ବବିଙ୍କ ରଣନୀତିକୁ ଦେବୀଙ୍କ ସମର୍ଥନ : ନୂଆ ରୂପରେ ଗଠନ ହେବ ବିଜେଡି ସଂଗଠନ..

- Advertisement -

ଭୁବନେଶ୍ୱର : ବିଜେଡ଼ି ସଂଗଠନକୁ ରାଜ୍ୟରେ ଅଧିକ ଶକ୍ତିଶାଳୀ କରିବା ପାଇଁ ନୂଆ ଫର୍ମୁଲାକୁ ଆପଣାଇଛି ଦଳ । ମୟୁରଭଞ୍ଜରୁ ଏହି ନୁଆ ନୀତିକୁ ପ୍ରୟୋଗ କରି ତୃଣମୂଳ ସ୍ତରରୁ ଦଳକୁ ଅଧିକ ମଜବୁତ କରିବା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ । ବଡ଼ବଡ଼ ସାଂଗଠନିକ ଜିଲ୍ଳା ଓ ରାଉଲକେଲ , ବ୍ରହ୍ମପୁର, ଭୁବନେଶ୍ୱର ,ସମ୍ବଲପୁର , ଆଦି ସହରମାନଙ୍କରେ ଜିଲ୍ଲା ସଂଗଠନ ଓ ସଦର ସଂଗଠନ କରିବାକୁ ଦଳ ନିଷ୍ପତି ନେଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସଂଗଠନ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ନୀତିକୁ ଆପଣାଇଛନ୍ତି । ଆଉ ଯାହାକୁ ପୁର୍ଣ୍ଣ ସମର୍ଥନ କରିଛନ୍ତି ଦଳର ବରିଷ୍ଠ ଓ ଛାମୁଆ ନେତାମାନେ । ସାଂଗଠନିକ ଜିଲ୍ଳା ଭାବେ ସବୁଠାରୁ ବଡ଼ ଜିଲ୍ଲା ମୟୁରଭଞ୍ଜରେ ପ୍ରଣବ ଏହି ନୂଆ ରଣନୀତି ପ୍ରୟୋଗ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ । ବିଜେଡ଼ିକୁ କିପରି ଏକ କ୍ୟାଡ଼ରବେଷ୍ଟ ଦଳ ଭାବେ ତୃଣମୂଳ ସ୍ତରରୁ ମଜବୁତ କରାଯିବ ସେନେଇ ସୁପ୍ରିମୋ ନେତା ନୁହେଁ, ଦଳ ପାଇଁ କର୍ମୀ ବଡ଼ ବୋଲି ବାରମ୍ବାର ନବୀନ କହିଛନ୍ତି । ପ୍ରଣବ ମଧ୍ୟ ଏକଥାକୁ ଭଲଭାବରେ ବୁଝିଛନ୍ତି । ଯେଉଁଥି ପାଇଁ ସେ ନେତା ନୁହେଁ, ନିଜ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି ସବୁଠି ବିଜେଡ଼ିର ଶକ୍ତିଶାଳୀ କର୍ମୀ ସୃଷ୍ଟି କରିବାରେ ଲାଗିଛନ୍ତି । ୨୦୧୯ ନିର୍ବାଚନରେ ଯେଉଁଥି ଦଳର ଖରାପ ପ୍ରଦର୍ଶନ କରିଛି ଓ ସଂଗଠନ ଦୁର୍ବଳ ହୋଇଛି ସେଠି କିପରି ସଂଗଠନ ମଜବୁତ ହେବ ସେନେଇ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଫୋକସ କରିଛନ୍ତି । ନବୀନ ମଧ୍ୟ ଆବଶ୍ୟକ ଯେଉଁଠି ପ୍ରଣବଙ୍କୁ ସେଠାକୁ ପଠାନ୍ତି ସଂଗଠନ ମଜବୁତ କରିବାପାଇଁ ଓ ନିଜେ ସେହି ନିର୍ବାଚନୀ ମଣ୍ଡଳୀର ଟିକନିକ ଖବର ବୁଝନ୍ତି ।

ତେବେ ନଜର ପକାନ୍ତୁ କାହକିଁ ମୟୁରଭଞ୍ଜରେ ଦୁଇଟି ସଂଗଠନ ନୀତକୁ ଆପଣାଇଲେ ବବି

ମୟୁରଭଞ୍ଜ । ସାଂଗଠନିକ ଜିଲ୍ଳା ଭାବେ ବଡ଼ ଜିଲ୍ଲା । ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ବିଜେଡ଼ି ସେଠାରେ ଖରାପ ପ୍ରଦର୍ଶନ କଲା । ଦଳର ଦୁଇ ଯୁବନେତା ବର୍ତ୍ତମାନର ମନ୍ତ୍ରୀ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ ନବୀନ ମୟୁରଭଞ୍ଜ ସଂଗଠନ ଦାୟିତ୍ୱ ଦେଲେ । ହେଲେ ଫଳ ସମାନ । ସଂଗଠନ ସେତେଟା ମଜବୁତ ହେଲା ନାହିଁ । ବରଂ ନିର୍ବାଚନ ୯ଟି ବିଧାନସଭା ଆସନରୁ ୬ଟି ଆସନ ବିଜେଡ଼ି ହାତରୁ ଯିବା ସହ ସଂସଦୀୟ କ୍ଷେତ୍ରରେ ମଧ୍ୟ ଚିଟପଟାଙ୍ଗ ମାରିଲା ଦଳ । ବିଜେପି ବାଜିମାରିନେଲା । ନବୀନଙ୍କ ଲୋକପ୍ରିୟତା କିନ୍ତୁ ସଂଗଠନର ଗୋଷ୍ଠୀ ବିବାଦ ପାଖରେ କାମ କଲାନାହିଁ । ଯାହାକୁ ନେଇ ବିଜେଡ଼ି ସୁପ୍ରିମୋ ଚିନ୍ତାରେ ପଡ଼ିଲେ । ଶେଷରେ ତାଙ୍କ ସବୁଠୁ ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମୟୁରଭଞ୍ଜର ଦାୟିତ୍ୱ ଦେଲେ । ବସଙ୍କ ନିର୍ଦ୍ଦେଶ କ୍ରର୍ମେ ପ୍ରଣବ ମୟୁରଭଞ୍ଜ ସଂଗଠନ କିପରି ମଜବୁତ ହେବ ଓ ସଭିଁଙ୍କୁ ନେଇ କିପରି ଦଳ ମଜବୁତ ହେବ ସେହି କାମରେ ଲାଗିଲେ । ଘନଘନ ମୟୁରଭଞ୍ଜ ଗସ୍ତ କରି ସଂଗଠନର ସମୀକ୍ଷା କଲେ । ସାଙ୍ଗରେ ଅରୁଣ ଓ ସଂଜୟଙ୍କୁ ନେଲେ । ସିଧାସିଧା ଶୁଣାଇଲେ ଦଳରେ ବିଭୀଷଣ ରହିବେ ନାହିଁ । ଦଳ ଭିତରେ କୌଣସି ଗୋଷ୍ଠୀ ନାହିଁ, ଏଠି କେହି କାହା ଲୋକ ନୁହେଁ । ସବୁ ନବୀନଙ୍କ ଲୋକ । ଯିଏ ଏହି ନୀତିକୁ ଗ୍ରହଣ କରିବ ନାହିଁ ସେ ଦଳରୁ ବିଦା ହେବ । ବବିଙ୍କ ଏପରି ଚରମବାଣୀ ମୟୁରଭଞ୍ଜରେ ବିଜେଡ଼ି ଗୋଷ୍ଠୀ ବିବାଦର ରୋଗକୁ ଉପଶମ କରିବାକୁ ବେଶ କାମ କଲା । ଯାହା ଫଳ ସ୍ୱରୂପ ସଭ୍ୟ ସଂଗ୍ରହରେ ମୟୁରଭଞ୍ଜ ଜିଲ୍ଳା ରେକର୍ଡ଼ କଲା । ସଂଗଠନ ଏବେ ଧିୀରେଧୀରେ ମଜବୁତ ହେଉଛି । ଜିଲ୍ଳାର ସଂଗଠନକୁ ଆହୁରୀ ମଜବୁତ କରିବା ପାଇଁ ଏବେ ପ୍ରଣବ ନୂଆ ରଣନୀତି ପ୍ରଯୋଗ କରିଛନ୍ତି । ଜିଲ୍ଲାର ବାମନଘାଟିକୁ ସୀମାଭାବେ ଗ୍ରହଣ କରି ମୟୁରଭଞ୍ଜ ଓ ମୟୁରଭଞ୍ଜ ସଦର ଭାବେ ଦୁଇଟି ସଂଗଠନ ତିଆରି କରିଛନ୍ତି । ଏହି ସଂଗଠନକୁ ମଜମୁତ କରିବା ପାଇଁ ଭିନ୍ନଭିନ୍ନ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି ପ୍ରଣବ । ଦଳର କ୍ରାଇସିସ ମ୍ୟାନେଜରଙ୍କ ଏହି ନୀତିକୁ ନେଇ ଏବେ ରାଜ୍ୟସାରା ଚର୍ଚ୍ଚା । ଏହାସହ ସହରର ସଂଗଠନକୁ ମଜବୁତ କରିବା ପାଇଁ ଏପରି ପ୍ଲାନ କାର୍ଯ୍ୟକାରୀ ହେବ ବୋଲି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଏହି ନୀତି ଆଧାରରେ ତୃଣମୂଳ ସ୍ତରରୁ ଦଳୀୟ ସଂଗଠନ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ୱାଡ ସ୍ତରରୁ ଅଧିକ ମଜବୁତ ଓ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସଂଗଠନକୁ ଅଧିକ କ୍ରିୟାଶିଳ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles