ମୋ ବସର ଯାତ୍ରୀ ହେଲେ ମୁଖ୍ୟମନ୍ତ୍ରୀ…

- Advertisement -

ଭୁବନେଶ୍ୱର : ମୋ ବସର ଯାତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଆଜି ମୋ ବସସେବାକୁ ପୁରିଲା ବର୍ଷେ ! ଭୁବନେଶ୍ୱର-କଟକ-ପୁରୀକୁ ଗଡୁଛି ମୋ ବସ l ବର୍ଷେ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ମୋ ବସରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି !
ମୋ ବସ ଆରମ୍ଭର ପ୍ରଥମ ଯାତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ମୋ ବସରେ ଆସିଥିଲେ l ବସରୁ ସିଧା ଓଲ୍ହାଇ ଜୟଦେବ ଭବନ ଆସିଥିଲେ ମୁଖ୍ୟମନ୍ତ୍ରୀ l
ଜୟଦେବ ଭବନରେ ହେଉଥିବା ମୋ ବସର ପ୍ରଥମ ଆନିଭରସାରୀରେ ଯୋଗ ଦେଇଛନ୍ତି ! ମୋ ବସର ସଫଳତାକୁ ନେଇ ଭିଡ଼ିଓ ଡକୁମେଣ୍ଟାରୀ ପ୍ରଦର୍ଶ୍ରିତ ହୋଇଛି ! ଯାହାର କଥା ବସ୍ତୁ ହେଉଛି, ” The way we moved” ! ମୋ ବସ ମାସ୍କଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ! କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଁ ମୋ ବସର କର୍ମଚାରୀଙ୍କୁ ଉଚ୍ଚପ୍ରଂଶସା କରିବା ସହିତ ସମ୍ମାନିତ କରିଛନ୍ତି ! କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରତାପ ଜେନା, ପ୍ରମୁଖ ଶାସନ ସଚିବ, କ୍ରୁଟ(CRUT) ଭିସି ଅରୁଣ ବୋଥ୍ରା, ଓଏସଡ଼ିଏ ଚେୟାରମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ l

20018 ନଭେମ୍ବର 6 ପ୍ରଥମଥର ଲାଗି ଭୁବନେଶ୍ୱରରେ ଗଡିଥିଲା ମୋ ବସ ! ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଓ ପୁରୀରେ ଗଡିଥିଲା ମୋ ବସ ! ପ୍ରତିଦିନ 21 ରୂଟରେ 200ଟି ମୋ ବସ ଗଡୁଛି ! 50 ଟି ଏସି ଓ 150ଟି ନନ ଏସି ବସ ଚଳାଚଳ କରୁଛି !

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles