ଆସନ୍ତା କାଲିଠାରୁ ରାଜଧାନୀରେ ଗଡିବ ସିଟି ବସ୍

- Advertisement -

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ମୋ ବସ୍ ଚାଲିବ । ଏହି ଦୁଇ ସହରର ୭ଟି ରୁଟ୍‌ରେ ମୋ ବସ୍ ଚାଲିବ। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ।
ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ ବସ୍ ଚାଲିବ। ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱରରେ ବସ୍ ଚାଲିବ। ମାଷ୍ଟରକ୍ୟାଂଟିନ ଓ ଏମ୍ସ ମଧ୍ୟରେ ବି ବସ୍ ଚଳାଚଳ କରିବ । ବସରେ ଯାତ୍ରା କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧି ନଥିବା ଯାତ୍ରୀମାନେ ବସ୍‌ରେ ଯାଇପାରିବେ ନାହିଁ । ବସ୍ ରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବସ୍ ଚଳାଚଳ କରିବ ବୋଲି ନିଷ୍ପତି ହୋଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles