ଦାମ ଭୂମିକାରେ ମହାରଥୀ : ମନ୍ତ୍ରୀ ପ୍ରତାପଙ୍କୁ ମାରିଲେ ତେରେଛା ବାଣ

- Advertisement -

ଭୁବନେଶ୍ୱର : ଦାମ ଭୂମିକାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ l ଶାସକ ଦଳର ବିଧାୟକ ହୋଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗୃହରେ ଘେରିଛନ୍ତି l ମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ନବୀନଙ୍କ ନାଁରେ ପାର ହୁଅନାହିଁ l କଣ କରି l ମହାରଥୀ କହିଛନ୍ତି ଯେ ପଞ୍ଚାୟତିରାଜମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ 2020 ସୁଦ୍ଧା ରାଜ୍ୟର ପ୍ରତି ଘରକୁ ପାନୀୟ ଜଳ ଯୋଗାଇବାର ପ୍ରତିଶୃତି ଦେଇଥିଲେ। ସେହି ପରିପ୍ରେକ୍ଷୀରେ ମୋର ପ୍ରଶ୍ନ ହେଉଛି ଯେ ମନ୍ତ୍ରୀ ବାରମ୍ବାର ତୁରନ୍ତ କାମ କହୁଥିବା କଥା କହୁଛନ୍ତି ତାର ସଂଜ୍ଞା କଣ? ବାକିଥିବା 27882 କେଉଁ ପଦ୍ଧତିରେ, କେନ୍ଦ୍ର ନା ରାଜ୍ୟ ଯୋଜନାରେ ପାନୀୟ ଜଳ ଯୋଗାଇବେ? କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ପାର ହେଲେ ଚାଲିବ ନାହିଁ ବୋଲି କହି କଟାକ୍ଷ କରିଛନ୍ତି l ଯାହା କିଛି ସମୟ ମନ୍ତ୍ରୀଙ୍କୁ ଚିନ୍ତାରେ ପକାଇଥିଲା l କାରଣ ମହାରଥୀ କହିଥିଲେ ଯେ ପ୍ରତାପ ବାବୁ ପରିବା ମନ୍ତ୍ରୀ ଓ ସାରା ଦେଶରେ ପୁରସ୍କାର ପାଇଛନ୍ତି l ଏହି ସମୟରେ ମନ୍ତ୍ରୀ ଅରୁଣ ସାହୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ କଥା ହେଉଥିବାରୁ ପ୍ରଦୀପ ମହାରଥୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ କଟାକ୍ଷ କରିଥିଲେ l ଅରୁଣ ଜଣେ ବିଶ୍ୱକାଳ ମନ୍ତ୍ରୀ l ବିଧାୟକ ପ୍ରଦୀପ ମହାରଥୀ ବିଧାନସଭାରେ ବିରୋଧୀ ପରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସମାଲୋଚନା କରିବା ପରେ ମନ୍ତ୍ରୀ ବି ନିଜ ଢଙ୍ଗରେ ଉତ୍ତର ରଖିଥିଲେ l ପଞ୍ଚାୟତ ରାଜମନ୍ତ୍ରୀ ପ୍ରତାପ ଜେନା ନିଜ ଉତ୍ତରରେ କହିଥିଲେ ଯେ 2024-25 ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ। ଏ ନେଇ କାମ ଆରମ୍ଭ ହେଲାଣି। 2020 ମାର୍ଚ୍ଚ ସୁଦ୍ଧା ସହରାଞ୍ଚଳର ସମସ୍ତ ଘରକୁ ପାନୀୟ ଜଳ ଯୋଗାଇବା କଥା କହିଥିଲୁ। ପ୍ରତି ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରୁଛନ୍ତି। 17372 କୋଟି ଟଙ୍କା ବ୍ୟୟବରାଦ ହୋଇଛି। କେନ୍ଦ୍ର କେବଳ 549 କୋଟି ଟଙ୍କା ଦେଇଛି। ସେହି ଅନୁସାରେ କାମ ଚାଲିଛି। ତୁରନ୍ତ ସମାଧାନ ହେବାର ଅର୍ଥ ହେଉଛି ମରାମତି, ପୁଣି ପାଇପ ଲଗାଇବା। ଆମେ ସବୁ ମେଗା ପାନୀୟ ପ୍ରକଳ୍ପ ସହ ସଂଯୋଗ କରିବୁ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଥିଲେ l ପ୍ରଶ୍ନକାଳରେ ବିରୋଧୀ ଅପେକ୍ଷା ଶାସକ ଦଳର ବିଧାୟକ ବିରୋଧୀ ଭୂମିକାରେ ଆସିବା ବିଜେଡିକୁ ଚିନ୍ତାରେ ପକାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles