ପ୍ରଣବ ନିଆରା ଜନଶୁଣାଣି : ପଂଚାୟତରେ କଲେ ରାତ୍ରିଯାପନ, ବୁଝିଲେ ଲୋକଙ୍କ ଦୁଃଖ..

- Advertisement -

ଯାଜପୁର : ରାଜଧାନୀ ଛାଡ, ନିର୍ବାଚନ ମଣ୍ଡଳିରେ ଅଧିକ ସମୟ କାଟ l ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅ l ରାତିରେ ଜିଲ୍ଲାରେ ରାତ୍ରିଯାପନ କର l ମନ୍ତ୍ରୀ, ସାଂସଦ, ବିଧାୟକ ଓ ସଚିବଙ୍କୁ ଏପରି ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯାହାକୁ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ନବୀନ ସବୁଠାରୁ ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ l ନିଜର ପୁରା ବ୍ୟସ୍ତ ସମୟ ଭିତରେ ପ୍ରଣବ ଯେତେ ବେଳେ ସମୟ ପାଆନ୍ତି ସେତେବେଳେ ତାଙ୍କ ଗାଡି ରାଜଧାନୀରୁ ଯାଜପୁର ମୁହାଁ ହୁଏ l ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖ ଦୁଃଖରେ ସାଥି ହେବା ପାଇଁ ବିଧାୟକଙ୍କ ଦିନ ରାତି ସବୁ ସମାନ l ଯେଉଁଥି ପାଇଁ ବେଳେ ଭୁବନେଶ୍ୱର ରୁ ଯାଜପୁର 3ରୁ ଅଧିକ ଥର ପ୍ରଣବ ଯିବା ଆସିବା କରିଛନ୍ତି l ନିଜ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟ ସହ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝନ୍ତି l ଯେଉଁଠି ପାଇଁ ସେ ବିଧାୟକ ଭାବେ ନୁହେଁ ଭାଇ ଭାବେ ବେଶ ପରିଚିତ ନିଜ ଯାଜପୁର ବିଧାନସଭା କ୍ଷେତ୍ରରେ l
କାଳୀପୂଜା ସମୟରେ ଯେତେବେଳେ ପୁରା ଯାଜପୁର ଉତ୍ସବ ମୁଖର l ହଜାର ହଜାର ଲୋକଙ୍କ ସୁଅ ଛୁଟୁଛି ଯାଜପୁରକୁ ଠିକ ସେତିକି ବେଳେ ପ୍ରଣବ ବେରୁଦା ପଂଚାୟତର ନେଉଳିପୁର ଗାଁ ରେ ଅଧା ରାତି ଯାଏଁ ଜନଶୁଣାଣି କରିଛନ୍ତି l ଜଣେ ଯୁବ ବିଧାୟକଙ୍କ ଏପରି କାର୍ଯ୍ୟ ଏବେ ପୁରା ଯାଜପୁର ନୁହେଁ, ରାଜଧାନୀରେ ବି ଚର୍ଚ୍ଚାର ବିଷୟ l ଜନ ଶୁଣାଣି ବେଳେ ବିଧାୟକ ଲୋକଙ୍କ ସମସ୍ୟା କିପରି 48ଘଣ୍ଟାରେ ଦୂର ହେବ ସେ ନେଇ ସ୍ଥାନୀୟ ପ୍ରତିନିଧିଙ୍କୁ ନିର୍ଦେଶ ଦେଇଥିଲେ l ଶୁଣାଣି ବେଳେ ବିଧାୟକ ଲୋକଙ୍କୁ ପଚାରିଥିଲେ ନିର୍ବାଚନ ଯାହା ପ୍ରତିଶୃତି ଦିଆଯାଇ ଥିଲା ତାହା ପାଳନ ହୋଇଛି କି ନାହିଁ l ଯାହା ହୋଇନାହିଁ ତାହା କିପରି ହେବ ତାହା ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ l
ମୁଖ୍ୟମନ୍ତ୍ରୀ ନିର୍ଦେଶ ଓ ବବିଙ୍କ ରାତିରେ ଜନ ଶୁଣାଣି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles