ହାଇଦ୍ରାବାଦ ଗଣଦୁଷ୍କର୍ମର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର

- Advertisement -

ଭୁବନେଶ୍ୱର : ଆଜି ଭୋରୁ ହାଇଦ୍ରାବାଦ୍ ଲୋମଟାଙ୍କୁରା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ଅଭିଯୁକ୍ତ ହ୍ରାଇଦ୍ରାବଦ୍‌ ପୁଲିସ୍‌ର ଏନକାଉଣ୍ଟରରେ ନିହତ। ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବା ବେଳେ ଉକ୍ତ ଓଭରବ୍ରିଜ ଉପରେ ହିଁ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି।
ଘଟଣାର ଅଧିକ ଛାନଭିନ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ସ୍ପଟ୍‌ ଇନ୍‌କ୍ବାରୀ ପାଇଁ ଘଟଣାସ୍ଥଳକୁ ନିଆଯାଇଥିଲା। ସିନ୍‌ ରିକ୍‌ରଏସନ୍‌ ବେଳେ ୪ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲେ। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ୍‌ ଇସାରା କରିଥିଲା। ଇସାରା ପାଇବା ପରେ ଅନ୍ୟ ୩ଅଭିଯୁକ୍ତ ଦୌଡ଼ିବାକୁ ଲାଗିଥିଲେ। ସେମାନଙ୍କୁ ଧରିବା ଉଦ୍ୟମ ବିଫଳ ହେବାରୁ ପୁଲିସ୍‌ ଗୁଳି କରିଥିଲା। ଏଥିଯୋଗୁ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିବା ହାଇଦ୍ରାବାଦ ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି। ଏହି ଏନକାଉଣ୍ଟର କୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles