କବିଙ୍କ ମନର କଥା…

- Advertisement -

ଭୁବନେଶ୍ୱର :ଜହ୍ନମାମୁଁ, ପତ୍ରିକାଟେ ନୁହେଁତ, ବରଂ ଗୋଟେ ନିଶାର ନାଁ । ପାଠକ, ଲେଖକ ଗଢ଼ିହେବାର ଗୋଟେ ସୁନ୍ଦର ମୁଳଦୁଆ । ପିଲାଦିନର ପଲସ । ଆବେଗ, ଅନୁଭବ, ଥିମ୍, ମିଥ୍ ଯାହାବି କୁହାଯାଇପାରେ… । ସେ ନିଶା ଗରଜୁଥିବା ରାତି, ତୁହାକୁତୁହା ବର୍ଷାର ବେତାଳ କଥା ହେଉ କି ଲଙ୍କା ଅଧିପତି ରାବଣର ଭୟଙ୍କର ନିଶ ଥିବା ଚିତ୍ର ଅଥବା ମନ କିଣିନେଲା ପରି ସାଧୁ ସନ୍ୟାସୀଙ୍କ ବେଶପୋଷାକ… ଆଜି ବି ମନେପଡ଼ିଲେ ଦେହ କଣ ହୋଇଯାଏ । ପଢ଼ିବା ବାହାନାରେ ବଡ଼ ଭୂଗୋଳ ବହି ଭିତରେ ଜହ୍ନମାମୁଁ ଫୋଲଡିଂ କରି ଲୁଚିଲୁଚି ପଢ଼ିଲା ବେଳେ ଧରାପଡ଼ି ଘରୁ ଗାଳି ଖାଇବା । ଭଲ ରାକ୍ଷସ ଗପଟି ପଢ଼ି କ୍ଳାସରେ ସାଙ୍ଗମାନଙ୍କ ଆଗରେ ତା ପରଦିନ କହି ବାହାଦୂରୀ ନେବା । ଏମିତି କେତେ କଣ… । କେମିତି ମାସଟେ ସରିବ ଆଉ ବାପାଙ୍କଠୁ ପଇସା ନେଇ ଜହ୍ନମାମୁଁଟେ କିଣା ହେବ ଆଉ ପଢ଼ିସରିବା ପରେ ବ୍ଲେଡ୍ କି କଇଁଚିରେ ଚିତ୍ରକୁ କାଟି ସାଇତି ରଖିବା । ଏବେ ଆଉ ସେ ଛାଞ୍ଚର ପତ୍ରିକା କାହିଁ ? ନିକଟରେ ଗାଁକୁ ଯାଇଥିଲି । ଘରେ ପୁରୁଣା ବହି ଥାକ ଖେଳଉ ଖେଳଉ ତିନି ଚାରୋଟି ପାଇଗଲି ଯେ ପୁରୁଣା ସ୍ମୃତି ସବୁ ଉତୁରି ଆସିଲା…

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles