ବିଜେପୁରରେ ବିଜେଡ଼ିର ଜୋରଦାର ପ୍ରଚାର : ୧୭ ଓ ୧୮ରେ ନବୀନ କରିବେ ପ୍ରଚାର ..

- Advertisement -

ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖର ବିଜେପୁର ଉପ-ନିର୍ବାଚନ । ପାଖେଇ ଆସିଲା ଭୋଟ । ବିଜେପୁରରେ ଏବେ ମାଳମାଳ ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରୁଛନ୍ତି ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ । ବିଜେପୁର ପ୍ରଚାରରେ ଏଯାଏ ଆଗରେ ରହିଛି ବିଜେଡ଼ି । ତା ପଛକୁ ବିଜେପି ରହିଥିବା ବେଳେ କଂଗ୍ରେସର ପ୍ରଚାର ଟିକେ ଧୀମା ପଡ଼ିଛି । ଆସନ୍ତା ୧୭ ଓ ୧୮ ତାରିଖରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ପ୍ରଚାରରେ ଯିବେ । ଦୁଇଦିନ ଗସ୍ତରେ ବିଜେପୁର ନିର୍ବାଚନୀ ମଣ୍ଡଳୀର ଗାଇସିଲଟ,ବରପାଲି ଓ ବିଜେପୁରରେ ନବୀନ ବିଜେଡ଼ି ପ୍ରାର୍ଥୀ ରୀତ ସାହୁଙ୍କ ପାଇଁ ଜୋରଦାର ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଯେହେତୁ ନିଜେ ବିଜେପୁର ଦାୟିତ୍ୱ ନେଇଥିବା କଥା କହିଛନ୍ତି ତେଣୁ ବିଜେପୁରରେ ଥିବା ସମସ୍ୟା ଗୁଡ଼ିକ କିପରି ଦୂର ହେବ ସେନେଇ ନବୀନ ବିଜେପୁରବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୃତି ଦେବେ । ନବୀନଙ୍କ ଗସ୍ତକୁ ନେଇ ସରଗମର ହୋଇଛି ବିଜେପୁର ରାଜନୀତି । ବିଜେଡ଼ି ନେତାମାନେ ଦିନ ରାତି ଏକ କରି ବିଜେପୁର ନିର୍ବାଚନୀ ମଣ୍ଡଳୀର ଘରେ ଘରେ ବୁଲି ପ୍ରଚାର କରଚୁଛନ୍ତି । ବର୍ତ୍ତିମାନ ବିଜେପୁର ଷ୍ଟାର ପ୍ରଚାରକଙ୍କ ଭିଡ଼ ଲାଗିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles