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱୟଂ-ଅଧ୍ୟୟନ (ଏଙ୍କସୟରୟ ଝରକ୍ଷଲ ଝଗ୍ଧଙ୍କୟଚ୍ଚ) ମାଧ୍ୟମରେ କରାଯିବ । ଅନଲାଇନ୍‌, ଅଫଲାଇନ୍ ଏବଂ ପାଠ୍ୟ ପୁସ୍ତକ ମାଧ୍ୟମରେ ଉନ୍ନତ ଷ୍ଟଡି ମାଟେରିଆଲ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀମାନେ ଏଗୁଡିକନିଜେ ପଢିବେଏବଂ ଟ୍ୟୁଟୋରିଆଲ୍ କ୍ଲାସ୍‌ରେ ଅଧ୍ୟାପକମାନଙ୍କ ଠାରୁ ସେମାନଙ୍କର ବୁଝିନପାରୁଥିବା ପାଠ୍ୟ ସଂପର୍କର୍ରେ ପଚାରି ବୁଝିପାରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସା ବଢିବା ସହିତ ସମାଲୋଚନାତ୍ମକ ଚିନ୍ତାଶକ୍ତି, ଅନୁଶୀଳନ ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ । ଏହାଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି ।

ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେଶର ଅଶୋକ ଦାସ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଲୋକସେବା ଭବନଠାରେ ଉପସ୍ଥିତ ଥିବାବେଳେ ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନେ ଭିଡିଓ କନ୍‌ଫେର୍‌ନ୍ସି ମାଧ୍ୟମରେ ଯୋଗ ଦେଇଥିଲେ ।

ମହାରାଷ୍ଟ୍ରରେ ମହାମାରୀକୁ ନେଇ ରାଜନୈତିକ ମହାଡ୍ରାମା…

ମୁମ୍ବାଇ : ଦେଶ ଏବେ କରୋନା ମହାମାରୀ ପାଇଁ ଜଟିଳ ସ୍ଥିତି ଦେଇ ଗତି କରୁଛି।ମହାରାଷ୍ଟ୍ର ହେଉଛି କରୋନାରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ। ହେଲେ ସେଠାରେ ଏବେ କରୋନାକୁ ନେଇ ଦେଖା ଦେଇଛି ରାଜନୈତିକ ଯୁଦ୍ଧ।ଉଭୟ ବିରୋଧୀ ଓ ଶାସକ ଦଳ ପରସ୍ପରକୁ କାଦୁଅ ଫିଙ୍ଗା ଆରମ୍ଭ କରିଦେଇଛନ୍ତି। ଏମିତି କି ରାଜ୍ୟରେ ରାଷ୍ଟ୍ରପତି ସାଶନ ଲାଗୁ କରାଯାଉ ବୋଲି କହିଛନ୍ତି ବରିଷ୍ଠ ନେତା ନାରାୟଣ ରାଣେ କହିଛନ୍ତି।
ଗତକାଲି ମଧ୍ୟ ରାତ୍ରିରେ ବରିଷ୍ଠ ନେତା ଶରତ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧାବ ଠାକରେଙ୍କୁ ଭେଟିଥିଲେ। ଏହାର ଠିକ୍ ଗୋଟେ ଦିନ ପୂର୍ବରୁ ଶରତ ପାୱାର ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ ।ଏହା ପରେ ରାଜ୍ୟରେ ସବୁ କିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।କିନ୍ତୁ ସେଠି କଣ ଆଲୋଚନା କରାଯାଇଥିଲା ତାହା ଜଣାପଡିନାହିଁ। ଏପଟେ ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ।ରାଜ୍ୟରେ ରାଷ୍ଟ୍ରପତି ସାଶନ ଲାଗୁ କରାଯାଉ ବୋଲି କହିଛନ୍ତି ବରିଷ୍ଠ ନେତା ନାରାୟଣ ରାଣେ କହିଛନ୍ତି। ଅନ୍ୟପଟେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ ଆଜି ଅପରାହ୍ନ ୪ଟା ରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏକ ଭିଡିଓ ଜାରିକରି କହିଛନ୍ତି ଉଦ୍ଧବ ସରକାର କରୋନା ମୁକାବିଲାରେ ସମ୍ପୂର୍ଣ୍ଣ ବିଫଳ।ଦେଶର ୩୦% ଆକ୍ରାନ୍ତ କେବଳ ମହାରାଷ୍ଟ୍ରର ହୋଇଥିବା ବେଳେ ୪୦% ହେଉଛି ମୃତ୍ୟୁହାର ।ଯାହାକି ଦେଶ ପାଇଁ ଚିନ୍ତାର ବିଷୟ। ଏ ସବୁ ଅଭିଯୋଗର କଡା ଜବାବ ଦେଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ।ସେ କହିଛନ୍ତି ସରକାର ମଜଭୁତ ଅଛି। ଶରତ ପାୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ କିଛି ଅସୁବିଧା ନାହିଁ।ବିରୋଧୀ କେବଳ ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି। ସେମାନେ ଷଡ଼ଯନ୍ତ୍ରରୁ ଦୂରରେ ରୁହନ୍ତୁ ବୋଲି କଡା ଚେତାବନୀ ଦେଇଛନ୍ତି ସଞ୍ଜୟ।ଏବେ ଦେଖିବା ବାକି ରହିଲା ଦେବେନ୍ଦ୍ର ଫର୍ଣ୍ଣାଭିସ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କଣ କହୁଛନ୍ତି। କରୋନାକୁ ନେଇ ଏବେ ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଦେଖାଦେଇଛି।

ସୋନପୁରକୁ ଡେଇଁଲା କରୋନା :ଆଜି ନୂଆ ୭୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ୨୯ ନମ୍ବର ଜିଲ୍ଲାଭାବେ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ଆଉ ନୂଆ ୭୯ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଗଞ୍ଜାମ – ୫,ଯାଜପୁର – ୨,ବାଲେଶ୍ବର – ୪, ପୁରୀ – ୪,ଖୋର୍ଦ୍ଧା – ୪ ,
କଟକ – ୧୬, କେନ୍ଦ୍ରାପଡ଼ା – ୬ ,ନୟାଗଡ଼-୩, ବଲାଙ୍ଗୀର – ୧୪, ଅନୁଗୁଳ- ୧ ,କେନ୍ଦୁଝର – ୮, କନ୍ଧମାଳ – ୭, ଢେଙ୍କାନାଳ-୩,ଝାରସୁଗୁଡ଼ା-୧,ସୋନପୁର – ଜଣେ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରୁ ୭୧ ଓ ୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପଂହଚିଛି । ଏହାସହ୮୬୧ ଜଣ ଚିକିତ୍ସାଧୀନ, ୬୪୯ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

ରଖେ ହରି ତ ମାରେ କିଏ….

ଯାଜପୁର : କଥାରେ ଅଛି ରଖେ ,ହରି ତ ମାରେ କିଏ? ଯମ ନ ଚାହିଁଲେ କାହାରି ମୃତ୍ୟୁ ହୋଇନଥାଏ। ମରଣ ପାଖରେ ଥାଇ ବି ଦୁରେଇ ଯାଏ। ଏମିତି ଏକ ଘଟଣା ଘଟିଛି କୋରେଇ ଅଞ୍ଚଳରେ। ଘଟଣାଟି ଶୁଣିଲେ ଆପଣ ବିଶ୍ୱାସ କରି ପାରିବେନି।କିନ୍ତୁ ସତ। ଜଣେ ୫ ବର୍ଷର ଟ୍ରାନ୍ସଫର୍ମର ଉପରକୁ ଚଢିଯାଇଥିଲା।ଯାଜପୁର ଜିଲ୍ଲା କୋରେଇ ଥାନା ୨୦ ନମ୍ବର ଜାତୀୟ ରାଜପଥ କଡ ରଗଡି ସରକାରୀ ପଲିଟେକନିକ ପାଖରେ ସୋମବାର ଅପରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଥିଲା ।
ଏହି ୫ ବର୍ଷର ଶିଶୁଟି ଖେଳୁଥିବା ସମୟରେ ରାଜପଥରେ ଯାଇଥିବା ଗାଡିକୁ ଦେଖିବା ପାଇଁ ପାଖରେ ଥିବା ଏକ ଟ୍ରାନ୍ସଫର୍ମର ଖୁଣ୍ଟ ଉପରେ ଚଢିଯାଇଥିଲା । ପରେ ଶିଶୁଟିର ସାନ ଭଉଣି ମଧ୍ୟ ଖୁଣ୍ଟରେ ଚଢିବା ପାଇଁ ପ୍ରୟାସ କରୁଥିବା ସମୟରେ କିଛି ସ୍ଥାନୀୟ ଲୋକଙ୍କ ନଜର ପଡିଥିଲା। ତାପରେ ଟ୍ରାନ୍ସଫର୍ମର ଉପରେ ଥିବା ଶିଶୁ ଉପରେ ଲୋକଙ୍କ ନଜର ପଡିଥିଲା। ଶିଶୁ କୁ ଦେଖିଲା ପରେ କିଛି ସମୟ ପାଇଁ ସଭିଏଁ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ। ଭାଗ୍ୟ ବଡ଼ ବଳବାନ। ଠିକ୍ ଏହି ସମୟରେ ସେଠାରେ କରେଣ୍ଟ ନଥିଲା । ତଳେ ଛିଡା ହୋଇଥିବା ଲୋକମାନେ ତାକୁ ବାରମ୍ବାର ଡାକିବାରୁ ଛୁଆଟି ଆପେ ଆପେ ତଳକୁ ଖସି ଆସିଥିଲା।

୨୪ ଘଣ୍ଟାରେ ୬୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ..

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୧୪୫,୩୮୦ ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୪୧୬୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୬୦,୪୯୦ ଲୋକ ସୁସ୍ଥ ହେଲେଣି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ୬୫୩୫ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୪୬ ଜଣ ପ୍ରାଣ ହରାଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news