ସାମ୍ବାଦିକ ସୁରକ୍ଷା ନେଇ ବିଧାନସଭାରେ କିଏ କଣ କହିଲା…

- Advertisement -

ଭୁବନେଶ୍ୱର :ନରସିଂହ ମିଶ୍ର ଗୃହରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରସଙ୍ଗ ଉଠାଇଲେ | ସେ କହିଲେ ଯେ ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁଃବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି | ଏମିତିକି ଲୋକ ପ୍ରତିନିଧିମାନେ ବି ସାମ୍ବାଦିକଙ୍କୁ ଦୁଃବ୍ୟବହାର କରୁଛନ୍ତି | ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି | ସେହି ଢାଞ୍ଚାରେ ଓଡିଶା ସରକାର ଏକ ଆଇନ ଆଣିବାର ଆବଶ୍ୟକତା ରହିଛି | ମୋତେ ସାମ୍ବାଦିକ ମାନେ ଭେଟି ଏନେଇ ଆଲୋଚନା କରିଛନ୍ତି |
ପ୍ରଫୁଲ୍ଲ ସାମଲ କହିଲେଯେ, ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି | ଏ ପର୍ଯ୍ୟନ୍ତ ସାମ୍ବାଦିକ ଚି଼ହ୍ନଟ କରାଯାଇପାରିନାହିଁ | ଶ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମ୍ବାଦିକ ଚି଼ହ୍ନଟ କରିବା ଦରକାର | ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦରକାର | ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ | ତେଣୁ ସାମ୍ବାଦିକଙ୍କ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର |

ସୁରେଶ ରାଉତରାୟ କହିଲେ ଯେ, ଓଡ଼ିଶାର ସାମ୍ବାଦିକ ଭାରି ଦୁଃଦିନରେ ଅଛନ୍ତି | ବାଡେ଼ଇଲେ କେହି ସୁରକ୍ଷା ଦେବାକୁ ନାହାନ୍ତି | ତାଙ୍କରି ପାଇଁ ରାଜ୍ୟବାସୀ ଖବର ପାଉଛନ୍ତି | ସେମାନଙ୍କୁ ସୁରକ୍ଷା ଦେବା ଦରକାର, ଦରମା ଦେବା ସହ ସରକାର ଘର ଦିଅନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି |

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles