ଭୁବନେଶ୍ୱର : ଯାହାର କେହି ନାହିଁ, ତାହାର ସିଏ ଅଛି…ଯେଉଁଠି କିଛି ପାଇବାର ସବୁ ସମ୍ଭାବନା ମଉଳି ଯାଏ, ସେଠି ସେ ହାତ ଛୁଇଁବା ମାତ୍ରେ ସ୍ୱପ୍ନ କଅଁଳିବା ଆ ରମ୍ଭ କରେ…କାହାରିଙ୍କୁ ନିରାଶ କରିବାର କେହି କେବେ ଦେଖି ନଥିବେ… ନିଜ ପାଖରେ କିଛି ନଥିଲା ବେଳେ ବି ଅନ୍ୟକୁ ଦେବାରେ କାର୍ପଣ୍ୟ କରିନାହାନ୍ତି। ସେ ଅନେକଙ୍କୁ ଭଲ ପାଆ ନ୍ତି, କିନ୍ତୁ ନିଜର ବୋଲି କେହି ଦାବି କରିବାକୁ କାହାକୁ ଅଧିକାର ଦେଇନାହାନ୍ତି। ଅନେକଙ୍କ ହୃଦୟରେ ସେ, ଅଥଚ ତାଙ୍କ ହୃଦୟରେ କେହି ନାହାନ୍ତି। ତାଙ୍କ ଭିତରେ ଥିବା ମଣି ଯେମିତି ସମସ୍ତଙ୍କ ଆ ଖିକୁ ଝଲସାଇଦିଏ, ତାଙ୍କ ଭିତରେ ଥିବା ଫାଙ୍କ ବି ସମସ୍ତଙ୍କ ଆ ଖିକୁ ଜଳଜଳ ହୋଇ ଦିଶେ…। ଜୀବନ ପ୍ରତି କୌଣସି ଅଭିଯୋଗ ନାହିଁ, ନାହିଁ ବି ଅବସୋସ । କାହାଠୁ କିଛି ପାଇବାର ଆ ଶା ନାହିଁ, ହରାଇବାର ଦୁଃଖ ବି ନାହିଁ। ପ୍ରାପ୍ତି ଅପ୍ରାପ୍ତିର ଉର୍ଦ୍ଧରେ ସେ…। ସମ୍ପୂର୍ଣ୍ଣ ଭାବେ ନିର୍ବିକାର, ନିରାସକ୍ତ… । କହିବାକୁ ଗଲେ ସେ ହେଉଛନ୍ତି ଯଥାର୍ଥରେ ମିଡିଆ ଜଗତର କାଉଲ । ହୁଏତ ସେ ନିଜେ ବାରିଷ୍ଟର ଗୋବିନ୍ଦ ଦାସଙ୍କ ‘ଅମାବାସ୍ୟାର ଚନ୍ଦ୍ର’ ପଢ଼ି ନଥିବେ କିମ୍ବା ବହୁଚର୍ଚ୍ଚିତ କାଉଲ ଚରିତ୍ରଟିକୁ ଜାଣି ନଥିବେ ! କିନ୍ତୁ ତାଙ୍କ ଅଜାଣତରେ ସେ ଅନେକଙ୍କ ଆଖିରେ ଏଇ ଚରିତ୍ରରେ ଉଭା ହୋଇଥିବା ତାଙ୍କୁ ଜାଣିଥିବା ପ୍ରାୟ ସମସ୍ତେ କହନ୍ତି।
ଭବାନୀ ମଲ୍ଲିକ । ଇଲୋକେ୍ଟ୍ରାନିକ୍‌ ଚ୍ୟାନେଲର ଖୁବ୍‌ ପରିଚିତ ନାଁ । ରାସ୍ତାଘାଟରୁ ହକ୍‌ ରଖୁଥିବା ଚଳତ୍‌ ଚିତ୍ରକୁ କ୍ୟାମେରାରେ ତୋଳିଧରି ଟିଭି ପର୍ଦ୍ଦାରେ ପହଞ୍ଚାଇବା ତାଙ୍କ ଟାଗେର୍ଟ୍‌। ଆ ଉ ତାଙ୍କର ସେଇ ସର୍ଟ ଟିଭି ପରଦାକୁ ହଲଚଲ୍‌ କଲେ ସେ ଯେମିତି ହାତ ପାପୁଲିରେ ପୃଥିବୀକୁ ମୁଠେଇଧରନ୍ତି।
ଲାଲ ରଂଗ ବିପଦର ପ୍ରତୀକ, ମାନେ ଡେଞ୍ଜର ସିଗନାଲ୍‌। ଟ୍ରାଫିକ୍‌ ଛକରେ ରେଡ୍‌ ଲାଇଟ ଜଳିଲେ ଛାତି ଧଡ୍‌ପଡ ହୁଏ। ରେଡ୍‌ ଲାଇଟ ଅଞ୍ଚଳ କଥା ପଡ଼ିଲେ ସମେସ୍ତେ ଭୃକୁଞ୍ଚନ କରନ୍ତି। ନିଆଁ ର ରଂଗ ବି ଲାଲ୍‌। ମାତ୍ର ଲାଲ ରଂଗ ସହ ଖେଳିବା ଯେମିତି ତାଙ୍କ ହବି। ପ୍ରତି ମୁହୂର୍ତ୍ତରେ ସେ ହାତରେ କ୍ୟାମେରାର ରେଡ୍‌ ବଟନ୍‌ ଟିପି ଚାଲିଥାଅାନ୍ତି। ସତେଯେମିତି ଘଟଣାମାନଙ୍କୁ ସାମ୍ନା କରିବା ଆ ଉ ନିଜ ଆ ଦବକାଇଦାରେ ତାକୁ ପରାସ୍ତ କରି ନିଜ କ୍ୟାମେରା ଲେନ୍‌ସରେ ପଣବନ୍ଦୀ କରିବା ତାଙ୍କ ଅଭିଳାଷ। ଫିଲ୍ଡରେ କେତେ ଚ୍ୟାନେଲର କେତେ ଭିଡିଓ ଜର୍ଣ୍ଣା ଲିଷ୍ଟ ଥାଅାନ୍ତି, କିନ୍ତୁ ଭବାନୀ ହାତରେ କ୍ୟାମେରା ଧରିଲେ ସତେଯେମିତି ଘଟଣାସବୁ ଘଟିବା ଅାରମ୍ଭ କରନ୍ତି।
କହିବାକୁ ଗଲେ ଭବାନୀଙ୍କ ଜୀବନ ଗୋଟେ ମୁକୁଳା ବହି। ସାତରୁ ସତୁରୀ ସମସ୍ତଙ୍କ ପାଇଁ ତାଙ୍କ ପୃଷ୍ଠା ଖୋଲା । ଇନ୍‌ଟର୍ନ ଠୁ ନେଇ ଏଡିଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସେ ଫେଭରିଟ୍‌। ବେଳେବେଳେ ପ୍ରଶ୍ନ ଉଙ୍କି ମାରେ ଅନେକଙ୍କ ପାଇଁ ଏତେସବୁ କରି କଣ ସତରେ ଏତେ ଅନାସକ୍ତ ରହିହୁଏ…? ଲୋଭ ଆ ସେନି, ମୋହ ଆ ସେନି, ଆ ସେନି ସ୍ୱାର୍ଥ ହାସଲର ଅଭିସନ୍ଧି ? ଏସବୁର ଉତ୍ତର କେବଳ ‘ନା’… ଆ ରେ, ସେତିକି ତ ହିଁ ତାଙ୍କ ଇର୍ନ‌ ବିୟୁଟି… ଅର୍ଥାତ ଅନ୍ତସୌନ୍ଦର୍ଯ୍ୟର ସୂତ୍ର ।
ଭାଗ୍ୟର ସଂଜ୍ଞା କଣ ଭବାନୀ ଜାଣନ୍ତିନି। ଜାଣିବାକୁ ଚେଷ୍ଟା ବି କେବେ କରିନାହାନ୍ତି। ନା ସେ ଭାଗ୍ୟବାଦୀ, ନା ଭାଗ୍ୟ ବିରୋଧରେ ଅଛି ଉଦ୍‌ଗୀରଣ । ଓଲଟି ନିଜ ବୁଦ୍ଧିମତା ଓ କଳାକୌଶଳରେ ସେ ଅନେକଙ୍କ ଭାଗ୍ୟର ମୋଡ଼ ବଦଳେଇ ଦେଇଛନ୍ତି। ସେ ଫୁଟଫାଥର କେଉଁ ଅଜଣା ମୁହଁ ହେଉ ଅଥବା କ୍ଷମତାଶାଳୀ ରାଜନୈତିକ ବ୍ୟକ୍ତିବିଶେଷ । ଅବଶ୍ୟ ଏଥିପାଇଁ ତାଙ୍କ କ୍ୟାମେରା ଲେନ୍ସ ହିଁ ସବୁ କେ୍ରଡିଟର ହକଦାର।
ଦିନସାରା କ୍ୟାମେରାରେ ସମସ୍ତଙ୍କୁ ଅସ୍ଥିର କରି ରଖୁଥିବା ଭବାନୀ ସଂଧ୍ୟାରେ ରାଜଧାନୀ ଛାଡ଼ି କଟକ ମୁହାଁ ହୁଅନ୍ତି । ଗାଡ଼ି ଟାୟାର୍‌ କାଠଯୋଡ଼ି ମାଡ଼ିଲେ ସେ ଅାଉ କେଉଁ ଟିଭି ଚ୍ୟାନେଲର ଭିଡିଓ ଜର୍ଣ୍ଣା ଲିଷ୍ଟ ହୋଇ ନଥାନ୍ତି। ବାପାଙ୍କର ଗୋଟେ ସୁନା ପୁଅ ଓ ସ୍ତ୍ରୀର ଗୋଟେ ବାଧ୍ୟ ସ୍ୱାମୀ। ଭାରି ଶାନ୍ତ, ସରଳ ଆ ଉ ସ୍ଥିତପ୍ରଜ୍ଞ । ଠିକ୍‌ ଜ୍ୟାମିତି ଉପପାଦ୍ୟର ସିଦ୍ଧାନ୍ତ ପରି। ଧାର୍ଯ୍ୟ ଓ ସ୍ଥିରୀକୃତ।