କଂଗ୍ରେସ କନ୍ଦଳ : ଆଜି କିଏ କଣ କହିଲେ..

- Advertisement -

ଭୁବନେଶ୍ୱର : କଂଗ୍ରେସ କନ୍ଦଳ ବଢିବାରେ ଲାଗିଛି l ଆଜି ଏନେଇ କିଏ କଣ କହିଲେ ନଜର ପକାନ୍ତୁ l
1- ଅସନ୍ତୋଷ କଂଗ୍ରେସ ନେତା…
କାହ୍ନୁଚରଣ କହିଲେ ମୁଁ ଯାହା କହିବା କଥା ଦିଲ୍ଳୀରେ କହିବି l
ଆମର ବିଶ୍ବାସ କଂଗ୍ରେସର ଖରାପ ସମୟରେ ସେ ସ୍ପଷ୍ଟ ମତ ରଖିବେ l
ତାରା ଓ ସୁରଙ୍କୁ ଟାର୍ଗେଟ କଲେ ନିରଞ୍ଜନ ବିରୋଧୀ l କହିଲେ ତାରା ଓ ସୁରଙ୍କ ଏଭଳି ହାଲକା ମନ୍ତବ୍ୟ ଯୋଗୁ ଆଜି କଂଗ୍ରେସର ଏ ସ୍ଥିତିl l
ତାରାଙ୍କୁ ପ୍ରଶ୍ନ l ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବାବେଳେ ସେ କାହା ପଇସାରେ ଦିଲ୍ଲୀ ଯାଇଥିଲେ l ତାରାଙ୍କ ଦଳ ବଦଳର ଅଭ୍ୟାସ ଅଛି…
2- କାହ୍ନୁଚରଣ ଲେଙ୍କାଙ୍କ ବରିଷ୍ଠ କଂଗ୍ରେସ ନେତା
ବର୍ତ୍ତମାନ ରାଜ୍ୟ କଂଗ୍ରେସର ସ୍ଥିତି ଅତି ଖରାପ l ଯାହାକୁ ଭାଷାରେ କହି ହେବ ନାହିଁ l ତେଣୁ କଂଗ୍ରେସ ଲୋକ ବ୍ୟତିବ୍ୟସ୍ତ ଓ ବ୍ୟଥିତ l କଂଗ୍ରେସର ଏପରି ଅବସ୍ଥା କେବେ ଅତୀତରେ ଆସି ନଥିଲା, ଯାହା ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆସିଛି l କଂଗ୍ରେସ ପାଇଁ କାମ କରୁଥିବା ଯୁବକଙ୍କୁ ବେ କଂଗ୍ରେସର କହିବା ଠିକ୍ ନୂହେଁ l ନିରଞ୍ଜନ ବାବୁ କେବେ ଏ ସ୍ତରକୁ ଆସିବା ଉଚିତ୍ ନଥିଲା l ନିରଞ୍ଜନଙ୍କ କଥା ସ୍ପଷ୍ଟ ହେଉ ନାହିଁ l ସେ ପରୋକ୍ଷରେ କହୁଛନ୍ତି ନିଜେ ସଭାପତି ସ୍ଥିର କରିବେ l ନିଜ ଗୋଷ୍ଠୀରୁ ଜଣଙ୍କୁ କରିବାକୁ ଚେଷ୍ଟା କରୁଥିବେ l ମୁକିମ ଥିଲେ ନିରଞ୍ଜନଙ୍କ ନିଜ ଲୋକ l
3- ମହମ୍ମଦ ମୋକିମ, କଂଗ୍ରେସ ବିଧାୟକ
ପିସିସି ପରିବର୍ତନ ନେଇ ଏତେ ଦିନର ନୀରବତା ପରେ ମୁହଁ ଖୋଲିଲେ ମୋକିମ l ଯୁବ ନେତୃତ୍ୱ ହିଁ କଂଗ୍ରେସ ଦଳକୁ ରକ୍ଷା କରିପାରିବ l ଜଣେ ଯୁବ ନେତା ଦାୟିତ୍ୱ ନେଲେ ଓଡ଼ିଶାରେ କଂଗ୍ରେସ ଆଗକୁ ବଢି ପାରିବ lବରିଷ୍ଠ ନେତାଙ୍କୁ ସାଙ୍ଗରେ ମଧ୍ୟ ନେଇକି ଯିବାକୁ ପଡ଼ିବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles