ସରକାରୀ ଚାକିରୀଆ ନେଇଛନ୍ତି କାଳିଆ ଟଙ୍କା….

- Advertisement -

ଭୁବନେଶ୍ୱର : ରାଜ୍ୟରେ ମୋଟ 51ଲକ୍ଷ 5 ହଜାର 290 ଜଣ କାଳିଆ ଟଙ୍କା ପାଇଛନ୍ତି l କାଳିଆରେ 3 ଲକ୍ଷ 41 ହଜାର ଆଯୋଗ୍ୟ ହିତାଧିକାରୀ ଅଛନ୍ତି ।ଏହି ତାଲିକାରେ 12 ହଜାର ବଡ଼ ଚାଷୀ କାଳିଆ ସହାୟତା ପାଇଛନ୍ତି। ସେମାନେ ଙ୍କୁ ତାଙ୍କ ଟଙ୍କା ଫେରାଇବାକୁ କୁହାଯାଇଛି। 9 ହଜାର ନାବାଳିକା ନାବାଳକ ସହାୟତା ପାଇଛନ୍ତି ।
ଏହାଛଡା 20 ହଜାର ସରକାରୀ ଚାକିରିଆ ବା ପେନସନ ଭୋଗୀ କାଳିଆ ସହାୟତା ପାଇଁ ଛନ୍ତି। ସେମାନଙ୍କୁ ଟଙ୍କା ଫେରସ୍ତ ପାଇଁ କୁହାଯିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି l ଯଦି ଟଙ୍କା ଫେରସ୍ତ ନକରନ୍ତି ଆଇନ ଅନୁସାରେ ଦଣ୍ଡିତ କରାଯିବ l ନଚେତ ତାଙ୍କ ଦରମା କିମ୍ବା ପେନସନ ରୁ ଭରଣା କରାଯିବ। 3ଲକ୍ଷ ହିତାଧିକାରୀ ଗୋଟିଏ ପରିବାରକୁ ଏକାଧିକ ପାଇଛନ୍ତି।ପରବର୍ତ୍ତୀ କ୍ଷେତ୍ରରେ ଅନ୍ୟମାନେ ପାଇଥିବା ରାଷ୍ଗି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ। କାଳିଆ ଯୋଜନାକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles