ଯାଜପୁରରେ ନକଲି ଅଟା…..

- Advertisement -

ଯାଜପୁର : ଯାଜପୁର ଟାଉନ ପୁଲିସ ପକ୍ଷରୁ ଏକ ନକଲି “ପରିବାର” ନାଁ ଥିବା ଅନ୍ୟ ଏକ କମ୍ପାନୀର ଲୋଗୋ ପ୍ୟାକେଟକୁ ଡୁପ୍ଲିକେଟକରି ଅଟା ପ୍ୟାକିଙ୍ଗ କରି କାରଖାନା ଚଳାଉଥିବା ଖବର କଲିକତାର ଏକ ଡିଟେକ୍ଟିଭ ଟିମ ଯାଜପୁର ପୋଲିସର ସହାୟତାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମିଶ୍ରିତ ଅଟା ଜବତ କରିଛି । ସୂଚନା ଅନୁସାରେ ଯାଜପୁର ସହର ଦେବୀଦ୍ବାର ଅଞ୍ଚଳର କେଶବ ଚନ୍ଦ୍ର ପାଣିଙ୍କର ଏକ ଅଟାକଳ ରହିଛି। ସେଠାରେ ସେ ଘରୋଇ ଲୋକଙ୍କ ଗହମ ପେସାଇ ଅଟା ପ୍ରସ୍ତୁତ କରି ଆସୁଥିଲେ। ତେବେ କିଛି ମାସ ହେବ ‘ପରିବାର’ ଅଟା କମ୍ପାନୀ ନାମରେ ନକଲି ଅଟା ପ୍ୟାକେଟ କରି ବଜାରକୁ ଛାଡୁଥିଲା । ଯାହାର ଖବର ପାଇବାକୁ ସକ୍ଷମ ହୋଇଥିଲେ କଲିକତାର ପରିବାର ଅଟା କମ୍ପାନୀ ଓ ସେ ସ୍ଥାନୀୟ ଏକ ଡିଟେକ୍ଟିଭ ସଂସ୍ଥା ଯୋଗେ ଆଜି ଏହି ପରିବାର ଅଟା ନାମକୁ ଡୁପ୍ଲିଟେକ କରି ବିକୁଥିବା ଅଟାକଳ ମାଲିକଙ୍କୁ ଧରିବାରେ ସକ୍ଷମ ହୋଇଛି । ତେବେ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି କୋଲକାତାର ଟିମ । ଯାଜପୁର ପୋଲିସ ସଂଗେ ସଂଗେ ଅଟାକଳ ଉପରେ ଚଡାଉ କରିବା ସହ ମାଲିକଙ୍କୁ ମଧ୍ୟ ଗିରଫ କରିଛି ।ସେଠାରୁ ମଧ୍ୟ ଆଶ୍ରିବାଦ କମ୍ପାନୀର ପ୍ୟାକେଟ ମଧ୍ୟ ଜବତ କରିଛି। ‘ପରିବାର‘ କମ୍ପାନୀ ପ୍ୟାକେଟରେ ୧ କେଜି ବିଶିଷ୍ଟ ୫୦ ପ୍ୟାକେଟ , ୨୨୦ ପିସ ଖୋଲା ପ୍ୟାକେଟ, ଅର୍ଶୀବାଦ କମ୍ପାନୀ ନାଁରେ ୨୮୦ ପ୍ୟାକେଟର ୧କେଜିଆ ନକଲି ଅଟା, ୬୫ ପ୍ୟାକେଟ ୫ କେଜିଆ ପ୍ୟାକେଟ ଅଟା ସହ ପ୍ୟାକେଟ କରୁଥିବା ମେସିନ ଜବତ କରାଯାଇଛି। ପୁଲିସ ମାଲିକ କେଶବ ଚନ୍ଦ୍ର ପାଣିଙ୍କୁ ଅଟକ ରଖାଯାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles