ବିଜେପୁର ୟଙ୍ଗ ବ୍ରିଗେଡିୟର ମଙ୍ଗ ଧରିଛନ୍ତି ବବି : ନବୀନଙ୍କ ପ୍ରଚାର ପାଇଁ ଜୋରଦାର ପ୍ରସ୍ତୁତ..

- Advertisement -

ଭୁବନେଶ୍ୱର : ବିଜେଡିର ୟଙ୍ଗ ବ୍ରିଗେଡିୟର ଅରୁଣ ସାହୁ , ସଂଜୟ ଦାସବର୍ମା , ସୁଶାନ୍ତ ସିଂ, ଚିନ୍ମୟ ସାହୁ. ବିଧାୟକ ଅନନ୍ତ ଜେନା, ଅମରେଶ ପତ୍ରୀ l ଏପରି ବହୁ ନେତା ଏବେ ବିଜେପୁରରେ ଡେରା ପକାଇ ରୀତା ସାହୁଙ୍କୁ ଜିତାଇବା ପାଇଁ ପ୍ରଚାର ଓ ରଣନୀତି ପ୍ରସ୍ତୁତ କରିଛନ୍ତି l ଆଉ ଏମାନଙ୍କୁ ବିଜେପୁର ରେ ବଳ ଯୋଗାଉଛନ୍ତି ବିଜେଡିର ପାୱରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ l ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ଉପ ନିର୍ବାଚନରେ ନବୀନଙ୍କ ନିର୍ଦେଶକୁ କିପରି ଅକ୍ଷର ଅକ୍ଷରରେ ପାଳନ କରାଯାଇ ରୀତା ସାହୁଙ୍କୁ ବିଜୟ କରାଯିବ ତାହାର ଗୋଟି ଚାଳନ କରୁଛନ୍ତି ବବି l ତାହାସହ ସାଙ୍ଗରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସିଂ , ଦେବୀ ପ୍ରସାଦ ମିଶ୍ର , ପ୍ରସନ୍ନ ଆଚାର୍ଯ୍ୟ ଓ ଛାମୁଆ ଛାତ୍ର, ମହିଳା ସଂଗଠନର ନେତାମାନଙ୍କୁ ସାଙ୍ଗରେ ନେଇ ପ୍ରତି ଘରୁ କିପରି ଅଧିକ ପରିମାଣରେ ବିଜେଡି ନାଁରେ ଭୋଟ ପଡିବ ସେନେଇ ବବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଗାଏସିଲଟ , ବିଜେପୁର , ବରପାଲି ସହିତ ଦୁଇଟି ଏନଏସି ର ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଅଫିସ ଯାଇ ବବି ପ୍ରତ୍ୟେକ ଦିନ ପ୍ରଚାରର ସମୀକ୍ଷା କରୁଛନ୍ତି l

କେବଳ ସେତିକି ନୁହେଁ l ବିଜେପୁରରେ ବିରୋଧୀ ଶିବିର ଉପରେ ମଧ୍ୟ କଡା ନଜର ରଖିଛନ୍ତି l ପୁଣି ଥରେ ବିଜେପୁରରେ କିପରି ଶଙ୍ଖ ଧ୍ଵନି ଶୁଭିବ ସେ ଚିନ୍ତା ବବିଙ୍କୁ ଘାରିଛି l ଏଯାଏଁ ପ୍ରଚାରରେ ବିଜେଡି ଆଗରେ ରହିଥିବା ବେଳେ ସଭାପତିଙ୍କ ଦୁଇଦିନିଆ ପ୍ରଚାର କିପରି ସଫଳ ହେବ ସେ କାମରେ ବବି ଲାଗିଛନ୍ତି l

ଆସନ୍ତା 17 ଓ 18 ତାରିଖରେ ନବୀନ ବିଜେପୁରରେ ପ୍ରଚାର କରିବେ l ଏଥିଲାଗି ବବି ବିଜେପୁରରେ ଘନ ଘନ ବୈଠକ କରୁଛନ୍ତି ନେତା ଓ କର୍ମୀଙ୍କ ସହ l କାରଣ ଲକ୍ଷ ରହିଛି ବହୁ ବ୍ୟବଧାନରେ ବିଜେଡିକୁ ବିଜୟ କରିବା ପାଇଁ l
୨୦୧୮ ଉପନିର୍ବାଚନରେ ବିଜେଡି ପ୍ରାଥୀ ରୀତା ସାହୁଙ୍କୁ ୪୧ ହଜାରରୁ ଅଧିକ ଭୋଟରେ ଜିତିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles