ବିଜେପି ଛାଡିଲେ ଅଶୋକ….

- Advertisement -

ଭୁବନେଶ୍ୱର : ବିଜେପି ଛାଡିଲେ ବିଜେପି ନେତା ଅଶୋକ ପାଣିଗ୍ରାହୀ l ଆଜି ସେ ତାଙ୍କର ଇସ୍ତଫା ପତ୍ର ସଭାପତିଙ୍କ ପାଖକୁ ପଠାଇଛନ୍ତି l ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି l ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ସେ ସଭାକୁ ଅଶୋକକୁ ଡାକିନଥିଲେ l ପୁରା କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଶୋକ ଅଲୋଡ଼ା ହୋଇଯାଇଥିଲେ l ତେଣୁ ସେ ଆଜି ଇସ୍ତଫା ଦେଇଥିବା କହିଛନ୍ତି l ହେଲେ ଅଶୋକ ବିଜେଡିକୁ ଯିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଅଶୋକ କହିଥିଲେ ଯେ ଏଯାଏଁ ସେ ବିଷୟରେ ଚିନ୍ତା କରିନାହାନ୍ତି l 2018 ଉପ ନିର୍ବାଚନରେ ଅଶୋକ ପାଣିଗ୍ରାହୀ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ l ଏଥର ବି ସେ ଟିକେଟ ଆଶାୟୀ ଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles