ବିଧାନସଭାରେ ଟୋକନ ତାତି : ଶାସକ ଓ ଶାସକ ମୁହାଁମୁହିଁ

- Advertisement -

ଭୁବନେଶ୍ୱର : ଟୋକନ ଇସ୍ୟୁ ତଥ୍ୟକୁ ନେଇ ମୁହାଁମୁହିଁ ବିଜେଡି ଵିଧାୟକ ଦେବେଶ ଆଚାର୍ଯ୍ୟ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଚାଷୀଙ୍କ ଭିତରେ ଦୁଃଖ, ଉଦବେଗ ସହ ଆକ୍ରୋଶ ବି ରହିଛି। ତାଙ୍କ ସହ ଅନ୍ୟ ସରକାରୀ ଦଳ ଓ ବିଧାୟକମାନେ ବି ସ୍ୱର ମିଲାଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ତଥ୍ୟ ସହ ଦେଇଥିଲେ ଖାଦ୍ୟଯୋଗାନମନ୍ତ୍ରୀ। ଟୋକେନ ବ୍ୟବସ୍ଥା ପାଇଁ ଚାଷୀ ଯେତିକି ଅସନ୍ତୋଷ, ଅଧିକ ହରଡ଼ଘଣାରେ ବିଧାୟକମାନେ। ଏହା ବିରୋଧରେ ଚାଷୀ ଯେଉଁ ପ୍ରଶ୍ନ କରୁଛନ୍ତି, ତାହାର ବାଣ ଫୁଟୁଛି ସ୍ଥାନୀୟ ବିଧାୟକମାନକ ଦୁଆରେ। ଯଦିଓ ଏଵେ ଧାନ ଉଠିବା ଆରମ୍ଭ ହୋଇଛି, ହେଲେ ଵଳକା ଧାନ କେତେଦିନ ଭିତରେ ବିକିବେ। କୁହାଯାଉଛି ୧୫ ଦିନରେ ଉଠିଵ। ଏହି ଲମ୍ବା ସମୟକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି ଥିବା କହି ସମବାୟ ମନ୍ତ୍ରୀଙ୍କୁ ଘେରିଛନ୍ତି ସରକାରୀ ଦଳ ଉପମୁଖ୍ୟସଚେତକ। ସ୍ବଛତା ଆଳରେ ନୂଆ ଟେକ୍ନୋଲୋଜି ଆଧାରରେ ଟୋକନ ଵ୍ୟବସ୍ଥା କରିଦେଲେ ଖାଲି ଚଳିବନି ବୋଲି କହିଛନ୍ତି ବିଜେଡ଼ି ବରଗଡ଼ ବିଧାୟକ। ଚାଷୀ ଯଦି ନିଜର କଷ୍ଟ ଉପାର୍ଜିତ ଧାନ ବିକି ପାରିବେନି, ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଚିଠି ଖଣ୍ଡେ ଖଣ୍ଡେ ଦେଇ ଚୁପ୍ ଵସିଗଲେ ଚଳିବନି।

ଉଭୟଙ୍କ ଆରୋପ ଉପରେ ବିଗିଡିଗଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ବ୍ୟବସ୍ଥିତ ଢଙ୍ଗରେ ପ୍ରକୃତ ଚାଷୀ କିଭଳି ଧାନ ବିକିବେ, ଦଲାଲ ତଥା ସୀମାନ୍ତବର୍ତ୍ତୀ ବେପାରୀ କିଭଳି ପଶିଵେନି, ତାକୁ ନେଇ ସରକାର ସଜାଗ ଅଛନ୍ତି। ଅଯଥାରେ ଚାଷୀଙ୍କ ଆକ୍ରୋଶର ଆଳରେ ଗୃହରେ ଭୁଲ୍ ତଥ୍ୟ ଦେବାରୁ ସଭ୍ୟ ନିବୃତ୍ତ ରୁହନ୍ତୁ। ସମସ୍ତେ ସହଯୋଗ କରିବାକୁ ଅନୁରୋଧ କଲେ ମନ୍ତ୍ରୀ|

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles